ନୂଆଦିଲ୍ଲୀ : ଶନିବାର ଆଇପିଏଲ୍ରେ ବ୍ୟକ୍ତିଗତ ୨୦୦ ମ୍ୟାଚ୍ ଖେଳିବାର ମାଇଲଖୁଣ୍ଟ ଛୁଇଁଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଅଲ୍ରାଉଣ୍ଡର ସୁରେଶ ରାଇନା। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ଖେଳି ରାଇନା ଏହି କ୍ଲବ୍ରେ ସାମିଲ ହୋଇଥିଲେ। ୨୦୦ ଆଇପିଏଲ୍ ମ୍ୟାଚ୍ ଖେଳିବାରେ ସେ ଚତୁର୍ଥ ଖେଳାଳି ହୋଇଥିଲେ। ରାଇନା ୧୯୯ ମ୍ୟାଚ୍ରୁ ୫୪୯୮ ରନ୍ କରି ଆଇପିଏଲ୍ ଇତିହାସରେ ଦ୍ବିତୀୟ ସର୍ବୋଚ୍ଚ ସ୍କୋର୍ର୍ ରହିଥିଲା ବେଳେ ୨୦୦ତମ ମ୍ୟାଚ୍ରେ ମାତ୍ର ୨ ରନ୍ କରିବାକୁ ସମର୍ଥ ହୋଇଥିଲେ। ରାଇନାଙ୍କ ପୂର୍ବରୁ ଆଇପିଏଲ୍ରେ ୨୦୦ ମ୍ୟାଚ୍ ଖେଳିଥିବା ତାଲିକାରେ ତାଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି, ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଏବଂ କୋଲ୍କାତା ନାଇଟ୍ ରାଇଡର୍ସର ପୂର୍ବତନ ଅଧିନାୟକ ଦୀନେଶ କାର୍ତିକ ରହିଛନ୍ତି। ଏମାନଙ୍କ ବ୍ୟତୀତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ସୋମବାର କୋଲ୍କାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ ଖେଳିଲେ ୨୦୦ କ୍ଲବ୍ରେ ସାମିଲ ହେବେ।
ଆଇପିଏଲ୍ର ୨୦୦ ମ୍ୟାଚ୍ କ୍ଲବ୍ରେ ରାଇନା
Advertisment
Follow Us