ରାମେଶ୍ବର କପ୍‌ ସେମିରେ ଗ୍ରିନ୍ସ ଏକାଡେମି

Advertisment
ରାମେଶ୍ବର କପ୍‌ ସେମିରେ ଗ୍ରିନ୍ସ ଏକାଡେମି

ଭୁବନେଶ୍ବର: ରାମେଶ୍ବର କପ୍‌ କନିଷ୍ଠ କ୍ରିକେଟ୍‌ ପ୍ରତିଯୋଗିତାର ତୃତୀୟ ସଂସ୍କରଣରେ ଦ୍ବିତୀୟ ଦଳ ଭାବେ ଗ୍ରିନ୍ସ ଏକାଡେମି ସେମିଫାଇନାଲ୍‌ ସ୍ଥାନ ପକ୍କା କରିନେଇଛି। ଗୁରୁବାର ଦ୍ବିତୀୟ କ୍ବାର୍ଟର ଫାଇନାଲ୍‌ରେ ଗ୍ରିନ୍ସ ଦଳ ୪୮ ରନ୍‌ରେ କଟକର ବିଶ୍ବଭାରତୀ ଦଳକୁ ପରାସ୍ତ କରିଛି। ଗ୍ରିନ୍ସ ଦଳ ମୃତ୍ୟୁଞ୍ଜୟ ମାନସିଂହ (୬୩) ଏବଂ ଏସ୍‌ ହିମାଂଶୁ (୫୬)ଙ୍କ ଅର୍ଧଶତକ ବଳରେ ନିର୍ଧାରିତ ୪୦ ଓଭରରେ ୨୧୪/୮ କରିଥିଲା। ଶିବାଶିଷ ସାହୁ ୨ ୱିକେଟ୍‌ ନେଇଥିଲେ। ଜବାବରେ ବିଶ୍ବଭାରତୀ ୩୬.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୬୬ ରନ୍‌ କରିପାରିଥିଲା। ସୁମନ ସୌରଭ ଓଝା (୫୫) ଅର୍ଧଶତକ ହାସଲ କରିଥିଲେ। ବୋଲିଂ ସଫଳତା ଲାଗି ସୂର୍ଯ୍ୟକାନ୍ତ ଭୂତିଆ (୫/୨୨)ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଅତିଥି ଓଡ଼ିଶା ରଣଜୀ ଦଳର ପ୍ରଶିକ୍ଷକ ରଶ୍ମୀରଂଜନ ପରିଡ଼ା ପ୍ରଦାନ କରିଥିଲେ। ପୂର୍ବରୁ ବୁଧବାର ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ ମ୍ୟାଚ୍‌ରେ ଗ୍ରିନ୍ସ ଏକାଡେମି ୮ ୱିକେଟ୍‌ରେ କଟକର ସୋଲାର କ୍ଲବ୍‌କୁ ପରାସ୍ତ କରି କ୍ବାର୍ଟର୍‌ ଫାଇନାଲ୍‌ ପହଞ୍ଚିଥିଲା। ଏସ୍‌ ହିମାଂଶୁ (୪୬ ରନ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ଅତିଥି ପୂର୍ବତନ ରଣଜୀ ଖେଳାଳି ପ୍ରିୟବ୍ରତ ପ୍ରଧାନଙ୍କଠୁ ପୁରସ୍କାର ଗ୍ରହଣ କରିଥିଲେ। ଶୁକ୍ରବାର କଟକର ରାଇଜିଂ ଷ୍ଟୁଡେଣ୍ଟ୍‌ ଓ ଭୁବନେଶ୍ବରର ଓସ୍କାର ସ୍ପୋର୍ଟିଂ ମୁହାଁମୁହିଁ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe