Advertisment

ଆଇପିଏଲ୍‌-୨୦୨୪ କ୍ବାଲିଫାୟର-୨: ଟସ୍‌ ଜିଣି ରାଜସ୍ଥାନର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରୁଛି ହାଇଦ୍ରାବାଦ୍‌

Advertisment
ଆଇପିଏଲ୍‌-୨୦୨୪ କ୍ବାଲିଫାୟର-୨: ଟସ୍‌ ଜିଣି ରାଜସ୍ଥାନର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରୁଛି ହାଇଦ୍ରାବାଦ୍‌

ଚେନ୍ନାଇ: ଆର୍‌ସିବିକୁ ଏଲିମିନେଟ୍ କରିବା ପରେ ରାଜସ୍ଥାନ ରୟାଲ୍ସ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌-୨୦୨୪ (ଆଇପିଏଲ୍‌)ର ଆଉ ଏକ ମହାମୁକାବିଲାରେ ଶୁକ୍ରବାର ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଭେଟିଛି। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଦ୍ବିତୀୟ କ୍ବାଲିଫାୟରରେ ଏହି ଦୁଇ ଦଳ ମୁହାଁମୁହିଁ ହୋଇଛନ୍ତି। ଟସ୍‌ ଜିଣି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ବ୍ୟାଟିଂ କରୁଛି।

ଆଜିର ବିଜେତା ଦଳ ରବିବାରର ବହୁ ପ୍ରତୀକ୍ଷିତ ମେଗା ଫାଇନାଲ୍‌ରେ କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ। କୋଲକାତା ପୂର୍ବରୁ ପ୍ରଥମ କ୍ବାଲିଫାୟର୍‌ରେ ହାଇଦ୍ରାବାଦକୁ ହରାଇ ଫାଇନାଲ୍‌ ଲଢ଼େଇ ପାଇଁ ଅପେକ୍ଷା କରି ରହିଛି। ରାଜସ୍ଥାନ ଓ ହାଇଦ୍ରାବାଦ ମଧ୍ୟରୁ ଯିଏ ଜିତିବ, ସିଏ ଟ୍ରଫି ଟକ୍କରରେ କୋଲକାତାକୁ ସାମ୍ନା କରିବ।

ପାୱାର ହିଟିଂ ପାଇଁ ପରିଚିତ ହାଇଦ୍ରାବାଦ ଅପ୍ରତ୍ୟାଶିତ ଭାବେ କୋଲକାତା ବିପକ୍ଷ ପ୍ରଥମ କ୍ବାଲିଫାୟର୍‌ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ଦୁଇ ଚର୍ଚ୍ଚିତ ଓପନର୍‌ ଟ୍ରାଭିସ୍ ହେଡ୍ ଓ ଅଭିଷେକ ଶର୍ମାଙ୍କ ବିଫଳତା ଏହାର ମୁଖ୍ୟ କାରଣ ଥିଲା। ହେଡ୍ ଲଗାତାର ଦ୍ବିତୀୟ ଥର ପାଇଁ ଖାତା ଖୋଲି ପାରି ନଥିଲା ବେଳେ ଅଭିଷେକ ୩ ରନ୍ ଆଗକୁ ବଢ଼ି ପାରି ନଥିଲେ। ଉଭୟ ଶୁକ୍ରବାର ଏହି ବିଫଳତାକୁ ଭୁଲି ନିଜ ନିଜର ସ୍ବାଭାବିକ ଖେଳ ଖେଳିବାକୁ ଆତ୍ମବିଶ୍ବାସର ସହ ପଡ଼ିଆକୁ ଓହ୍ଲାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe