ଚଳିତ ବର୍ଷ ରାଜସ୍ଥାନ ରୟାଲ୍ସ ଦଳକୁ ଦେଖି ମୁଁ ଭାରି ଉତ୍ସାହିତ। ଦଳର ଶୀର୍ଷ ୬ ଭିତରେ ଆକ୍ରମଣାତ୍ମକ ବ୍ୟାଟିଂର ଦକ୍ଷତା ରହିଛି। ଏହି ଲମ୍ବା ପ୍ରତିଯୋଗିତାରେ ନିଶ୍ଚିତ ଦଳ ଆଗକୁ ଭଲ କରିବ। କିନ୍ତୁ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ଦେଖିବା ପରେ ଅନୁଭବ ହେଉଛି ସେମାନେ ବ୍ୟାଟ୍କୁ ବଲ୍ ଭଲରେ ଆସୁଥିବା ପଡ଼ିଆକୁ ପସନ୍ଦ କରିବେ। ଏଇଥି ପାଇଁ ସେମାନଙ୍କୁ ଜୟପୁରରେ କିଭଳି ପିଚ୍ ମିଳୁଛି ମୁଁ ଉତ୍ସୁକତାର ସହ ଅପେକ୍ଷା କରିଛି। ସେନ୍ ଓ୍ଵର୍ନଙ୍କ ଅଧିନରେ ସେମାନେ ଭଲ ଖେଳିଥିଲେ। ଭଲ ବାଉନ୍ସ ଦେଉଥିବା ପିଚ୍ ବି ଯୋଗାଇ ଦିଆଯାଉଥିଲା। ସ୍ପିନ୍ ତୁଳନାରେ ଦ୍ରୁତ ବୋଲିଂ ରୟାଲ୍ସର ମୁଖ୍ୟ ଶକ୍ତି। ସେମାନଙ୍କ ବ୍ୟାଟସମ୍ୟାନ୍ ଟର୍ନ ତୁଳନାରେ ବାଉନ୍ସକୁ ପସନ୍ଦ କରିଥାନ୍ତି। ଏହା ସେମାନଙ୍କ ପାଇଁ ଅନିବାର୍ଯ୍ୟ।
ବ୍ୟାଟିଂ କ୍ରମକୁ ନେଇ ରାଜସ୍ଥାନ ମଧ୍ୟ ବିଶେଷ କିଛି ଚିନ୍ତା କରିଥିବ। ହାଇଦ୍ରାବାଦରେ ସେମାନେ ଯେଉଁ ଶୀର୍ଷ ୬ ଜଣଙ୍କୁ ନେଇ ଖେଳିଥିଲେ ସେମାନଙ୍କ ମଧ୍ୟରେ ୪ ଜଣ ଦେଖାଣିଆ ଥିଲେ। ରାହାଣେ ଓ ସାମସନ୍ଙ୍କ ବ୍ୟାଟିିଂ ଷ୍ଟ୍ରାଇକ୍ ଯଥାକ୍ରମେ ୧୧୮ ଏବଂ ୧୨୨ ଥିବାରୁ ଏମାନଙ୍କ ମଧ୍ୟରେ କିଛି ବ୍ୟବଧାନ ରଖିବାର ଆବଶ୍ୟକତା ଅଛି।
ସନ୍ ରାଇଜର୍ସ ହାଇଦ୍ରାବାଦର ଖେଳ ଉପଭୋଗ୍ୟ ଥିଲା। ବାସ୍ତବରେ ଏହିଭଳି ଖେଳିଥାନ୍ତି ରାଜସ୍ଥାନ ରୟାଲସ ଖେଳାଳି। ଡେଭିଡ୍ ଓ୍ଵାର୍ନରଙ୍କ ବିନା ଏହି ବିଜୟ ନିଶ୍ଚିତ ଦଳ ପାଇଁ ବଡ଼ ବାର୍ତା ରଖିଛି। ଦଳର ବୋଲିଂ ମଧ୍ୟ ୨୦୧୬ ମସିହା ଭଳି ଭଲ ଥିଲା। ମନ୍ଥର ପିଚ୍ ପାଇଲେ ସେମାନେ ଜଣେ ଦ୍ରୁତ ବୋଲରଙ୍କ ବଦଳରେ ମହମ୍ମଦ ନବିଙ୍କୁ ବି ଖେଳାଇ ପାରିବେ। ବ୍ୟାଟିଂକୁ ପ୍ରଭାବିତ ହେବାକୁ ନ ଦେଇ ସେମାନେ ବୋଲିଂରେ ଅତିରିକ୍ତ ବିକଳ୍ପ ପାଇଯିବେ। ପ୍ରତିଯୋଗିତା ଏବେ ମାତ୍ର ପ୍ରଥମ ସପ୍ତାହରେ ରହିଛି। ଆଗକୁ ଚୌକିରେ ବସିଥିବା ଖେଳାଳିଙ୍କୁ ବି ପରୀକ୍ଷା ନିରୀକ୍ଷା କରାଯିବ, କାରଣ ବହୁ ଆଗଧାଡ଼ିର ଦ୍ରୁତ ବୋଲରଙ୍କୁ ଏଥର ଓହରିଯିବାକୁ ପଡ଼ିଛି। (ଟିସିଏମ୍)
Follow Us