ପଞ୍ଜାବ ଏକ୍ସପ୍ରେସ୍‌କୁ ରୋକିଲା ରାଜସ୍ଥାନ

Advertisment
ପଞ୍ଜାବ ଏକ୍ସପ୍ରେସ୍‌କୁ ରୋକିଲା ରାଜସ୍ଥାନ

Gayle's 1,000 sixes

ଆବୁଧାବି : ପଞ୍ଜାବର ବିଜୟ ଧାରାକୁ ରୋକି ନିଜ ପ୍ଲେ ଅଫ୍ ଆଶାକୁ ଉଜ୍ଜୀବିତ କରିଛି ରାଜସ୍ଥାନ ରୟାଲ୍ସ। ମାତ୍ର ଗୋଟିଏ ରନ୍‌ ପାଇଁ ଶତକରୁ ବଞ୍ଚିତ କ୍ରିସ୍‌ ‌ଗେଲଙ୍କ ପାଳିକୁ ଫିକା ପକାଇ ରାଜସ୍ଥାନ ରୟାଲ୍ସ ‘କର ବା ମର’ ମ୍ୟାଚ୍‌କୁ ଅତି ସହଜରେ ୭ ୱିକେଟରେ ଜିତି ନେଇଛି। କ୍ରମାଗତ ୫ ବିଜୟ ପାଇଥିବା ପଞ୍ଜାବକୁ ଶକ୍ତ ଝଟକା ଲାଗିଛି। ଚତୁର୍ଥ ସ୍ଥାନରେ ରହିଥିଲେ ମଧ୍ୟ ଦଳର ଭାଗ୍ୟ ସୁତା ଖିଅରେ ଝୁଲିଛି। ବିଜୟ ସହ ରାଜସ୍ଥାନ ମଧ୍ୟ ସପ୍ତମରୁ ପଞ୍ଚମ ସ୍ଥାନକୁ ଉଠିଛି। ଶୁକ୍ରବାରର ଫଳାଫଳ କିନ୍ତୁ ଗୋଟିଏ କଥା ସ୍ପଷ୍ଟ କରିଛି ୧୪ ପଏଣ୍ଟ ସହ ଚତୁର୍ଥ ଦଳଟି ପ୍ଲେ ଅଫ୍ ଯୋଗ୍ୟତା ପାଇପାରିବ। ସେହିଭଳି ବାଙ୍ଗାଲୋର ଓ ଦିଲ୍ଲୀ ମଧ୍ୟରୁ ଗୋଟିଏ ଦଳ ଶେଷ ଦୁଇ ମଧ୍ୟରେ ରହିବ ମଧ୍ୟ ସ୍ପଷ୍ଟ ହୋଇଛି।

ପଞ୍ଜାବର ୧୮୫ ରନ୍ ଜବାବରେ ରାଜସ୍ଥାନ ପାଇଁ ବେନ୍ ‌ଷ୍ଟୋକ୍ସ ୨୪ ବଲ୍‌ରୁ ଅର୍ଧଶତକ ହାସଲ କରି ଲୟ ପ୍ରଦାନ କରିଥିଲେ। ରବିନ୍‌ ଉଥପ୍ପା (୩୦, ୨୩ ବଲ) ଓ ସଂଜୁ ସାମସନ୍‌ (୪୮, ୨୫ ବଲ) ମଧ୍ୟ ବ‌ିସ୍ଫୋରକ ବ୍ୟାଟିଂ କରି ଦଳକୁ ବିଜୟ ମୁହାଁ କରିଥିଲେ। ଶେଷକୁ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ (୩୧*, ୨୦ ବଲ୍‌) ଏବଂ ଜୋସ୍ ବଟ୍ଟଲର୍ (୨୨*, ୧୧ ବଲ୍‌) ଦଳକୁ ୧୫ ବଲ୍ ପୂର୍ବରୁ ବହୁ ପ୍ରତୀକ୍ଷିତ ବିଜୟ ପ୍ରଦାନ କରିଥିଲେ। ବଢ଼ିଆ ଅର୍ଦ୍ଧଶତକ ପାଇଁ ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ଶୁକ୍ରବାର ମ୍ୟାଚ୍‌ର ‌େଶ୍ରଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

ପୂର୍ବରୁ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା କିଙ୍ଗସ ଇଲେଭେନ୍ ପଞ୍ଜାବ ପ୍ରଥମ ଓଭରରେ ମନଦୀପ୍ ସିଂହ (୦)ଙ୍କୁ ହରାଇଥିଲା। ତେବେ ଅଧିନାୟକ କେଏଲ୍ ରାହୁଲ୍ (୪୬, ୪୧ ବଲ୍‌) ଏବଂ ଗେଲ୍ (୯୯, ୬୩ ବଲ) ଦ୍ବିତୀୟ ୱିକେଟ୍ ପାଇଁ ୧୩.୪ ଓଭରରେ ୧୨୦ ରନ୍ ଯୋଡ଼ି ସ୍ଥିତି ସୁଧାରିଥିଲେ। ରାଜସ୍ଥାନ ରୟାଲ୍ସ ବୋଲରମାନେ‌ କିନ୍ତୁ ଡେଥ୍‌ ଓଭରରେ ଭଲ ବୋଲିଂ କରିବାରୁ ପଞ୍ଜାବ ‌ସମ୍ଭାବ୍ୟ ୨୦୦ ରନ୍ କରିପାରିନଥିଲା। ଏହି ଯୋଡ଼ିଙ୍କ ବାଦ୍ କେବଳ ନିକୋଲାସ୍ ପୂରନ (୨୨, ୧୦) ଭଲ‌ ଖେଳିଥିଲେ। ବରୁଣ ଆରୋନ୍ ଏବଂ କାର୍ତ୍ତିକ ତ୍ୟାଗୀ ୪୭ ରନ୍ ଲେଖାଏଁ ବ୍ୟୟ କରିଥିଲେ। ଜୋଫ୍ରା ଆର୍ଚର (୨/୨୬) ଓ ବେନ୍ ‌ଷ୍ଟୋକ୍ସ (୨/୩୨) ରାହୁଲଙ୍କ ଦଳକୁ ରୋକିବାରେ ସକ୍ଷମ ହେବାରୁ ଏହା ୧୮୫/୪ରେ ସୀମିତ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe