କୋଭିଡ୍ ମୁକାବିଲା ପାଇଁ ରାଜସ୍ଥାନ ରୟାଲ୍ସ ଦେଲା ୭.୫ କୋଟି

Advertisment
କୋଭିଡ୍ ମୁକାବିଲା ପାଇଁ ରାଜସ୍ଥାନ ରୟାଲ୍ସ ଦେଲା ୭.୫ କୋଟି

Pune Mirror

ଜୟପୁର: କୋଭିଡ୍-୧୯ ମୁକାବିଲା ଲାଗି ଆଇପିଏଲ୍‌ର ପ୍ରଥମ ବିଜେତା ରାଜସ୍ଥାନ ରୟାଲ୍ସ ଗୁରୁବାର ୭.୫ କୋଟି ଟଙ୍କା ଦାନ କରିଛି। ଦଳ ଏହି ଅର୍ଥ ତା’ର ଦାତବ୍ୟ ପ୍ରତିଷ୍ଠାନ ମାଧ୍ୟମରେ ସଂଗ୍ରହ କରିଛି। ଏହି ଅର୍ଥ କୋଭିଡ୍-୧୯ ମହାମାରୀରେ ସଂକ୍ରମିତ ହୋଇଥିବା ଲୋକଙ୍କ ପାଇଁ ବ୍ୟୟ କରାଯିବ। ସେପଟେ କୋଭିଡ୍‌ର ଦ୍ବିତୀୟ ଲହର ସମଗ୍ର ଭାରତ ବର୍ଷକୁ ଦୋହଲାଇ ଦେଇଥିଲା ବେଳେ ଗୁରୁବାର ୩,୭୯,୨୫୭ ନୂଆ ସଂକ୍ରମଣ ମାମଲା ପଦାକୁ ଆସିଛି। ଯାହା ଦେଶରେ ମୋଟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟାକୁ ୧,୮୩,୭୬,୫୨୪ରେ ପହଞ୍ଚାଇ ଦେଇଛି। ଗୁରୁବାର ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ ରାଜସ୍ଥାନ ରୟାଲ୍ସ କହିଛି ଯେ କୋଭିଡ୍-୧୯ ସଂକ୍ରମିତଙ୍କ ପାଇଁ ଆମେ ୧ ନିୟୁତ ଡଲାର ବା ପାଖାପାଖି ୭.୫ କୋଟି ଟଙ୍କା ପ୍ରଦାନ କରିଛୁ।

ଆମର ଏହି ଛୋଟିଆ ଅବଦାନ ଦେଶ ଲଢ଼ୁଥିବା କୋଭିଡ୍ ବିରୋଧ ଲଢ଼େଇକୁ ଆହୁରି ସଶକ୍ତ କରିବ ବୋଲି ଆଶା କରୁଛୁ। ଏହା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ ଦଳର ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଏବଂ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି’ ଭାରତର କୋଭିଡ୍ ବିରୋଧ ଲଢ଼େଇକୁ ନୈତିକ ସମର୍ଥନ ଦେବାକୁ ଯାଇ ଯଥାକ୍ରମେ ୩୭ ଓ ୪୧ ଲକ୍ଷ ଟଙ୍କା ପ୍ରଦାନ କରିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe