ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର‌ ନେଲେ ରାମଦିନ

Advertisment
ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର‌ ନେଲେ ରାମଦିନ

ESPNcricinfo

କିଙ୍ଗଷ୍ଟନ୍‌: ପୂର୍ବତନ ୱେଷ୍ଟଇଣ୍ଡିଜ୍‌ ଅଧିନାୟକ ଓ ୱିକେଟ୍‌ରକ୍ଷକ ବ୍ୟାଟର୍‌ ଦୀନେଶ ରାମଦିନ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଫ୍ରାଞ୍ଚାଇଜ୍‌ କ୍ରିକେଟ୍‌ରେ ଖେଳିବା ଜାରି ରଖିବେ। ରାମଦିନ ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ୭୪ ଟେଷ୍ଟ, ୧୩୯ ଦିନିକିଆ, ୭୧ ଟେଣ୍ଟି-୨୦ ଖେଳି ୪ ଟେଷ୍ଟ ଶତକ ଏବଂ ୨ ଦିନିକିଆ ଶତକ ମାରିଛନ୍ତି। ୨୦୧୫ରେ ଜାସନ ହୋଲଡର ଅଧିନାୟକ ପଦ ନେବା ପୂର୍ବରୁ ସେ ସବୁ ଫର୍ମାଟ୍‌ରେ ଇଣ୍ଡିଜ୍‌ ଦଳର ନେତୃତ୍ବ ନେବାର ସୌଭାଗ୍ୟ ପାଇଥିଲେ। ରାମଦିନ ଶେଷ ଥର ଲାଗି ହାଇଦ୍ରାବାଦରେ ଭାରତ ବିପକ୍ଷରେ ୨୦୧୯ ଡିସେମ୍ବରରେ ଟ୍ବେଣ୍ଟି-୨୦ ମ୍ୟାଚ୍‌‌ ଖେଳିଥିଲେ। ଜାନୁଆରି ୨୦୧୬ରେ ‌ସେ ନିଜର ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ‘‘ଅବସର ବିଷୟରେ ଘୋଷଣା କରି ମୁଁ ବହୁତ ଖୁସି। ଗତ ୧୪ ବର୍ଷ ଧରି ୱେଷ୍ଟଇଣ୍ଡିଜ୍‌ ଏବଂ ତ୍ରିନିଦାଦ ଓ ଟବାଗୋ ପକ୍ଷରୁ ଖେଳି ମୋ ପିଲା ଦିନର ସ୍ବପ୍ନ ସାକର କରିଛି। କ୍ରିକେଟ୍‌ ଜୀବନରେ ଦୁନିଆ ଦେଖିବାର ସୁଯୋଗ ପାଇବା ସହ ଅନେକ ସାଥୀ ସୃଷ୍ଟି କରିପାରିଛି। ମୁଁ ଏବେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ ମଧ୍ୟ ପେସାଗତ କ୍ରିକେଟ୍‌ରୁ ଦୂରେଇ ଯାଇନି’’ ବୋଲି ରାମଦିନ ତାଙ୍କ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe