ହାର୍ଦିକଙ୍କ ବିକଳ୍ପ ରାଜ ବାୱା ଭାରତ-ଏ ଦଳରେ ସାମିଲ

Advertisment
ହାର୍ଦିକଙ୍କ ବିକଳ୍ପ ରାଜ ବାୱା ଭାରତ-ଏ ଦଳରେ ସାମିଲ

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ-ଏ ବିପକ୍ଷ ୩ ମ୍ୟାଚ୍‌ ବିଶି‌ଷ୍ଟ ଦିନିକିଆ ଶୃଙ୍ଖଳା ଲାଗି ସଞ୍ଜୁ ସାମସନ୍‌ଙ୍କ ନେତୃତ୍ବରେ ଭାରତୀୟ ‘ଏ’ ଦଳ ଘୋଷିତ ହୋଇଛି। ଏହି ଦଳରେ ହାର୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ଭାବେ ଉଭା ହେଉଥିବା ଯୁବ ଅଲ୍‌ରାଉଣ୍ଡର ରାଜ ଅଙ୍ଗଦ ବାୱାଙ୍କୁ ସ୍ଥାନ ମିଳିଛି। ଶୃଙ୍ଖଳାର ୩ଟି ଯାକ ମ୍ୟାଚ୍‌ ଚେନ୍ନାଇରେ ଚଳିତ ମାସ ୨୨, ୨୫ ଓ ୨୭ ତାରିଖରେ ଖେଳାଯିବ। ଜିମ୍ବାୱେ ଗସ୍ତରେ ସାମିଲ ଥିବା ଅଧିକାଂଶ ଖେଳାଳିଙ୍କ ସହିତ ଦଲୀପ ଟ୍ରଫିରେ ଚମତ୍କାର ପ୍ରଦର୍ଶନ ଦେଇଥିବା ପୃଥ୍ବୀ ସ’ ଏହି ଦଳରେ ସାମିଲ ହୋଇଛନ୍ତି। ପାଣ୍ଡ୍ୟାଙ୍କ ପ‌ରି ୧୯ ବର୍ଷରୁ କମ୍‌ ବିଜେତା ଭାରତୀୟ ଦଳର ତାରକା ବାୱା ମଧ୍ୟମଗତି ବୋଲର ଏବଂ ବାମହାତୀ ବିସ୍ଫୋରକ ମିଡିଲ୍‌ ଅର୍ଡର ବ୍ୟାଟର୍‌। ଚଣ୍ଡିଗଡ଼ ପକ୍ଷରୁ କେବଳ ଦୁଇଟି ରଣଜୀ ମ୍ୟାଚ୍‌ ଖେଳିଥିବା ବାୱାଙ୍କୁ କିନ୍ତୁ ପାଣ୍ଡ୍ୟାଙ୍କ ବିକଳ୍ପ ଭାବେ ଚେତନ ଶର୍ମାଙ୍କ ନେତୃତ୍ବାଧୀନ ଚୟନ ସମିତି ଦଳରେ ସ୍ଥାନ ଦେଇଛି।

ଭାରତ-ଏ’ ଦଳ: ପୃଥ୍ବୀ ସ’, ଅଭିମନ୍ୟୁ ଈଶ୍ବରନ, ଋତୁରାଜ ଗାଏକ୍ବାଡ, ରାହୁଲ ତ୍ରିପାଠୀ, ରଜତ ପଟିଦାର, ସଂଜୁ ସାମସନ (ଅଧିନାୟକ), କେଏସ୍‌ ଭରତ, କୁଲଦୀପ ଯାଦବ, ଶାହବାଜ ଅହମ୍ମଦ, ରାହୁଲ ଚହର, ତିଲକ ବର୍ମା, କୁଲଦୀପ ସେନ, ଶାର୍ଦୁଲ ଠାକୁର, ଉମ୍ରାନ ମଲିକ, ନବଦୀପ ‌ସୈନି, ରାଜ ଅଙ୍ଗଦ ବାୱା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe