ବିଶ୍ୱକପ୍‌: ବର୍ଷା ଅଟକାଇଲା ଶ୍ରୀଲଙ୍କା-ଆଫଗାନିସ୍ତାନ ମ୍ୟାଚ୍‌, ଶ୍ରୀଲଙ୍କା ସ୍କୋର ୧୮୨/୮

ବିଶ୍ୱକପ୍‌: ବର୍ଷା ଅଟକାଇଲା ଶ୍ରୀଲଙ୍କା-ଆଫଗାନିସ୍ତାନ ମ୍ୟାଚ୍‌, ଶ୍ରୀଲଙ୍କା ସ୍କୋର ୧୮୨/୮

Cricbuzz

କାର୍ଡିଫ: ବର୍ଷା ଯୋଗୁଁ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମ୍ୟାଚ୍‌ ଅଟକିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପ୍‌ର ସପ୍ତମ ମ୍ୟାଚ୍‌ରେ ମଙ୍ଗଳବାର ପ୍ରଥମେ ବ୍ୟାଟିଂ କରି ବର୍ଷା ପୂର୍ବରୁ ୩୩ ଓଭରରେ ୮ଟି ଓ୍ଵିକେଟ ହରାଇ ୧୮୨ ରନ୍‌ କରିଛି।

ଶ୍ରୀଲଙ୍କା ପକ୍ଷରୁ କୁଶାଲ ପେରେରା ୭୮ ରନ୍‌ କରିଛନ୍ତି। ସେ ୮୧ଟି ବଲ ଖେଳି ୮ଟି ଚୌକା ବଳରେ ଟିମ୍‌ ପାଇଁ ଏହି ରନ୍‌ ଯୋଗାଇଛନ୍ତି। ଓପନର ଦିମୁଠ କରୁଣାରତ୍ନେ ୪୫ଟି ବଲ ଖେଳି ୩୦ ରନ୍‌ କରିଛନ୍ତି। ଲାହିରୁ ଥିରୁମାନେ ୨୫ ରନ୍‌, ଇସୁରୁ ଉଡାନ ୧୦ ରନ୍‌ କରିଛନ୍ତି। ଅନ୍ୟ ବ୍ୟାଟସ୍‌ମ୍ୟାନ ମାନେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି।

ଆରମ୍ଭରୁ ଶ୍ରୀଲଙ୍କା ଭଲ ବ୍ୟାଟିଂ କରିଥିଲା। ସ୍କୋର ୯୨ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ହରାଇଥିଲା। ଦିମୁଠ କରୁଣାରତ୍ନେ ଆଫଗାନିସ୍ତାନର ପ୍ରଥମ ଶିକାର ହୋଇଥିଲେ। ସେହିଭଳି ସ୍କୋର ୧୪୪ ରନ୍‌ରେ ଲାହିରୁ ଥିରିମାନେ, ୧୪୬ ରନ୍‌ରେ କୁଶାଳ ମେଣ୍ଡିସ ଓ ଆଞ୍ଜେଲୋ ମ୍ୟାଥୁସ୍‌, ୧୪୯ ରନ୍‌ରେ ଧନଂଜୟ ଡିସିଲଭା, ୧୫୯ ରନ୍‌ରେ ଥିରସା ପେରେରା, ୧୭୮ ରନ୍‌ରେ ଇସୁରୁ ଉଡାନ ଓ ୧୮୦ ରନ୍‌ରେ ପେରେରା ଆଉଟ୍‌ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe