ସନ୍‌ରାଇଜର୍ସକୁ ବିଦା କଲା ବର୍ଷା

Advertisment

ସନ୍‌ରାଇଜର୍ସ ହାଇଦ୍ରାବାଦର ପ୍ଲେ ଅଫ୍ ଆଶାକୁ ଶେଷରେ ବର୍ଷା ଧୋଇ ନେଇଛି। ‘କର ବା ମର’ ସ୍ଥିତିରେ ଥିବାରୁ ପ୍ରଭାବୀ ବୋଲିଂ କରିଥିଲେ ମଧ୍ୟ ବର୍ଷା କାରଣରୁ ଦଳ ଏକ ବିଜୟରୁ ବଞ୍ଚିତ ହୋଇଛି ଏବଂ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍ ପଡ଼ିଛି।

ସନ୍‌ରାଇଜର୍ସ ହାଇଦ୍ରାବାଦର ପ୍ଲେ ଅଫ୍ ଆଶାକୁ ଶେଷରେ ବର୍ଷା ଧୋଇ ନେଇଛି। ‘କର ବା ମର’ ସ୍ଥିତିରେ ଥିବାରୁ ପ୍ରଭାବୀ ବୋଲିଂ କରିଥିଲେ ମଧ୍ୟ ବର୍ଷା କାରଣରୁ ଦଳ ଏକ ବିଜୟରୁ ବଞ୍ଚିତ ହୋଇଛି ଏବଂ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍ ପଡ଼ିଛି।

srh

ହାଇଦ୍ରାବାଦ: ସନ୍‌ରାଇଜର୍ସ ହାଇଦ୍ରାବାଦର ପ୍ଲେ ଅଫ୍ ଆଶାକୁ ଶେଷରେ ବର୍ଷା ଧୋଇ ନେଇଛି। ‘କର ବା ମର’ ସ୍ଥିତିରେ ଥିବାରୁ ପ୍ରଭାବୀ ବୋଲିଂ କରିଥିଲେ ମଧ୍ୟ ବର୍ଷା କାରଣରୁ ଦଳ ଏକ ବିଜୟରୁ ବଞ୍ଚିତ ହୋଇଛି ଏବଂ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍ ପଡ଼ିଛି। ବାତିଲ ମ୍ୟାଚ୍‌ରୁ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଗୋଟିଏ ପଏଣ୍ଟ୍ ନେଇ ଖୁସି ହୋଇଯାଇଛି। ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ପାୱାର ପ୍ଲେ ଭିତରେ ୪ ୱିକେଟ୍ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏହି ୪ଟିରୁ ତିନିଟି ୱିକେଟ୍ ଅକ୍ତିଆର କରିଥିଲେ ସନ୍‌ରାଇଜର୍ସ ହାଇଦ୍ରାବାଦ ଅଧିନାୟକ ପ୍ୟାଟ୍ କମିନ୍ସ। ତା’ପୁଣି ଅପୂର୍ବ ସଂଯୋଗର ସହ। ନିଜର ସ୍ପେଲ୍‌ର ୩ଟି ଯାକ ଓଭରରେ ଏହି ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ରତି ଥର ପ୍ରଥମ ବଲ୍‌ରେ ୱିକେଟ୍ ନେଇଥିଲେ। ମ୍ୟାଚ୍‌ର ପ୍ରଥମ ବଲ୍‌ରେ କରୁଣ ନାୟାର (୦)ଙ୍କୁ ପ୍ୟାଭିଲିଅନ୍ ପଠାଇବା ପରେ ନିଜ ଦ୍ବିତୀୟ ଓଭର ପ୍ରଥମ ବଲ୍‌ରେ ଫାପ୍ ଡୁ ପ୍ଲେସିସ୍ (୩) ଏବଂ ତୃତୀୟ ଓଭର ପ୍ରଥମ ବଲ୍‌ରେ ଅଭିଷେକ ପୋରେଲ (୮)ଙ୍କୁ ସମାନ ରାସ୍ତା ଦେଖାଇଥିଲେ।

ସଂଯୋଗବଶତଃ ଏହି ୩ଟି ୱିକେଟ୍ ପତନ ବେଳେ ୱିକେଟ୍‌ ପଛପଟେ ଈଶାନ କିଶନ୍ ନେଇଥିଲେ କ୍ୟାଚ୍‌। ପାୱାର ପ୍ଲେ ଭିତରେ ଚତୁର୍ଥ ୱିକେଟ୍‌ଟିରେ ମଧ୍ୟ କମିନ୍ସଙ୍କ ହାତ ରହିଥିଲା। ପ୍ରତିପକ୍ଷ ଅଧିନାୟକ ଅକ୍ଷର ପଟେଲ୍‌ (୬)ଙ୍କ କ୍ୟାଚ୍‌ ନେଇଥିଲେ ହର୍ଷଲ ପଟେଲଙ୍କ ବୋଲିଂରେ। ଏହା ପରେ ମଧ୍ୟ ଦୁଇଟି ୱିକେଟ୍ ପ୍ରଥମ ବଲ୍‌ରେ ପତନ ଘଟିଥିଲା। କେଏଲ୍ ରାହୁଲ (୧୦)ଙ୍କୁ ଜୟଦେବ ଉନାଦକଟ୍‌ ମଧ୍ୟ ଈଶାନ କିଶନଙ୍କୁ ଚତୁର୍ଥ କ୍ୟାଚ୍‌ ଦେଇଥିଲା। ବିପ୍ରଜ ନିଗମ (୧୮) ବି ପ୍ରଥମ ବଲ୍‌ରେ ରନ୍‌ ଆଉଟ୍ ‌ହୋଇଥିଲେ। ତ୍ରୟୋଦଶ ଓଭର ଆରମ୍ଭ ବେଳକୁ ୬୨/୬ରେ ସଂଘର୍ଷ କରିଥିବା ଦିଲ୍ଲୀ ପାଇଁ ତ୍ରିଷ୍ଟନ୍ ଷ୍ଟବ୍ସ (୩୬ ବଲ୍‌ରୁ ୪୧* ରନ୍‌) ଏବଂ ଇମ୍ପାକ୍ଟ ଖେଳାଳି ଆଶୁତୋଷ ଶର୍ମା (୨୬ ବଲ୍‌ରୁ ୪୧ ରନ୍) ୬୬ ରନ୍ ଭାଗୀଦାରି କରି କିଛିଟା ସମ୍ମାନ ରକ୍ଷା କରିଥିଲେ। 

ସଂକ୍ଷିପ୍ତ ସ୍କୋର: ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୩୩/୭ (ତ୍ରିଷ୍ଟନ୍ ଷ୍ଟବ୍ସ-୪୧*, ଆଶୁତୋଷ ଶର୍ମା-୪୧, ବିପ୍ରଜ ନିଗମ-୧୮, ପ୍ୟାଟ୍ କମିନ୍ସ-୩/୧୯, ଜୟଦେବ ଉନାଦକଟ୍‌-୧/୧୩, ଈଶାନ୍ ମାଲିଙ୍ଗା-୧/୨୮, ହର୍ଷଲ୍ ପଟେଲ୍‌-୧/୩୬)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe