ଆଇପିଏଲ୍-୧୩ : ଷ୍ଟୋକ୍ସଙ୍କ ଦମ୍‌ଦାର ଶତକ, ରାଜସ୍ଥାନଠାରୁ ୮ ୱିକେଟରେ ପରାସ୍ତ ହେଲା ମୁମ୍ବାଇ ଇଣ୍ଡିଆନ୍ସ

Advertisment
ଆଇପିଏଲ୍-୧୩ :  ଷ୍ଟୋକ୍ସଙ୍କ ଦମ୍‌ଦାର ଶତକ, ରାଜସ୍ଥାନଠାରୁ ୮ ୱିକେଟରେ ପରାସ୍ତ ହେଲା ମୁମ୍ବାଇ ଇଣ୍ଡିଆନ୍ସ

Hindustan Times

ଆବୁଧାବି: ଇଣ୍ଡିଆନ୍‌ ପ୍ରମିୟର ଲିଗ୍‌ (ଆଇପିଏଲ୍‌)-୨୦୨୦ର ୪୫ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୮ ୱିକେଟରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ । ଦ୍ବିତୀୟ ପାଳିରେ ରାଜସ୍ଥାନ ୧୯୬ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ୧୮.୨ ଓଭରରେ ମାତ୍ର ୨ଟି ୱିକେଟ ହରାଇ ୧୯୬ ରନ୍‌ କରି ବିଜୟ ହାସଲ କରିଛି । ରାଜସ୍ଥାନ ପକ୍ଷରୁ ପ୍ରଥମରୁ ଦମ୍‌ଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ରବିନ୍ ଉଥାପ୍ପା ଶୀଘ୍ର ଆଉଟ ହେବା ପରେ ବେନ୍ ଷ୍ଟୋକ୍ସ ଓ ସଞ୍ଜୁ ସାମସନ୍‌ଙ୍କ ଚମକପ୍ରଦ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଷ୍ଟୋକ୍ସ ମାତ୍ର ୬୦ ବଲରେ ୧୪ ଚଉକା ଓ ୩ ଛକା ସହାୟତାରେ ୧୦୭ ରନ୍‌ କରିଥିବା ବେଳେ ସଞ୍ଜୁ ମାତ୍ର ୩୧ ବଲରେ ୫୪ ରନ୍‌ କରି ରାଜସ୍ଥାନକୁ ଏକ ବଡ ବିଜୟ ଦେଇଥିଲେ । ଅନ୍ୟପଟେ ମୁମ୍ବାଇ ପକ୍ଷରୁ ଜେମ୍ସ ପାଟିନ୍‌ସନ୍‌ ୨ ୱିକେଟ ନେଇଥିବା ବେଳେ ଅନ୍ୟ ୫ ଜଣ ବୋଲର କୌଣସି ବି ୱିକେଟ ନେବାରେ ସକ୍ଷମ ହୋଇ ନଥିଲେ । ଫଳରେ ରାଜସ୍ଥାନ ଏହି ମ୍ୟାଚକୁ ଅତି ସହଜରେ ଜିତି ନେଇଥିଲା । ଏହି ବିଜୟ ସହ ରାଜସ୍ଥାନ ୧୦ ଅଙ୍କ ସଂଗ୍ରହ କରି ଦଳ ତାଲିକାରେ ୬ଷ୍ଠ ସ୍ଥାନରେ ରହିଛି ।

ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓପନର ଈଶାନ କିଷନ ଓ କ୍ୱିଣ୍ଟନ୍‌ ଡି କକ୍‌ ମୁମ୍ବାଇର ଇନିଂସ ଆରମ୍ଭ କରିଥିଲେ। ବିସ୍ଫୋରକ ବ୍ୟାଟ୍‌ସମ୍ୟାନ କ୍ୱିଣ୍ଟନ୍‌ ଡି କକ୍‌ଙ୍କ ବ୍ୟାଟ ଆଜି ଚାଲି ନ ଥିଲା। ସେ ୬ ରନ୍‌ କରି ଖୁବ୍‌ ଶୀଘ୍ର ପାଭଲିଅନ୍‌କୁ ଫେରିଆସିଥିଲେ। ତାଙ୍କର ସ୍ଥାନ ପୂରଣ କରିଥିଲେ ସୂର୍ଯ୍ୟକୁମାର ଯାଦବ। ଯୁବ ବ୍ୟାଟ୍‌ସମ୍ୟାନ ସୂର୍ଯ୍ୟକୁମାର ୨୬ଟି ବଲ୍‌ ଖେଳି ୪ଟି ଚୌକା ଓ ଗୋଟିଏ ଛକା ବଳରେ ୪୦ ରନ୍‌ ଯୋଡ଼ିଥିଲେ। ସେ ଦ୍ୱିତୀୟ ଓ୍ଵିକେଟ୍‌ ପାଇଁ ଈଶାନ କିଷନ (୩୭ ରନ୍‌, ୩୬ ବଲ, ୪ ଚୌକା, ୧ ଛକା)ଙ୍କ ସହ ୮୩ ରନ୍‌ର ଭାଗିଦାରୀ କରିଥିଲେ।

ମୁମ୍ବାଇ ୨ୟ ଓ୍ଵିକେଟ ଭାବେ ଈଶାନ କିଷନଙ୍କୁ ହରାଇଥିବା ବେଳେ ୯୫ ରନ୍‌ରେ ୩ୟ ଓ୍ଵିକେଟ୍‌ ଭାବେ ସୂର୍ଯ୍ୟକୁମାର ଯାଦବଙ୍କୁ ହରାଇଥିଲା। ରାଜସ୍ଥାନର ୪ର୍ଥ ଶିକାର ହୋଇଥିଲେ କିରନ ପୋଲାର୍ଡ (୬ ରନ୍‌)। ତେବେ ମୁମ୍ବାଇର ସ୍କୋରରେ ବଡ଼ ଯୋଗଦାନ ଦେଇଥିଲେ ସୌରଭ ତିଓ୍ଵାରୀ (୩୪ ରନ୍‌, ୨୫ବଲ, ୪ ଚୌକା, ୧ ଛକା) ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ହାର୍ଦ୍ଦିକ ୨୧ଟି ବଲ ଖେଲି ୨ଟି ଚୌକା ଓ ୭ଟି ଛକା ମାରିବା ସହ ଅପରାଜିତ ଫେରିଥିଲେ। କ୍ରୁଣାଳ ପାଣ୍ଡ୍ୟା ଅପରାଜିତ ୩ ରନ୍‌ କରିଥିଲେ। ମୁମ୍ବାଇ ଦଳ ସମୁଦାୟ ୧୯୫ ରନ୍ ସଂଗ୍ରହ କରି ଏକ ବଡ଼ ଲକ୍ଷ୍ୟ ରାଜସ୍ଥାନକୁ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe