ବର୍ଷା ଧୋଇନେଲା ପ୍ରଥମ ସେମିଫାଇନାଲ୍‌: ଫାଇନାଲ୍‌ରେ ସମ୍ବଲପୁର ୱାରିୟର୍ସ

ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ଓ ଆରିଭା ସ୍ପୋର୍ଟ୍ସ ମିଳିତ ଉଦ୍ୟମରେ ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ଓଡ଼ିଶା ‌ପ୍ରୋ ଟି-୨୦ ଲିଗ୍ (ଓପିଟିଏଲ୍‌)ର ପ୍ରଥମ ଦଳ ଭାବେ ସମ୍ବଲପୁର ୱାରିୟର୍ସ ଫାଇନାଲ୍‌ରେ ପ୍ରବେଶ କରିଛି।

odisha league

Photograph: (CricTracker)

କଟକ: ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ଓ ଆରିଭା ସ୍ପୋର୍ଟ୍ସ ମିଳିତ ଉଦ୍ୟମରେ ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ଓଡ଼ିଶା ‌ପ୍ରୋ ଟି-୨୦ ଲିଗ୍ (ଓପିଟିଏଲ୍‌)ର ପ୍ରଥମ ଦଳ ଭାବେ ସମ୍ବଲପୁର ୱାରିୟର୍ସ ଫାଇନାଲ୍‌ରେ ପ୍ରବେଶ କରିଛି। କ୍ରମାଗତ ବର୍ଷା ପାଇଁ ସମ୍ବଲପୁର ୱାରିୟର୍ସ ଓ ଭୁବନେଶ୍ବର ଟାଇଗର୍ସ ମଧ୍ୟରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଅଧାରୁ ବନ୍ଦ ହୋଇଥିଲା। କିନ୍ତୁ ଲିଗ୍‌ ପର୍ଯ୍ୟାୟ ପଏଣ୍ଟ୍‌ ଟେବୁଲରେ ୫ଟି ମ୍ୟାଚ୍‌ରୁ ୧୪ ପଏଣ୍ଟ ପାଇଥିବା ସମ୍ବଲପୁର ୱାରିୟର୍ସ ଆଗରେ ରହି ଫାଇନାଲ୍‌ ସ୍ଥାନ ପକ୍କା କରିଥିଲା।

୫ଟି ମ୍ୟାଚ୍‌ରୁ ୧୨ ପଏଣ୍ଟ ପାଇଥିବା ଭୁବନେଶ୍ବର ଟାଇଗର୍ସ ବିଦାୟ ନେଇଥିଲା। ପ୍ରଥମ ସେମିଫାଇନାଲରେ ଟସ୍ ହାରି ବ୍ୟାଟିଂ କରିଥିବା ଭୁବନେଶ୍ବର ଟାଇଗର୍ସ ୧୪ ଓଭର ବ୍ୟାଟିଂ କରି ୪ ୱିକେଟ୍ ହରାଇ ୮୩ ରନ୍ କରିଥିଲା ବେଳେ ବର୍ଷା ହୋଇଥିଲା। ବର୍ଷା ନଛାଡ଼ିବାରୁ ମ୍ୟାଚ୍‌କୁ ବାତିଲ କରାଯାଇଥିଲା। ଦଳ ପକ୍ଷରୁ ସମ୍ବିତ ବେଜା ୩୩ ରନ୍ (୨୭ ବଲ୍‌) ଓ ଆର୍ଯ୍ୟଶ୍ରୀ ଡି ଭଟ୍ଟ ୧୮ରନ୍ (୨୧ବଲ) କରିଥିଲେ। ସମ୍ବଲପୁର ପକ୍ଷରୁ ବିମଳ କୁମାର ଓ ସୁମିତ ଶର୍ମା ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe