ଚେନ୍ନାଇ: ଚେନ୍ନାଇ ସୁପରକିଙ୍ଗ୍ସ ତାରକା ସୁରେଶ ରାଇନା ବୁଧବାର ଆଇପିଏଲ୍ରେ ୧୦୦ କ୍ୟାଚ୍ ନେବାରେ ପ୍ରଥମ ଖେଳାଳି ହୋଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ସେ ଦୁଇଟି କ୍ୟାଚ୍ ନେଇ ଏହି କୀର୍ତିମାନର ଅଧିକାରୀ ହୋଇଥିଲେ। ଏହି ମ୍ୟାଚ୍ରେ ସେ ପୃଥ୍ବୀ ସ’ ଓ ଦୀପକ ଚହରଙ୍କ କ୍ୟାଚ୍ ଧରିଥିଲେ। ତାଙ୍କ ପଛକୁ ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ ୮୪, ରୋହିତ ଶର୍ମା ୮୨, ୱେଷ୍ଟ୍ଇଣ୍ଡିଜ୍ର କିରନ ପୋଲାର୍ଡ ୮୦ ଏବଂ ବିରାଟ କୋହଲି ୭୨ ରହିଛନ୍ତି। ପୂର୍ବରୁ ରାଇନା ମଧ୍ୟ ଆଇପିଏଲ୍ରେ ୫୦୦୦ ରନ୍ କରିବାରେ ପ୍ରଥମ ଖେଳାଳି ହୋଇଥିଲେ।
ଅନ୍ୟପକ୍ଷରେ ଦିଲ୍ଲୀ ବିପକ୍ଷ ମ୍ୟାଚ୍ରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୨୨ ବଲ୍ରୁ ଅପରାଜିତ ୪୪ ରନ୍ କରିବା ସହ ୩ ଷ୍ଟମ୍ପିଂ କରିଥିଲେ। ସେ ମଧ୍ୟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଫଳରେ ସପ୍ତଦଶ ଥର ଲାଗି ଆଇପିଏଲ୍ରେ ମ୍ୟାଚ୍ ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭକରି ସର୍ବାଧିକ ତାଲିକାରେ ସେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କ ସମକକ୍ଷ ହୋଇଥିଲେ। ଚଳିତ ଆଇପିଏଲ୍ରେ ୧୧ ମ୍ୟାଚ୍ରୁ ୩୫୮ ରନ୍ କରିସାରିଥିବା ଧୋନି ତୃତୀୟ ଥର ମ୍ୟାଚ୍ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ଏହା ପୂର୍ବରୁ ୨୦୧୩ରେ ମଧ୍ୟ ଧୋନି ୩ ଥର ମ୍ୟାଚ୍ ଶ୍ରେଷ୍ଠ ପୁରସ୍କାର ପାଇଥିଲେ।
୧୦୦ କ୍ୟାଚ୍ ନେବାରେ ରାଇନା ପ୍ରଥମ
Advertisment
Follow Us