ରାଜକନିକା କପ୍‌ ଫୁଟ୍‌ବଲ୍‌: ଫାଇନାଲ୍‌ରେ ମଙ୍ଗଳା କ୍ଲବ୍‌

ରାଜକନିକା କପ୍‌ ଫୁଟ୍‌ବଲ୍‌: ଫାଇନାଲ୍‌ରେ ମଙ୍ଗଳା କ୍ଲବ୍‌

ରାଜକନିକା: ରାଜକନିକା ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ରାଜକନିକା କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲରେ କଟକର ମଙ୍ଗଳା କ୍ଲବ ୨-୦ ଗୋଲ୍‌ରେ କଟକ ସାଇ ହଷ୍ଟେଲକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଆର୍‌ଏନ୍‌ ହାଇସ୍କୁଲ ମିନି ଷ୍ଟାଡିୟମରେ ଚାଲିଥିବା ଏହି ପ୍ରତିଯୋଗିତାରେ ସୋମବାର ଅନୁଷ୍ଠିତ ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧର ଏକାଦଶ ମିନିଟ୍‌ରେ ମଙ୍ଗଳା କ୍ଲବର ୭ନମ୍ବର ଖେଳାଳି ସଂଜୟ ସାହୁ ଚିତାକର୍ଷକ ଗୋଲ୍‌ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ। ଖେଳର ୩୭ ମିନିଟ୍‌ ସମୟରେ ୧୬ନମ୍ବର ଖେଳାଳି ଅନୀଲ ସାସମଲ ଦ୍ୱିତୀୟ ଗୋଲ୍‌ ସ୍କୋର କରି ଦଳକୁ ୨-୦ରେ ବିଜୟୀ କରାଇଥିଲେ। ସଂଜୟ ସାହୁଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ‘ଦୀଲିପ୍‌ ବେହୁରା ସ୍ମାରକୀ’ ଟ୍ରଫି ପ୍ରଦାନ କରାଯାଇଥିଲା ।
ସୋମବାର ମ୍ୟାଚ୍‌ରେ ମୁଖ୍ୟଅତିଥି ଭାବେ ସାଂସଦ ପ୍ରତାପ ଦେବ, ସମ୍ମାନିତ ଅତିଥିଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସାବିତ୍ରୀ ଦାସ, ଜିଲ୍ଲା କ୍ରୀଡ଼ା ସଂସଦର ବରିଷ୍ଠ ସଭ୍ୟ ଦିବାକର ଜେନା ପ୍ରମୁଖ ଯୋଗ ଦେଇଥିଲେ। ଉତ୍ସବରେ ସଂଘର ସଭାପତି ଦୋଳ ଗୋବିନ୍ଦ ନାୟକ ଅଧ୍ୟକ୍ଷତା କରିଥିବାବେଳେ, କାର୍ତ୍ତିକ ଦାଶ, ସୁବ୍ରତ ପୁରୋହିତ, ସୁଜିତ୍‌ କୁମାର ପାତ୍ର, ଭୋଳାନାଥ ମହାକୁଡ଼, ଶରତ କୁମାର ଜେନା ଓ ପ୍ରହଲ୍ଲାଦ ଜେନା ଖେଳ ପରିଚାଳନା କରିଥିଲେ। ଆସନ୍ତା ୨୪ ତାରିଖ ଦିନ କଟକର କ୍ରୀଡ଼ା ଛାତ୍ରାବାସ ଓ ଭୁବନେଶ୍ୱର କିଶୋର କ୍ଲବ ମଧ୍ୟରେ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଅନୁଷ୍ଠିତ ହେବ ବୋଲି ସାଧାରଣ ସମ୍ପାଦକ ଅଜୟ କୁମାର ନାୟକ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe