ପ୍ରଥମ ମ୍ୟାଚ୍‌ରେ ରାମେଶ୍ୱର ବିଜୟୀ

Advertisment

ସର୍ବଭାରତୀୟ କାନ୍‌ବା ପ୍ରିମିୟର୍‌ ଲିଗ୍‌

ସର୍ବଭାରତୀୟ କାନ୍‌ବା ପ୍ରିମିୟର୍‌ ଲିଗ୍‌

ପରାଜୟ ସହ ଓଡ଼ିଶା ଅଭିଯାନ ଶେଷ

ଭୁବନେଶ୍ୱର: ଉତ୍ତରପ୍ରଦେଶର ବାରଣାସୀରେ ଆରମ୍ଭ ହୋଇଥିବା ସର୍ବଭାରତୀୟ କାନ୍‌ବା ପ୍ରିମିୟର୍‌ ଲିଗ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ପୁରୁଣା ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବୁଧବାର ପ୍ରଥମ ମ୍ୟାଚ୍‌ରେ ଦଳ ସ୍ଥାନୀୟ ଦଳ ବାରଣାସୀକୁ ୪ ଓ୍ଵିକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ବାରଣାସୀ ଦଳ ୨୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୯୯ ରନ୍‌ କରିଥିଲା। ସୁମିତ ଠାକୁର ସର୍ବାଧିକ ୨୧ ରନ୍‌ କରିଥିଲେ। ରାମେଶ୍ୱର ପକ୍ଷରୁ ପରେଶ ପଟେଲ୍‌ (୨/୧୪), ଲାଲୁ ମହାନ୍ତି (୨/୧୨), ବିଶ୍ୱଜିତ ଭୂୟାଁ (୨/୧୭) ପ୍ରତ୍ୟେକ ୨ ଓ୍ଵିକେଟ୍‌ ଲେଖାଏଁ ନେଇଥିଲେ। ଜବାବରେ ରାମେଶ୍ୱର ସ୍ପୋର୍ଟିଂ ୧୮ ଓଭରରେ ୬ ଓ୍ଵିକେଟ୍‌ ହରାଇ ୧୦୧ ରନ୍‌ ସଂଗ୍ରହ କରି ନେଇଥିଲା। କୁନାଲ ମଲ୍ଲିକ (୪୦, ୪୯ ବଲ୍‌), ତୁହିନ୍‌ ତୁଷାର (୧୮, ୧୯ ବଲ୍‌) ଦଳକୁ ବିଜୟୀ କରାଇଥିଲେ। ବାରଣାସୀ ପକ୍ଷରୁ ଅମିତ୍‌ ଶୁକ୍ଳା (୩/୨୩) ବୋଲିଂରେ ସଫଳ ହୋଇଥିଲେ। କୁନାଲ ମଲ୍ଲିକଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଗୁରୁବାର ରାମେଶ୍ୱର ନିଜର ଦ୍ୱିତୀୟ ତଥା ଶେଷ ଲିଗ୍‌ ମ୍ୟାଚ୍‌ରେ ରାଞ୍ଚିକୁ ଭେଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe