ସୈନିକଙ୍କ ସହ ସମୟ କଟାଇଲେ ରାଇନା

ସୈନିକଙ୍କ ସହ ସମୟ କଟାଇଲେ ରାଇନା

Rediff.com

ଶ୍ରୀନଗର: ବ୍ୟକ୍ତିଗତ କାରଣ ପାଇଁ ଆଇପିଏଲ୍-୧୩ରୁ ଓହରି ଯାଇଥିବା ଚେନ୍ନାଇ ସୁପରକିଙ୍ଗ୍ସର ବାମହାତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ସଂପ୍ରତି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଜମ୍ମୁ କାଶ୍ମୀରରେ ଭାରତୀୟ ସୈନିକଙ୍କ ସହ ସମୟ କଟାଉଛନ୍ତି। ସେ ମଧ୍ୟ ଜମ୍ମୁ କାଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହଙ୍କୁ ସାକ୍ଷାତ କରିଛନ୍ତି। ତା’ ସହ କାଶ୍ମୀର ଯୁବ ପିଢ଼ିକୁ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ କ୍ରିକେଟ୍ ଶିଖାଇବାକୁ ଲକ୍ଷ୍ୟ ରଖିଛନ୍ତି। ରାଇନା ଟ୍ବିଟ୍ କରି ନିଜ କାଶ୍ମୀର ଗସ୍ତର ସୂଚନା ଦେଇଥିଲା ବେଳେ ଭାରତ-ପାକିସ୍ତାନ ସୀମାର ଜାଗ୍ରତ ପ୍ରହରୀ ତଥା ଭାରତୀୟ ବୀର ସୈନକଙ୍କ ସହ ଉଠାଇଥିବା କିଛି ଫଟୋ ପ୍ରକାଶ କରିଛନ୍ତି।

ଏହି ଫଟୋଗୁଡ଼ିକ ତଳେ ସେ ଲେଖିଛନ୍ତି ଯେ ଆମ ଦେଶର ଗର୍ବ ଓ ଗୌରବ, ଭାରତୀୟ ସେନା ସହ ଗୋଟିଏ ଦିନ କଟାଇ ଗର୍ବ ଅନୁଭବ କରୁଛି। ସେମାନଙ୍କ ସେବା ଭାବନା ଏବଂ ଆମ ପାଇଁ ଜୀବନକୁ ବଳିଦାନ ଦେବାର ସାହସକୁ ମୁଁ ସାଲ୍ୟୁଟ୍ କରୁଛି। ଜମ୍ମୁ କାଶ୍ମୀର ଯିବାର କାରଣ କହିବାକୁ ଯାଇ ସେ ଲେଖିଛନ୍ତି ଯେ ଜମ୍ମୁ କାଶ୍ମୀରର ସ୍କୁଲ୍, କଲେଜ ଓ ଗ୍ରାମୀଣ ଅଞ୍ଚଳରୁ ପ୍ରତିଭା ଚିହ୍ନଟ କରିବା ମୋର ଲକ୍ଷ୍ୟ। ଏହି ଗସ୍ତକୁ ମୁଁ ଏଭଳି ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କ କ୍ରିକେଟ୍ କୌଶଳକୁ ଆହୁରି ଶାଣିତ କରିବାକୁ ଚେଷ୍ଟା କରିବି। ସୂଚନାଯୋଗ୍ୟ ଯେ ରାଇନାଙ୍କ ପରିବାର ସଂପ୍ରତି ଉତ୍ତର ପ୍ରଦେଶ‌ରେ ରହୁଥିଲେ ମଧ୍ୟ ଅସଲରେ ସେମାନେ ହେଉଛନ୍ତି କାଶ୍ମୀର ପଣ୍ଡିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe