ଚୟନକର୍ତ୍ତା ବରିଷ୍ଠ ଖେଳାଳିଙ୍କ ପ୍ରତି ଅଧିକ ଦାୟିତ୍ବବାନ ହେବା ଉଚିତ: ରାଇନା

Advertisment
ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ଗିରଫ ହେଲେ କ୍ରିକେଟର ସୁରେଶ ରାଇନାଙ୍କ ସହିତ ଅନେକ ସେଲିବ୍ରିଟି

ନୂଆଦିଲ୍ଲୀ : ବାମହାତୀ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ୨୦୧୮ ଜୁଲାଇରୁ ଆଉ ଜାତୀୟ ଦଳରେ ସ୍ଥାନ ପାଇନାହାନ୍ତି। କିନ୍ତୁ ଏହି ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟ୍ସମ୍ୟାନ୍‌ ଜାତୀୟ ଦଳରେ ସ୍ଥାନ ପାଇବା ଆଶା ଛାଡ଼ି ନାହାନ୍ତି।‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଖେଳିବା ଆଶାରେ ସେ ଅଛନ୍ତି। ‘‘ୟୋ ୟୋ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହିତ ମିଳିଥିବା ସୁଯୋଗରେ ମୁଁ ଭଲ ପ୍ରଦର୍ଶନ କରିଥିଲି। ଏହା ସତ୍ତ୍ବେ କାହିଁକି ବାଦ୍‌ ଦିଆଗଲା? ସେ ବିଷୟରେ ମୋତେ ଅବଗତ କରାଗଲା ନାହିଁ। ମୁଁ ଭାବୁଛି ଚୟନକର୍ତ୍ତାମାନେ ବରିଷ୍ଠ ଖେଳାଳିଙ୍କ ପାଇଁ ଅଧିକ ଦାୟିତ୍ବବାନ ହେବା ଉଚିତ। ଜଣେ ବରିଷ୍ଠ ଖେଳାଳି ଦଳ ପାଇଁ ଖେଳୁଛି। ଭଲ ପ୍ରଦର୍ଶନ ମଧ୍ୟ କରୁଛି। କୌଣସି କାରଣରୁ ସେ ରହିଗଲା। ତାପରେ ତାକୁ ଆଉ ସୁଯୋଗ ମିଳିବନି। ଏହା ଠିକ୍‌ ନୁହେଁ। ସେହି ଖେଳାଳିର ‌କ'ଣ ଭୁଲ ରହିଲା ତାକୁ ଜଣାଇବା ଦରକାର। ସେହି ଅନୁସାରେ ସେ କଠିନ ପରିଶ୍ରମ କରିବ। ଯଦି ସେ କିଛି ଜାଣିବନି, ତେବେ ତା ମନରେ ସନ୍ଦେହ ହେବ। ମୋ କ୍ଷେତ୍ରରେ ଠିକ୍ ଏହି ଭଳି ଘଟଣା ଘଟିଛି। ମୋତେ ବାଦ୍‌ ଦେବାର କାରଣ କହିଲେ ସିନା ଭୁଲ ସୁଧାରିବି।’’ ବୋଲି ଏକ ସାକ୍ଷାତକାରରେ ରାଇନା କହିଛନ୍ତି।

ଗତ ବର୍ଷ ଅଗଷ୍ଟ ମାସରେ ରାଇନାଙ୍କ ଆଣ୍ଠୁର ଅସ୍ତ୍ରୋପଚାର ହୋଇଥିଲା ଏବଂ ଏବେ ସେ ସୁସ୍ଥ ଅଛନ୍ତି। ‘‘ଯଦି ତୁମେ ରଣଜୀ ଟ୍ରଫି ଖେଳୁଥିବ ସେତେବେଳେ ମ୍ୟାଚ୍ ଦେଖିବା ପାଇଁ କେହି ଆସିବେ ନାହିଁ। ହେଲେ ସମସ୍ତେ ଆଇପିଏଲ୍‌କୁ ‌ଅପେକ୍ଷା କରିଥିବେ। କାରଣ ଏଠାରେ ବିଶ୍ବସ୍ତରୀୟ ବୋଲର ଥିବେ। ଖେଳାଳିମାନେ ମଧ୍ୟ ଫ୍ରାଞ୍ଚାଇଜ୍‌ଠାରୁ ଅଧିକ ଦରମା ପାଉଥିବାରୁ ଭଲ ପ୍ରଦର୍ଶନ କରିବାର ଚାପ ମଧ୍ୟ ନେଇଥାନ୍ତି। ଟ୍ବେଣ୍ଟି-୨୦ ଖେଳ ସହଜ ନୁହେଁ। ଏଠରେ ଚିନ୍ତା କରିବାର ସମୟ ନଥାଏ। ଯଦି ଆପଣ ଆଇପିଏଲ୍‌ରେ ଆଘାତ ପ୍ରାପ୍ତ ହୁଅନ୍ତି, ତେବେ ଆଉ ଫେରିବାର ସମୟ ନଥିବ।’’ ବୋଲି ରାଇନା ଏହି ଅବସରରେ ପ୍ରକାଶ କରିଛନ୍ତି। ଏହି ଅଭିଜ୍ଞତାରୁ ଶିଖିଛି ଯେ ଭବିଷ୍ୟତରେ ଯଦି ଚୟନକର୍ତ୍ତା ହୁଏ, ତେବେ ବାଦ୍‌ ପଡ଼ିବାର କାରଣ ଖେଳାଳିମାନଙ୍କୁ ନିଶ୍ଚିତ ଜଣାଇବି ବୋଲି ରାଇନା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe