ରାଇନା, ଭଜିଙ୍କ ଅନୁପସ୍ଥିତି ନେଇ ସିଏସ୍‌କେ ଚିନ୍ତିତ ନାହିଁ

ରାଇନା, ଭଜିଙ୍କ ଅନୁପସ୍ଥିତି ନେଇ ସିଏସ୍‌କେ ଚିନ୍ତିତ ନାହିଁ

Times of India

ନୂଆଦିଲ୍ଲୀ: ସୁରେଶ ରାଇନା ଓ ହରଭଜନ ସିଂହ ଆଇପିଏଲ୍‌ରୁ ଓହରିଯିବା ନିଷ୍ପତ୍ତି ନେବା ପରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ଝଟ୍‌କା ଲାଗିଥିଲା। କନ୍ତୁ ସେମାନଙ୍କ ଅନୁପସ୍ଥିତି ଯୋଗୁଁ ଦଳ ଦୁର୍ବଳ ହୋଇଯାଇନାହିଁ। ଉଭୟ ନଥିଲେ ବି ଦଳ ଯେପରି ଏହାଦ୍ବାରା ପ୍ରଭାବିତ ନହେବ ତାହାକୁ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସୁନିଶ୍ଚିତ କରିବେ ବୋଲି ଦଳର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କେ.‌ଏସ୍‌. ବିଶ୍ବନାଥନ୍‌ ପ୍ରତିକ୍ରିୟା ରଖି କହିଛନ୍ତି। ଦଳ ଏବେ ବହୁତ ଭଲ ଲୟରେ ରହିଛି। ତେଣୁ ଏଥିପାଇଁ ଆମକୁ ଚିନ୍ତା କରିବା ଆବଶ୍ୟକ ନାହିଁ। ଯେ କୌଣସି ପ୍ରକାରର କଠିନ ପରିସ୍ଥିତିରୁ ଦଳକୁ ଉଦ୍ଧାର କରିବା ପାଇଁ ଆମ ପାଖରେ ସେଭଳି ଜଣେ ଅଧିନାୟକ ଅଛନ୍ତି। ତେଣୁ ତାଙ୍କ ଉପରେ ଆମର ପୂର୍ଣ୍ଣ ଭରସା ରହିଛି ବୋଲି ବିଶ୍ବନାଥନ୍‌ କହିଛନ୍ତି।

ସମସ୍ତଙ୍କ ଭିତରେ ଖେଳୁଆଡ଼ ମନୋଭାବ ରହିଛି। ଖେଳାଳିମାନଙ୍କୁ ନେଇ ପ୍ରତ୍ୟେକ ଦିନ ଭିଡିଓ କନ୍‌ଫରେନ୍ସିଂ ବୈଠକ ବସୁଛି। ସେଥିରେ ଅଧିନାୟକ ଖେଳାଳିମାନଙ୍କୁ ଅନେକ ପରାମର୍ଶ ଦେଉଛନ୍ତି। ତେଣୁ ସମସ୍ତେ ମାନସିକ ଭାବେ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ରହିଥିବା ବିଶ୍ବନାଥନ୍‌ ପ୍ରକାଶ କରିଛନ୍ତି। ଚେନ୍ନାଇ ସୁପର କିଙ୍ସ ଫ୍ୟାନ କ୍ଲବ୍‌ ମଧ୍ୟ ଦଳକୁ ସମର୍ଥନ ଦେବାକୁ ଓ ଉତ୍ସାହିତ କରିବାକୁ ପ୍ରସ୍ତୁତ ଅଛନ୍ତି। ଭାରତରେ ଓ ଦୁବାଇରେ ଦଳର ଅନେକ ପ୍ରଶଂସକ ଥିବାରୁ ସିଏସ୍‌କେ ପାଇଁ ତାହା ବହୁତ ଗୁରୁତ୍ବପୂର୍ଣ୍ଣ ଓ ଦଳ ମଧ୍ୟ ସେମାନଙ୍କ ସମର୍ଥନ ଆଶା କରୁଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe