ରାଜମାତା ଜୀଜାବାଈ ଟ୍ରଫି ଫୁଟ୍‌ବଲ୍‌: ଫାଇନାଲ ରାଉଣ୍ଡରେ ଓଡ଼ିଶା

Advertisment

ବରିଷ୍ଠ ମହିଳା ଜାତୀୟ ଫୁଟ୍‌ବଲ ଚାମ୍ପିଅନସିପ୍ ‘ରାଜମାତା ଜୀଜାବାଈ ଟ୍ରଫି’ର ବୁଧବାର ଖେଳାଯାଇଥିବା ତୃତୀୟ ଲିଗ୍‌ ମ୍ୟାଚ୍‌ରେ ଓଡ଼ିଶା ମହିଳା ଦଳ ବୃହତ୍‌ ବିଜୟ ହାସଲ କରିବା ସହିତ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଛି।

ବରିଷ୍ଠ ମହିଳା ଜାତୀୟ ଫୁଟ୍‌ବଲ ଚାମ୍ପିଅନସିପ୍ ‘ରାଜମାତା ଜୀଜାବାଈ ଟ୍ରଫି’ର ବୁଧବାର ଖେଳାଯାଇଥିବା ତୃତୀୟ ଲିଗ୍‌ ମ୍ୟାଚ୍‌ରେ ଓଡ଼ିଶା ମହିଳା ଦଳ ବୃହତ୍‌ ବିଜୟ ହାସଲ କରିବା ସହିତ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଛି।

hfkhfhkfhkhfk

କଟକ: ବରିଷ୍ଠ ମହିଳା ଜାତୀୟ ଫୁଟ୍‌ବଲ ଚାମ୍ପିଅନସିପ୍ ‘ରାଜମାତା ଜୀଜାବାଈ ଟ୍ରଫି’ର ବୁଧବାର ଖେଳାଯାଇଥିବା ତୃତୀୟ ଲିଗ୍‌ ମ୍ୟାଚ୍‌ରେ ଓଡ଼ିଶା ମହିଳା ଦଳ ବୃହତ୍‌ ବିଜୟ ହାସଲ କରିବା ସହିତ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଛି। ଆନ୍ଧ୍ରପ୍ରଦେଶର ଅନନ୍ତପୁର ଆର୍‌ଡିଟି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଓଡ଼ିଶା ୧୨-୦ ଗୋଲ୍‌ରେ ମଧ୍ୟପ୍ରଦେଶକୁ ପରାସ୍ତ କରିଛି। 

ଅଧିନାୟିକା ପ୍ୟାରୀ ଖାଖା ଏକାକୀ ୬ଟି ଗୋଲ (୧୦, ୩୫, ୫୦, ୫୨, ୫୬, ୭୩ ମିନିଟ୍‌) କରିଥିବା ବେଳେ ସୁଭଦ୍ରା ସାହୁ ୨ଟି (୪୦ ଓ ୬୩ ମିନିଟ୍‌), ମନୀଷା ନାୟକ ୨ଟି (୩୨ ଓ ୭୧ ମିନିଟ୍‌) ଓ ଦୀପା ନାୟକ ଗୋଟିଏ (୨୬ ମିନିଟ୍‌) ଗୋଲ୍‌ କରିଥିଲେ। ମଧ୍ୟପ୍ରଦେଶର ମିନୁ ୪୫+୪ ମିନିଟ୍‌ରେ ଗୋଟିଏ ଆତ୍ମଘାତୀ ଗୋଲ ଦେଇଥିଲେ। ଏହି  ବିଜୟ ପାଇଁ ଫାଓ ସଭାପତି ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ, ସଂପାଦକ ଆଶୀର୍ବାଦ ବେହେରା, ଯୁଗ୍ମ ସଂପାଦକ ଅଭିଜିତ ପାଲ ପ୍ରମୁଖ ଓଡ଼ିଶା ଖେଳାଳିଙ୍କୁ ଶୁଭକାମନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe