ରାହୁଲଙ୍କ ବ୍ୟାକ୍‌ଫୁଟ୍‌ ଖେଳ ଗୁରୁତ୍ୱପୂର୍ଣ୍ଣ: ସୌରଭ ଗାଙ୍ଗୁଲି

ପାଣ୍ଡ୍ୟା-ରାହୁଲଙ୍କୁ ନେଇ ଗାଙ୍ଗୁଲି କହିଲେ- ଆମେ ମେସିନ ନୋହୁଁ ଯେ, ସବୁବେଳେ ପରଫେକ୍ଟ ରହିବା

ଦିଲ୍ଲୀ ଟେଷ୍ଟ୍‍ରେ ଜୋରଦାର ଲଢ଼େଇ ପରେ ଧର୍ମଶାଳା ଦିନିକିଆରେ ବିଜୟରୁ ଶ୍ରୀଲଙ୍କା ସଂଗ୍ରହ କରିଥିବା ଆତ୍ମବିଶ୍ୱାସକୁ ହାତଛଡ଼ା କରି ଦେଇଛି। ରୋହିତ ଶର୍ମାଙ୍କ ବିସ୍ଫୋରକ ଦ୍ୱିଶତକ, ଶିଖର ଧାଓ୍ଵନଙ୍କ ଆକର୍ଷଣୀୟ ଶତକ ପରେ ଚହଲଙ୍କ ଉତ୍କର୍ଷ ବୋଲିଂ ଭାରତର ଆତ୍ମବିଶ୍ୱାସ ବିଗାଡ଼ିବାକୁ ସୁଯୋଗ ଦେଇନାହିଁ। ବାସ୍ତବରେ ମୋହାଲିରେ ଭାରତ ପାଳିର ଅଧା ପର୍ଯ୍ୟନ୍ତ ଶ୍ରୀଲଙ୍କା ରୋହିତ ଝଡ଼ର ପୂର୍ବାନୁମାନକୁ ଠଇରେଇ ପାରିନଥିଲେ। ସୀମିତ ଓଭରରେ ଏହା ଥିଲା ତାଙ୍କ ଅନ୍ୟତମ ଉତ୍କଷ୍ଟ ପାଳି। କର ଓ ମର ମ୍ୟାଚ୍‌ରେ ଅଧିନାୟକ ଦାୟିତ୍ୱରେ ଥାଇ ରୋହିତ ବେଶ ମାନସିକ ପ୍ରସ୍ତୁତି ସହ ଆସିଥିଲେ। ଏହା ପରେ ଶେଷ ଦିନିକିଆରେ ଧାଓ୍ଵନଙ୍କ ଶତକ ଏବଂ ପ୍ରଥମ ଟେ୍ଵଣ୍ଟି-୨୦ରେ ଚହଲଙ୍କ ପ୍ରଦର୍ଶନ ପ୍ରମାଣିତ କରିଛି ଭାରତୀୟ ସହ ଏହି ଶ୍ରୀଲଙ୍କା ଦଳ ତୁଳନୀୟ ନୁହେଁ।

ମୁଁ ବ୍ୟକ୍ତିଗତ ଭାବେ ବହୁତ ଖୁସୀ ଲୋକେଶ ରାହୁଲ ପୁଣି ରନ୍‌ ସଂଗ୍ରହ କଲେ। ସେ ଜଣେ ଭଲ ଖେଳାଳି ଏବଂ ଚୟନକର୍ତାମାନେ ତାଙ୍କ ଆତ୍ମବିଶ୍ୱାସକୁ ସୁରକ୍ଷିତ ରଖିବା ଜରୁରି। ଦିନିକିଆରେ ୪ ନମ୍ବର ସ୍ଥାନ ସମସ୍ୟାକୁ ସେ ଦୂର କରିପାରିବେ। ଦ୍ରୁତ ବୋଲିଂ ପିଚ୍‌ରେ ବ୍ୟାକ୍‌ଫୁଟ୍‌ ଖେଳ ଗୁରୁତ୍ୱପୂର୍ଣ୍ଣ, ରାହୁଲ ସେଭଳି ଜଣେ ଖେଳାଳି। ତାଙ୍କ ଆତ୍ମବିଶ୍ୱାସକୁ ନିମ୍ନମୁଖା ହେବାକୁ ଦିଆଯିବା ଉଚିତ୍‌ ନୁହେଁ।

ମୋ ବ୍ୟକ୍ତିଗତ ମତରେ ପ୍ରତିଦ୍ୱନ୍ଦ୍ୱୀ ଶ୍ରୀଲଙ୍କାର ସ୍ତର ଯାହା ରହୁ ନା କାହିଁକି, ଭାରତ ପ୍ରତି ବିଭାଗରେ ଉନ୍ନତ ଖେଳ ଦେଖାଇ ଦଳର ମନୋବଳକୁ ଉଚ୍ଚରେ ରଖିପାରିଛି। ସେମାନଙ୍କୁ କେବଳ ଏହି ସ୍ତରର କ୍ରିକେଟ୍‌ ଏବେ ଦକ୍ଷିଣ ଆଫ୍ରିକାରେ ଦେଖାଇବାର ଅଛି। କେବଳ ଦକ୍ଷିଣ ଆଫ୍ରିକା ନୁହେଁ ଅନ୍ୟ ବିଦେଶ ଗସ୍ତରେ ମଧ୍ୟ ଅନୁରୂପ ପ୍ରଦର୍ଶନ ଜରୁରି। ବିରାଟ କୋହଲିଙ୍କ ଅଧୀନରେ ଏଭଳି ଶୀର୍ଷସ୍ତରୀୟ କ୍ରିକେଟ୍‌ ପ୍ରଦର୍ଶନ ମଧ୍ୟ ନିଶ୍ଚିତ ସମ୍ଭବନା ରଖିଛି। (ଗେମ୍‌ ପ୍ଲାନ୍‌)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe