ଅଶୋକ ସ୍ମାରକୀ କ୍ରିକେଟ୍‌ ଫାଇନାଲରେ ରେଳବାଇ

Advertisment
ଅଶୋକ ସ୍ମାରକୀ କ୍ରିକେଟ୍‌ ଫାଇନାଲରେ ରେଳବାଇ

ଯାଜପୁରଟାଉନ/ସଦର: ବିରଜା ମହିଳା ମହାବିଦ୍ୟାଳୟ ନିକଟ ଯାଜପୁର ଷ୍ଟାଡିୟମ୍‌ରେ ଚାଲିଥିବା ପଞ୍ଚମ ସର୍ବଭାରତୀୟ ଅଶୋକ ଦାସ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାର ଶୁକ୍ରବାର ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ରେ ଚରମ୍ପା କ୍ରିକେଟ ଏକାଡେମିକୁ ୫୨ ରନ୍‌ରେ ପରାସ୍ତ କରି ପୂର୍ବତଟ ରେଳବାଇ (ଖୋର୍ଧା) ଫାଇନାଲ୍‌ ପ୍ରବେଶ କରିଛି।

ରେଳବାଇ ଦଳ ନିର୍ଧାରିତ ୩୦ ଓଭରରେ ୭ ୱିକେଟ୍‌ ହରାଇ ୧୭୯ ରନ୍‌ କରିଥିଲା। ଗିରିଜା ରାଉତ ୩୭ ଓ ପ୍ରଶାନ୍ତ ସାହୁ ୩୫ ରନ୍‌ କରିଥିଲେ। ଚରମ୍ପା  ଦଳ ପକ୍ଷରୁ ହରେକୃଷ୍ଣ ବାରିକ ଓ ସନ୍ତୋଷ ପରିଡା ୨ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ଚରମ୍ପା ଦଳ ୨୧.୪ ଓଭରରେ ୧୨୭ ରନ୍‌ରେ ସମସ୍ତ ୱିକେଟ ହରାଇଥିଲା। ଜ୍ୟୋତିରଂଜନ ମହାରଣା ୩୭ ଓ ହେମନ୍ତ ଦାସ ୩୬ ରନ୍‌ କରିଥିଲେ। ବିଜୟୀ ଦଳ ପକ୍ଷରୁ ପ୍ରଶାନ୍ତ ସାହୁ ଓ ମଳୟ ଜେନା ୩ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ରେଳବାଇ ଦଳର  ପ୍ର୍ରଶାନ୍ତ ସାହୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପରାସର ବିଶ୍ୱାଳ ଓ ଶରତ ଜେନା ମ୍ୟାଚ୍‌ ପରିଚାଳନା କରିଥିଲେ। ଜଗନ୍ନାଥ ସାମଲ, ବିଶ୍ୱଜିତ ଦାସ ଓ ଶୁଭ୍ରାଂଶୁ ବେଉରିଆ ସ୍କୋରର୍‌ ରହିଥିଲେ। ଶନିବାର ଦ୍ଵିତୀୟ ସେମି ଫାଇନାଲ୍‌ କଟକର ରାଇଜିଂ ଷ୍ଟୁଡେଣ୍ଟ ଓ ଟାଟା ରେଳବାଇ ମଧ୍ୟରେ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe