ଏହି କାରଣ ପାଇଁ ବିସିସିଆଇର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ରାଜୀବ ଶୁକ୍ଲା

Advertisment
ଏହି କାରଣ ପାଇଁ ବିସିସିଆଇର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ରାଜୀବ ଶୁକ୍ଲା

ନୂଆଦିଲ୍ଲୀ: ବିସିସିଆଇର ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଖୁବ୍ ଶୀଘ୍ର ତାଙ୍କ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି। ରାଜ୍ୟସଭା ପାଇଁ ଶୁକ୍ଲା ସାଂସଦ ଭାବେ ନିର୍ବାଚିତ ହେବା ପରେ ଖୁବଶୀଘ୍ର ସେ ବିସିସିଆଇର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି। ସେ ତାଙ୍କର ୬ବର୍ଷର କାର୍ଯ୍ୟକାଳ ଆରମ୍ଭ କରି ସୋମବାର ଦିନ ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି।

ବିସିସିଆଇର ଅନୁମୋଦିତ ସମ୍ବିଧାନ ଅନୁଯାୟୀ କୌଣସି ସରକାରୀ କର୍ମଚାରୀ ଏକାସାଙ୍ଗରେ ଦୁଇଟି ପଦବୀରେ ରହିପାରିବେ ନାହିଁ। ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ବିସିସିଆଇ ଆପେକ୍ସ କାଉନସିଲ ବୈଠକରେ ରାଜୀବ ଶୁକ୍ଲାଙ୍କ ଇସ୍ତଫା ନେଇ ଘୋଷଣା ହେବାର ସମ୍ଭାବନା ରହିଛି। କିଛି ଦିନ ତଳେ ହିଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ଶୁକ୍ଲା ରାଜ୍ୟସଭା ସାଂସଦ ଭାବରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଇନସାଇଡ୍ ସ୍ପୋର୍ଟକୁ କହିଛନ୍ତି ଯେ, ସମ୍ବିଧାନ ଅନୁଯାୟୀ ଶୁକ୍ଲାଜୀଙ୍କୁ ଇସ୍ତଫା ଦେବାକୁ ପଡିବ। ଆମେ ଏ ବିଷୟରେ ଆଲୋଚନା କରିବାର ସୁଯୋଗ ପାଇଲୁ ନାହିଁ କାରଣ ଅଧିକାଂଶ ଅଧିକାରୀ ଇଂଲଣ୍ଡରେ ଥିଲେ। ଶୁକ୍ଲାଜୀ ମଧ୍ୟ ତାଙ୍କ ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣକୁ ନେଇ ବ୍ୟସ୍ତ ଥିଲେ। ଆପେକ୍ସ କାଉନସିଲ ବୈଠକରେ ଆମେ ଆଲୋଚନା କରିବାର ସୁଯୋଗ ପାଇବୁ। କିନ୍ତୁ ସେ ଏ ବିଷୟରେ କେବେ ଘୋଷଣା କରିବେ ତାହା ମୁଁ କହିପାରିବି ନାହିଁ। ବୈଠକ ପରେ ହିଁ ଏବିଷୟରେ ସ୍ପଷ୍ଟ ‌କହିହେବ। ସେପର୍ଯ୍ୟନ୍ତ କିଛି ବି କହିବା ଠିକ ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe