ଜାତୀୟ ହ୍ବିଲଚେୟାର ଅସିଚାଳନାରେ ରାଖଲଙ୍କୁ ସ୍ବର୍ଣ୍ଣ

ଜାତୀୟ ହ୍ବିଲଚେୟାର ଅସିଚାଳନାରେ ରାଖଲଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର: ହରିୟାଣାର କର୍ଣ୍ଣାଲ ସହରରେ ଚାଲିଥିବା ଜାତୀୟ ହ୍ବିଲଚେୟାର ଅସିଚାଳନା ପ୍ରତିଯୋଗିତାର ରବିବାର ଦ୍ବିତୀୟ ଦିନ ବି ଓଡ଼ିଆଙ୍କ କମାଲ ଦେଖିବାକୁ ମିଳିଛି। ଶନିବାର ପ୍ରଥମ ଦିନ ୨ ସ୍ବର୍ଣ୍ଣ, ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ସହ ୪ ପଦକ ଜିତିଥିବା ଓଡ଼ିଶା ରବିବାର ୨ ସ୍ବର୍ଣ୍ଣ ସମେତ ମୋଟ ୧୧ ପଦକ ଜିତି ନେଇଛି। ପୁରୁଷ ‘ଏ’ ବିଭାଗ ବ୍ୟକ୍ତିଗତ ଫଏଲ୍‌ରେ ରାଖାଲ ସେଠୀ ସ୍ବର୍ଣ୍ଣ ଜିତିଛନ୍ତି। ଫାଇନାଲ୍‌ରେ ସେ ନିଜ ରାଜ୍ୟର ଭି ରମେଶ ରାଓଙ୍କୁ ୧୫-୧୨ରେ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ମହିଳା ବିଭାଗ ‘ବି’ରେ ପୁଜାସ୍ବିନୀ ନାୟକ ବ୍ୟକ୍ତିଗତ ସାବ୍‌ରେ ରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି।

ସେହିପରି ପୁରୁଷ ବିଭାଗ ‘ବି’ରେ ପ୍ରଫୁଲ ଖଣ୍ଡାୟତରାଏ ବ୍ୟକ୍ତିଗତ ଫଏଲ୍‌ରେ ‌ରୌପ୍ୟ ପଦକ ଜିତିଥିଲେ। ସେ ହରିୟାଣାର ଦେ‌ବେନ୍ଦ୍ର କୁମାରଙ୍କଠୁ ୧୩-୧୫ରେ ହାରି ଯାଇଥିଲେ। ମହିଳା ବିଭାଗ ‘ଏ’‌ରେ ମାଳତୀ ପାନୈର ବ୍ୟକ୍ତିଗତ ଇପିରେ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲ୍‌ରେ ସେ ହରିୟାଣାର ରେଖାଙ୍କଠାରୁ ୧୦-୧୫ରେ ହାରି ଯାଇଥିଲେ। ନିକୁ ପ୍ରଧାନ ବ୍ୟକ୍ତିଗତ ଇପି ଓ ଫଏଲ୍‌ରେ କାଂସ୍ୟ ପଦକ ଜିତିଥିଲା ବେଳେ ସିଲା ମନ୍ତ୍ରୀ ବ୍ୟକ୍ତିଗତ ସାବ୍‌ରେରେ ରୌପ୍ୟ ପଦକ ହାସଲ କରିଥିଲେ। କରିମୁନ ନିଶା ବ୍ୟକ୍ତିଗତ ସାବ୍‌‌ରେରେ କାଂସ୍ୟ ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe