ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ହେବେ ରାହୁଲ

Advertisment

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜେତା ଭାରତୀୟ ଦଳର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ପୁଣି ଥରେ ଆଇପିଏଲ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ୨୦୨୫ ଋତୁ ପାଇଁ ସେ ରାଜସ୍ଥାନ ରୟାଲ୍ସର ପ୍ରଶିକ୍ଷକ ଭାବେ ଯୋଗଦେବେ।

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜେତା ଭାରତୀୟ ଦଳର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ପୁଣି ଥରେ ଆଇପିଏଲ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ୨୦୨୫ ଋତୁ ପାଇଁ ସେ ରାଜସ୍ଥାନ ରୟାଲ୍ସର ପ୍ରଶିକ୍ଷକ ଭାବେ ଯୋଗଦେବେ।

rahul.jpg

ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜେତା ଭାରତୀୟ ଦଳର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ପୁଣି ଥରେ ଆଇପିଏଲ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ୨୦୨୫ ଋତୁ ପାଇଁ ସେ ରାଜସ୍ଥାନ ରୟାଲ୍ସର ପ୍ରଶିକ୍ଷକ ଭାବେ ଯୋଗଦେବେ। ରାଜସ୍ଥାନ ରାୟାଲ୍ସ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦ୍ରାବିଡ଼ଙ୍କ ନୂଆ ଦାୟିତ୍ବ ପାଇଁ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଦଳର ନିର୍ଦ୍ଦେଶକ ଭାବେ ୨୦୨୧ରୁ କାର୍ଯ୍ୟ କରୁଥିବା କୁମାର ସାଙ୍ଗାକାରାଙ୍କୁ ଅତିରିକ୍ତ ଦାୟିତ୍ବ ହସ୍ତାନ୍ତର କରାଯିବାକୁ ସ୍ଥିର ହୋଇଛି। ଆଇପିଏଲ୍‌ ଦଳ ବ୍ୟତୀତ ସିପିଏଲ୍‌ର ବାର୍ବାଡସ୍‌ ରୟାଲ୍ସ ଓ ଏସ୍‌ଏ୨୦ର ପର୍ଲ ରୟାଲ୍ସର ନିର୍ଦ୍ଦେଶକ ଭାବେ ମଧ୍ୟ ସେ କାର୍ଯ୍ୟ କରିବେ। 

ପୂର୍ବରୁ ରାଜସ୍ଥାନ ରୟାଲ୍ସରେ ଦ୍ରାବିଡ଼ ୨୦୧୨ ଓ ୨୦୧୩ରେ ଅଧିନାୟକ ଥିଲା ବେଳେ ପରବର୍ତ୍ତୀ ଦୁଇ ବର୍ଷ ମେଣ୍ଟର ଭାବେ କାର୍ଯ୍ୟ କରିଥିଲେ। ପରେ ସେ ଦିଲ୍ଲୀ କ୍ୟାପିଲାଟ୍ସର ମେଣ୍ଟର ଭାବେ ୨୦୧୬ରେ ଯୋଗ ଦେଇଥିଲେ। ବିସିସିଆଇ ଜାତୀୟ କ୍ରିକେଟ୍‌ ଏକାଡେମୀର ମୁଖ୍ୟ ପଦ ଗ୍ରହଣ କରିବା ପର୍ଯ୍ୟନ୍ତ ଦିଲ୍ଲୀ ଡେୟାରଡେଭିଲ୍ସ ସହ ଜଡ଼ିତ ଥିଲେ। ୨୦୨୧ରେ ରବି ଶାସ୍ତ୍ରୀଙ୍କଠୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ଗ୍ରହଣ କରିଥିଲେ। ଏବେ ରାଜସ୍ଥାନ ରୟାଲ୍ସକୁ ଫେରିବା ପରେ ଭାରତୀୟ ଦଳର ବ୍ୟାଟିଂ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିବା ବିକ୍ରମ ରାଠୋରଙ୍କୁ ମଧ୍ୟ ଏହି ଦଳ ସହିତ ସେ ସାମିଲ କରିବାକୁ ପ୍ରସ୍ତାବ ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe