ଟସ୍ ଜିତିଲା ରାଜସ୍ଥାନ ରୟାଲ୍ସ: ପ୍ରଥମେ ବ୍ୟାଟିଂ

Advertisment
ଟସ୍ ଜିତିଲା ରାଜସ୍ଥାନ ରୟାଲ୍ସ: ପ୍ରଥମେ ବ୍ୟାଟିଂ

ଗୁଆହାଟୀ: ଆଇପିଏଲ୍‌ର ୬୫ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ପଞ୍ଜାବ କିଙ୍ଗସ୍(ପିବିକେଏସ) ମୁହାଁମୁହିଁ ହୋଇଛନ୍ତି। ଗୁଆହାଟୀର ବରସାପରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ପଞ୍ଜାବ କିଙ୍ଗସ୍ ଅଧିନାୟକ ସାମ୍ କୁରାନଙ୍କ ନେତୃତ୍ବରେ ବୋଲିଂ ଆରମ୍ଭ କରିଛି।

ରାଜସ୍ଥାନ ରୟାଲ୍ସ ସ୍କ୍ବାଡ୍‌ରେ ସଞ୍ଜୁ ସାମସନ (ଅଧିନାୟକ ଏବଂ ୱିକେଟ କିପର) , ଯଶସ୍ୱୀ ଜୈସ୍ବାଲ , ଟମ କୋହଲର-କ୍ୟାଡମୋର , ରିୟାନ ପରାଗ , ଧ୍ରୁଭ ଜୁରେଲ , ଶିମ୍ରନ ହେଟମିୟର , ରବିଚନ୍ଦ୍ରନ ଅଶ୍ୱିନ , ଟ୍ରେଣ୍ଟ ବୋଲ୍ଟ , ଆଭେଶ ଖାନ , ସନ୍ଦୀପ ଶର୍ମା , ୟୁଜଭେନ୍ଦ୍ର ଚହଲ , ରୋଭମାନ ପାୱାର , ନନ୍ଦରେ ବର୍ଗର , କେଶବ ମହାରାଜ, ତନୁଶ କୋଟିୟାନ୍ , କୁଲଦୀପ ସେନ୍ , ଡୋନୋଭାନ୍ ଫେରେରା , ଆବିଦ୍ ମୁସ୍ତାକ , ଶୁଭମ୍ ଦୁବେ , କୁନାଲ ସିଂ ରାଠୋର , ନବଦୀପ ସାଇନି ପ୍ରମୁଖ ରହିଛନ୍ତି।

ସେହିପରି ପଞ୍ଜାବ କିଙ୍ଗସ୍ ସ୍କ୍ବାଡ୍‌ରେ ବେୟାରଷ୍ଟୋ (ୱିକେଟକିପର) , ସାମ୍ କୁରାନ୍ (ଅଧନାୟକ) , ପ୍ରଭାସୀମନ୍ ସିଂ , ରିଲେ ରୋସୋ , ଶଶାଙ୍କ ସିଂ , ଜିତେଶ ଶର୍ମା , ଅଶୁତୋଷ ଶର୍ମା , ହର୍ଷଲ ପଟେଲ , ରାହୁଲ ଚହର , ଅର୍ଶଦୀପ ସିଂ , ବିଦ୍ୱତ କାଭେରପ୍ପା , ହରପ୍ରୀତ ବରାର , ନାଥନ ଏଲିସ , କ୍ରିସ ୱାକେ , ଋଷି ଧାୱନ, ହରପ୍ରୀତ ସିଂ ଭାଟିଆ , ତନୟ ତ୍ୟାଗରାଜନ , ଶିଖର ଧାୱନ , ଅଟାର୍ଭା ଟାଇଡେ , ଶିବମ ସିଂ , ପ୍ରିନ୍ସ ଚୌଧରୀ , ବିଶ୍ୱନାଥ ସିଂ ପ୍ରମୁଖ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe