ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୮ ବର୍ଷ ଧରି ଖେଳିବା ପରେ ଦକ୍ଷିଣୀ ହିରୋ ଅମ୍ବାତି ରାୟୁଡୁ ଚଳିତ ବର୍ଷର ଆଇପିଏଲ୍ରେ ଚେନ୍ନାଇ ସୁପରକିଙ୍ଗ୍ସର ପ୍ରତିନିଧିତ୍ୱ କରିଥିଲେ। ନୂଆ ଦଳରୁ ଖେଳିଥିଲେ ମଧ୍ୟ ନିଜ ପ୍ରଦର୍ଶନ ବଳରେ ସେ ଚେନ୍ନାଇ ବ୍ୟାଟିଂକ୍ରମର ପ୍ରମୁଖ ସଦସ୍ୟ ପାଲଟି ଯାଇଥିଲେ। ସୌଭାଗ୍ୟକ୍ରମେ ଚେନ୍ନାଇ ତୃତୀୟ ଥର ବିଜେତା ହେବା ସହ ଅମ୍ବାତି ନିଜ ନୂଆ ଦଳରୁ ପ୍ରଥମ ଥର ଖେଳି ବିଜେତା ହେବାର ଗୌରବ ହାସଲ କରିଥିଲେ। ତେବେ ତାଙ୍କର ଏହି ସଫଳତା ପଛରେ ଯେ ଭାରତ ତଥା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳର ଅଧିନାୟକ ବିରାଟ କୋହଲିଙ୍କର ପ୍ରଚ୍ଛନ୍ନ ହାତ ରହିଛି ସେକଥା ସମ୍ଭବତଃ କେହି ଜାଣି ନାହାନ୍ତି। ହେଲେ ରାୟୁଡୁ ନିଜେ ଏହି ରହସ୍ୟ ଉପରୁ ପରଦା ଉଠାଇଛନ୍ତି। କୋହଲିଙ୍କଠାରୁ ଉଧାର ଆଣିଥିବା ବ୍ୟାଟ୍ ପାଇଁ ହିଁ ସେ ଚଳିତ ବର୍ଷର ଆଇପିଏଲ୍ରେ ଭଲ କରି ପାରିଲେ ବୋଲି ୟୁ ଟ୍ୟୁବରେ ପ୍ରସାରିତ ହେଉଥିବା ଅଫ୍ ସ୍ପିନର ହରଭଜନ ସିଂହଙ୍କ କାର୍ଯ୍ୟକ୍ରମ ଭଜି ବ୍ଳାଷ୍ଟରେ ଯୋଗଦେଇ ରାୟୁଡୁ କହିଛନ୍ତି। ତେବେ କେବଳ ଚଳିତ ବର୍ଷ ନୁହେଁ ବିଗତ କିଛି ବର୍ଷ ହେବ ଏଭଳି ଭାବେ କୋହଲିଙ୍କଠାରୁ ବ୍ୟାଟ୍ ଧାର ଆଣୁଛନ୍ତି ବୋଲି ମଧ୍ୟ ସେ ଖୋଲା ଖୋଲି ଭାବେ କହିଥିଲେ। କୋହଲିଙ୍କଠାରୁ ଆଣିଥିବା ବ୍ୟାଟ୍ ତାଙ୍କ ପାଇଁ ଭାଗ୍ୟଶାଳୀ ହୋଇଥିବାରୁ ସେ ଗତ କିଛି ବର୍ଷ ହେବ ଏଭଳି କରି ଆସୁଥିବା ପ୍ରକାଶ କରିଛନ୍ତି। ଏପରିକି ଚଳିତ ବର୍ଷ ବ୍ୟାଟ୍ ଦେଲା ବେଳେ କୋହଲି ତାଙ୍କୁ ଗାଳି ଗୁଲଜ କରିଥିଲେ ବୋଲି ସେ ହସି ହସି ମତ ରଖିଥିଲେ।
କୋହଲିଙ୍କଠାରୁ ବ୍ୟାଟ୍ ଧାର ନେଲେ ରାୟୁଡୁ
Advertisment
Follow Us