ବର୍ଷା ଯୋଗୁଁ ମେଲବର୍ଣ୍ଣ ଟି-୨୦ ରଦ୍ଦ ହେବା ପରେ ଭାରତର କ୍ରମାଗତ ଟି-୨୦ ଶୃଙ୍ଖଳା ଜିତିବା ଆଶା ମଉଳିଲା

Advertisment
ବର୍ଷା ଯୋଗୁଁ ମେଲବର୍ଣ୍ଣ ଟି-୨୦ ରଦ୍ଦ ହେବା ପରେ ଭାରତର କ୍ରମାଗତ ଟି-୨୦ ଶୃଙ୍ଖଳା ଜିତିବା ଆଶା ମଉଳିଲା

ମେଲବର୍ଣ୍ଣ: ବର୍ଷା ଯୋଗୁଁ ମେଲବର୍ଣ୍ଣ ଟି-୨୦କୁ ଶୁକ୍ରବାର ରଦ୍ଦ କରି ଦିଆଯିବା ପରେ ଭାରତର କ୍ରମାଗତ ୭ମ ଟି-୨୦ ଶୃଙ୍ଖଳା ଜିତିବା ଆଶା ମଉଳିଛି। ୨ୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ବାତିଲ କରିବାକୁ ପଡିଛି। ବର୍ଷା ଯୋଗୁଁ ମ୍ୟାଚକୁ ପ୍ରଥମେ ୧୯-୧୯ ଓଭର କରି ଦିଆଯାଇଥିଲା। ଟସ୍‌ ହାରି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିଲା। ଟିମ୍‌ ୧୯ ଓଭରରେ ୭ ଓ୍ଵିକେଟ ହରାଇ ୧୩୨ ରନ୍‌ ସଂଗ୍ରହ କରି ପାରିଥିଲା। ବର୍ଷା ବାଧିତ ମ୍ୟାଚରେ ଭାରତକୁ ୧୯ ଓଭରରେ ପ୍ରଥମେ ୧୩୭ ରନ୍‌ ଟାର୍ଗେଟ ମିଳିଥିବା ବେଳେ ପରେ ୧୧ ଓଭରରେ ୯୦ ରନ୍‌ ଟାର୍ଗେଟ ମିଳିଥିଲା। ବର୍ଷା ଜାରି ରହିବାରୁ ଶେଷରେ ୫ ଓଭରରେ ୪୬ ରନ ଟାର୍ଗେର୍ଟ ମିଳିଥିଲା।

publive-image

ମେଲବର୍ଣ୍ଣ ଟି-୨୦ରେ ଆଶା କରାଯାଉଥିଲା ଯେ, ଭାରତ ଏହି ମ୍ୟାଚ ଜିତି ଶୃଙ୍ଖଳାକୁ ସମାନ ସ୍ତରକୁ ଆଣିବ। ପରେ ରବିବାର ସିଡନୀରେ ଖେଳାଯିବାକୁ ଥିବା ଅନ୍ତିମ ମୁକାବିଲାରେ ବିଜୟୀ ହୋଇ ଟ୍ରଫି ଅକ୍ତିଆର କରିବ। ମାତ୍ର ଭାରତୀୟ ଟିମ୍‌ର ଭାବନାକୁ ବର୍ଷା ବିଗାଡି ଦେଇଛି। ଭାରତ ଏପର୍ଯ୍ୟନ୍ତ ୬ ଟି-୨୦କୁ କ୍ରମାଗତ ଭାବରେ ଜିତିଛି। ଚଳିତ ଶୃଙ୍ଖଳା ଜିତି ବିଜୟ ଧାରାକୁ ଜାରି ରଖିବା ପାଇଁ ଭାରତ ଆଶା ରଖିଥିଲା।

ଭାରତ ଚଳିତ ବର୍ଷ ଟି-୨୦ ଶୃଙ୍ଖଳାରେ ୱେଷ୍ଟଇଣ୍ଡିଜକୁ ୩-୦ରେ ପରାସ୍ତ କରିଥିଲା। ସେହିପରି ଇଂଲଣ୍ଡକୁ ୨-୧, ଆୟାରଲାଣ୍ଡକୁ ୩-୦ରେ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨-୧ରେ, ଶ୍ରୀଲଙ୍କାକୁ ୩-୦ରେ, ନ୍ୟୁଜିଲାଣ୍ଡକୁ ୨-୧ରେ ହରାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe