ରାହୁଲ ଖୋଲିଲେ ହେୟାରଷ୍ଟାଇଲ୍ ରହସ୍ୟ

Advertisment
ରାହୁଲ ଖୋଲିଲେ ହେୟାରଷ୍ଟାଇଲ୍ ରହସ୍ୟ

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ସ୍ପିନର ରାହୁଲ ଚହର ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅନ୍ୟତମ ସଫଳ ବୋଲର ଭାବେ ଉଭା ହୋଇଛନ୍ତି। ୪ ମ୍ୟାଚ୍‌ରୁ ୮ ୱିକେଟ୍ ନେଇ ସେ ମଧ୍ୟ ବାଇଗଣୀ ଟୋପି ଦୌଡ଼ରେ ରହିଛନ୍ତି। ତେବେ ଚତୁର୍ ସ୍ପିନ୍ ବୋଲିଂ ସହ ରାହୁଲଙ୍କ ନିଆରା କେଶ ବିନ୍ୟାସ ବି ପ୍ରଶଂସକଙ୍କ ଧ୍ୟାନ ଆକର୍ଷଣ କରୁଛି। ଏଭଳି ଆକର୍ଷଣୀୟ ହେୟାରଷ୍ଟାଇଲ୍ ସେ କିଭଳି କରୁଛନ୍ତି? ବୋଲି ପ୍ରଶଂସକ ଜାଣିବାକୁ ଚାହୁଛନ୍ତି। ରାହୁଲ ଶେଷରେ ନିଜ ସାମା‌ଜିକ ଗଣମାଧ୍ୟମରେ ଏହାର ରହସ୍ୟ ଉନ୍ମୋଚନ କରିଛନ୍ତି। ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ପ୍ରେମିକା ଈଶା‌ନୀଙ୍କ ସହ ଏକ ସୁନ୍ଦର ଫଟୋ ପ୍ରକାଶ କରି ‘ ମୋ ହେୟାରଷ୍ଟାଇଲିସ୍‌ଙ୍କୁ ଭେଟନ୍ତୁ’ ବୋଲି ଉଲ୍ଲେଖ କରିଛନ୍ତି।

୨୨ ବର୍ଷୀୟ ରାହୁଲ ଏହି ଫଟୋଟି ଛାଡ଼ିବା ପରେ ଈଶାନୀ କିଏ? ସେକଥା ଜାଣିବାକୁ ବହୁ ପ୍ରଶଂସକ ଗୁଗୁଲ ସର୍ଚ୍ଚ କରୁଥିବା ଲକ୍ଷ୍ୟ କରାଯାଇଛି। ଈଶାନୀ ଓ ରାହୁଲଙ୍କର କିନ୍ତୁ ୨୦୧୯ ମସିହାରେ ନିର୍ବନ୍ଧ ହୋଇ ସାରିଛି। ଉଭୟ ପରସ୍ପର ସହ ସମୟ କଟାଇବାକୁ ବେଶ୍ ଭଲ ପାଉଥିଲେ ମଧ୍ୟ କରେନା ପାଇଁ ଏହା ସମ୍ଭବ ହେଉନି। ତେବେ ପରିସ୍ଥିତି ସୁଧୁରିଲେ ଆସନ୍ତା କିଛି ମାସ ଭିତରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଲକ୍ଷ୍ୟ ରଖିଛନ୍ତି। ଲେଗ୍ ସ୍ପିନ୍ କରୁଥିବା‌ ରାହୁଲ ରାଜସ୍ଥାନର ଭରତପୁରରେ ଜନ୍ମଗ୍ରହଣ କରିଥିଲା ବେଳେ ୨୦୧୯ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ପକ୍ଷରୁ ଟ୍ବେଣ୍ଟି-୨୦ ପଦାର୍ପଣ କରିଥିଲେ। ଗତମାସରେ ଇଂଲଣ୍ଡ ବିପକ୍ଷରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିଥିବା ଭାରତୀୟ ଦଳର ସେ ମଧ୍ୟ ସଦସ୍ୟ ଥିଲେ। ରାହୁଲଙ୍କ ସଂପର୍କୀୟ ଭାଇ ଦୀପକ ଚହର ସଂପ୍ରତି ଚେନ୍ନାଇ ସୁପରକିଙ୍ଗ୍ସ ତରଫରୁ ଆଇପିଏଲ୍ ଖେଳୁଛନ୍ତି। ରାହୁଲଙ୍କ ବିପରୀତ ସେ ହେଉଛନ୍ତି ଜଣେ ଦ୍ରୁତ ବୋଲର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe