ରାମେଶ୍ୱର-ରାଇଜିଂ ଷ୍ଟୁଡେଣ୍ଟ୍‌ ଫାଇନାଲ୍‌ ରବିବାର

Advertisment

ଅଦ୍ୱୈତ ସ୍ମାରକୀ ଗୋପୀନାଥ ଚ୍ୟାଲେଞ୍ଜ୍‌ ଟ୍ରଫି

ଅଦ୍ୱୈତ ସ୍ମାରକୀ ଗୋପୀନାଥ ଚ୍ୟାଲେଞ୍ଜ୍‌ ଟ୍ରଫି

ରାମେଶ୍ୱର-ରାଇଜିଂ ଷ୍ଟୁଡେଣ୍ଟ୍‌ ଫାଇନାଲ୍‌ ରବିବାର

ଯାଜପୁରଟାଉନ/ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତର ରଘୁନାଥପୁର ପଡିଆରେ ଚାଲିଥିବା ରାଜ୍ୟ ସ୍ତରୀୟ ଅଦ୍ୱୈତ ସ୍ମାରକୀ ଏକାଦଶ ଗୋପୀନାଥ ଚ୍ୟାଲେଞ୍ଜ୍‌ ଟ୍ରଫି କ୍ରିକେଟ୍‌ର ଫାଇନାଲ୍‌ରେ ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ ପହଞ୍ଚିଯାଇଛି। ରବିବାର ଫାଇନାଲ୍‌ରେ ରାମେଶ୍ୱରର ମୁକାବିଲା କଟକର ରାଇଜିଂ ଷ୍ଟୁଡେଣ୍ଟ୍‌ ସହ ହେବ।

ଶୁକ୍ରବାର ସେମିଫାଇନାଲ୍‌ରେ ରାମେଶ୍ୱର ୪ ଓ୍ଵିକେଟ୍‌ରେ ଅନ୍ୟତମ ଭୁବନେଶ୍ୱର ଦଳ ପ୍ରଗତି ସ୍ପୋର୍ଟିଂକୁ ପରାସ୍ତ କରିଦେଇଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା ପ୍ରଗତି ୩୦ ଓଭରରେ ୧୬୮ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ସୁଲ୍‌ତାନ ସୁକୁମାର (୬୩) ଅର୍ଧଶତକ ହାସଲ କରିଥିଲା ବେଳେ ସୁମନ ଦାସ ୨୨ ଓ ଅମିତ କୁମାର ସାହୁ ୨୧ ରନ୍‌ କରିଥିଲେ। ରାମେଶ୍ୱର ପକ୍ଷରୁ ସଫଳ ବୋଲର ଭାବେ ଦୀପକ ମଙ୍ଗରାଜ ୧୫ ରନ୍‌ରେ ୩, ପରେଶ ପଟେଲ ୨୧ ରନ୍‌ରେ ୩ ଓ ବିଶ୍ୱଜିତ୍‌ ମଲ୍ଲିକ ୨୨ ରନ୍‌ରେ ୨ ଓ୍ଵିକେଟ୍‌ ଦଖଲ କରିଥିଲେ। ଜବାବରେ ବିଶ୍ୱଜିତ୍‌ ଭୂୟାଁଙ୍କ ଅପରାଜିତ ୬୫, ନରେନ୍ଦ୍ର ଦାଶଙ୍କ ୧୬ ବଲ୍‌ରୁ ୩୪ ଓ ପରେଶ ପଟେଲଙ୍କ ୧୭ ବଲ୍‌ରୁ ୩୧ ରନ୍‌ ସହାୟତାରେ ରାମେଶ୍ୱର ୨୬.୩ ଓଭରରେ ୬ ଓ୍ଵିକେଟ୍‌ ହରାଇ ୧୭୦ ରନ୍‌ କରିନେଇଥିଲା। ପ୍ରଗତି  ପକ୍ଷରୁ ସୁମନ ଦାସ, ରାକେଶ ବିଶ୍ୱାଳ  ଓ ପୂର୍ଣ୍ଣଚନ୍ଦ୍ର ଲେଙ୍କା ୨ ଲେଖାଏଁ ୱିକେଟ ଅକ୍ତିଆର କରଥିଲେ। ବିଶ୍ୱଜିତ୍‌ ଭୂୟାଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପରାସର ବିଶ୍ୱାଳ ଓ ଆଶୁତୋଷ ପାଣି ମ୍ୟାଚ୍‌ ପରିଚାଳନା କରିଥିଲେ। ସ୍କୋରର ଥିଲେ ଚିନ୍ମୟ ରାଉତରାୟ, ଜୟନ୍ତ ନାୟକ, ରତିକାନ୍ତ ବଳ। ଗୋପବନ୍ଧୁ ମାଝୀ, ପ୍ରଦୀପ ନାୟକ ଓ ବିଷ୍ଣୁ ବୋଇତେଇ ଧାରା ବିବରଣୀ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe