ଶତକ ହାସଲରେ ରାଇନା ଏକମାତ୍ର ଭାରତୀୟ

Advertisment

ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଦଶମ ସଂସ୍କରଣ ସୋମବାର ରାତିରେ ପ୍ରଥମ ଶତକ ପାଇଛି। ମାହେଲା ଜୟବର୍ଦ୍ଧନେଙ୍କ ପରେ ଦ୍ବିତୀୟ ଶ୍ରୀଲଙ୍କା ଖେଳାଳି ଭାବେ ପଥୁମ ନିଶଙ୍କ ଅଷ୍ଟ୍ରେଲିଆ ବିପକ୍ଷରେ....

ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଦଶମ ସଂସ୍କରଣ ସୋମବାର ରାତିରେ ପ୍ରଥମ ଶତକ ପାଇଛି। ମାହେଲା ଜୟବର୍ଦ୍ଧନେଙ୍କ ପରେ ଦ୍ବିତୀୟ ଶ୍ରୀଲଙ୍କା ଖେଳାଳି ଭାବେ ପଥୁମ ନିଶଙ୍କ ଅଷ୍ଟ୍ରେଲିଆ ବିପକ୍ଷରେ....

dgdagdagczv

ଭୁବନେଶ୍ବର: ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଦଶମ ସଂସ୍କରଣ ସୋମବାର ରାତିରେ ପ୍ରଥମ ଶତକ ପାଇଛି। ମାହେଲା ଜୟବର୍ଦ୍ଧନେଙ୍କ ପରେ ଦ୍ବିତୀୟ ଶ୍ରୀଲଙ୍କା ଖେଳାଳି ଭାବେ ପଥୁମ ନିଶଙ୍କ ଅଷ୍ଟ୍ରେଲିଆ ବିପକ୍ଷରେ ୧୯୨.୩୦ ଷ୍ଟ୍ରାଇକ୍‌ ରେଟରେ ୧୦୦* ରନ୍‌ କରି ଚର୍ଚ୍ଚାକୁ ଆସିିଛନ୍ତି। ନିଶଙ୍କଙ୍କ ଶତକ ହାସଲ କରିବା ପରଦିନ (ମଙ୍ଗଳବାର) ନ୍ୟୁଜିଲାଣ୍ଡ ବିପକ୍ଷରେ କାନାଡାର ଯୁବରାଜ ସମରା ୧୧୦ ରନ୍‌ କରିଛନ୍ତି। ଚଳିତ ବିଶ୍ବକପ୍‌ର ଏହି ଦୁଇ ଶତକ ପୂର୍ବରୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଶତକ ହାସଲ କରିଥିବା ସମସ୍ତ ଖେଳାଳି ମନେ ପଡ଼ିଛନ୍ତି। ଏକଦା କ୍ରିକେଟ୍‌ର ଏହି ଛୋଟ ଫର୍ମାଟ୍‌ରେ ଜଣେ ବ୍ୟାଟର୍‌ ଶତକ ହାସଲ ମାରିବା ଏବଂ ଦଳ ୨୦୦ ରନ୍‌ କରିବାର ସୁଯୋଗ ନାହିଁ ବୋଲି କୁହାଯାଉଥିଲା। ସବୁ ଧାରଣା ଓ ବିଶ୍ବାସ କିନ୍ତୁ ବଦଳିଯାଇଛି। ନିୟମିତ ଭାବେ ୨୦୦+ ‌ସ୍କୋର୍‌ ‌ଦେଖିବାକୁ ମିଳିବା ସହ ବ୍ୟାଟର୍‌ମାନେ ବି ବ୍ୟକ୍ତିଗତ ଭାବେ ଶତକ ହାସଲ କରିବାର ବିରଳ ସଫଳତା ଅର୍ଜନ କରୁଛନ୍ତି। ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ୧୯ ବର୍ଷର ଇତିହାସରେ ଏବେ ସୁଦ୍ଧା ୧୩ ଥର ତିନି ଅଙ୍କ ଛୁଇଁଛନ୍ତି ବ୍ୟାଟର୍‌ମାନେ। ଏହି ବିରଳ କ୍ଲବ୍‌ର ସ୍ରଷ୍ଟା ହେଉଛନ୍ତି ମିଷ୍ଟର୍‌ ୟୁନିଭର୍ସ କ୍ରିକେଟର୍‌ କ୍ରିସ୍‌ ଗେଲ୍‌। ସେ ଦୁଇ ଥର ଏଭଳି କରିଥିବା ବେଳେ ପଥୁମ ନିଶଙ୍କ ଏକାଦଶ ଏବଂ ଯୁବରାଜ ସମ୍‌ରା ଦ୍ବାଦଶ ବ୍ୟକ୍ତି ହୋଇଛନ୍ତି। ଏକମାତ୍ର ଭାରତୀୟ ଭାବେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଶତକ ହାସଲ କରିଛନ୍ତି ସୁରେଶ ରାଇନା।

ସମ୍‌ରା ସର୍ବକନିଷ୍ଠ
କାନାଡାର ୧୯ ବର୍ଷୀୟ ଯୁବକ ଯୁବରାଜ ସମ୍‌ରା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇତିହାସରେ ସର୍ବକନିଷ୍ଠ ଶତକ ହାସଲକାରୀ ହେବାର ଗୌରବ ଅର୍ଜନ କରିଛନ୍ତି। ମଙ୍ଗଳବାର ଚେନ୍ନାଇରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଯୁବରାଜ ୬୫ ବଲ୍‌ରେ ୧୧୦ ରନ୍‌ର ପାଳି ଖେଳିବାରୁ କାନାଡ଼ା ୧୭୩/୪ କରିବାକୁ ସକ୍ଷମ ହୋଇଥିଲା। କିନ୍ତୁ ତାଙ୍କର ଏହି ଶତକ ଦଳକୁ ବିଜୟ ଦେଇ ପାରି ନଥିଲେ ମଧ୍ୟ ଅନେକ ରେକର୍ଡର ଅଧିକାରୀ ହୋଇଥିଲେ ସେ। ୫୮ ବଲ୍‌ରୁ ଶତକ ଅର୍ଜନ କରି ସେ (୧୯ ବର୍ଷ ୧୧୪ ଦିନ) ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସର୍ବକନିଷ୍ଠ ଖେଳାଳି ହୋଇଥିଲେ। ‌‌‌‌ପୂର୍ବରୁ ଏହି ରେକର୍ଡ ପାକିସ୍ତାନର ଶେହଜାଦ ଅହମଦ (୨୨ ବର୍ଷ)ଙ୍କ ନାମରେ ଥିଲା। ସେ ୨୦୧୪ ସଂସ୍କରଣରେ ବାଂଲାଦେଶ ବିପକ୍ଷରେ ଏହି ରେକର୍ଡ କରିଥିଲେ। ୩୬ ବଲ୍‌ରୁ ଅର୍ଦ୍ଧଶତକ ଅର୍ଜନ କରିଥିବା ସମ୍‌ରା ପ୍ରଥମ ୱିକେଟ୍‌ରେ ଦିଲପ୍ରୀତ ବାଜ୍‌ୱାଙ୍କ ସହ ୧୧୬ ରନ୍‌ର ଭାଗୀଦାର ଗଢ଼ିଥିଲେ। ଯାହା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଏକ ପୂର୍ଣ୍ଣ ରାଷ୍ଟ୍ର ଦଳ ବିପକ୍ଷରେ ସହଯୋଗୀ ରାଷ୍ଟ୍ରର ପ୍ରଥମ ୱିକେଟ୍‌ରେ ସର୍ବୋଚ୍ଚ ଭାଗୀଦାରର ରେକର୍ଡ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe