ଜନ୍ମ ଦିନରେ ରାମକୁମାର ଉପବିଜେତା

Advertisment
ଜନ୍ମ ଦିନରେ ରାମକୁମାର ଉପବିଜେତା

Times of India

ଏକେଣ୍ଟାଲ (ଜର୍ମାନି): ରବିବାର ୨୬ ବର୍ଷ ବୟସରେ ପଦାର୍ପଣ କରିଥିବା ଭାରତୀୟ ‌ଟେନିସ ଖେଳାଳି ରାମକୁମାର ରାମନାଥନ ଏକେଣ୍ଟାଲ ଚ୍ୟାଲେଞ୍ଜର୍ସ ପ୍ରତିଯୋଗିତାରେ ଉପବିଜେତା ହୋଇ ଜନ୍ମ ଦିନକୁ ସ୍ମରଣୀୟ କରିଛନ୍ତି। ଶନିବାର ସେମିଫାଇନାଲ୍‌ରେ ରାମକୁମାର ୪-୬, ୬-୧, ୬-୧ ସେଟ୍‌ରେ ଜର୍ମାନିର ମାର୍ଭିନ ମୋଲରଙ୍କୁ ହରାଇ ଫାଇନାଲ୍‌ ଟିକେଟ୍‌ ହାସଲ କରିଥିଲେ। ହେଲେ ରବିବାର ଫାଇନାଲ୍‌ରେ ଏହି ଅଣାମାନ୍ୟତା ଭାରତୀୟ ୪-୬, ୪-୬ ‌ସିଧାସଳଖ ସେଟ୍‌‌ରେ ସପ୍ତମ ମାନ୍ୟତାପ୍ରାପ୍ତ ଆମେରିକାର ସେବାସ୍ତିଆନ୍‌ କ୍ରୋଡାଙ୍କଠୁ ହାରି ଯାଇଥିଲେ। ରାମକୁମାର ୫ ଥର ଲାଗି ଚ୍ୟାଲେଞ୍ଜର୍ସ ସର୍କିଟ୍‌ ଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ଟ୍ରଫି କରାୟତ୍ତ କରିବାରେ ବିଫଳ ହୋଇଛନ୍ତି। ପୂର୍ବରୁ ‌ସେ ତାଲାହାସି (ଏପ୍ରିଲ, ୨୦୧୭), ୱିନେତିକା (ଜୁଲାଇ, ୨୦୧୭), ପୁନେ (ନଭେମ୍ବର, ୨୦୧୭) ଏବଂ ତାଇ‌େପେ (ଏପ୍ରିଲ, ୨୦୧୮)ରେ ଉପବିଜେତାରେ ହିଁ ସନ୍ତୁଷ୍ଟ ରହିଥିଲେ। ୨୦୨୦ରେ ରାମକୁମାରଙ୍କ ଏହା ଶ୍ରେଷ୍ଠ ପ୍ରଦର୍ଶନ। ଏହି ପ୍ରତିଯୋଗିତାରୁ ସେ ପୁରସ୍କାର ରାଶି ବାବଦରେ ୭୨୦୦ ୟୁରୋ (୬୩୨୦୦ ଟଙ୍କା) ପାଇଥିଲା ବେଳେ ୬୦ ଏଟିପି ପଏଣ୍ଟ କରା‌ୟତ୍ତ କରିଛନ୍ତି। ଏଥିସହ ସେ ଏଟିପି ଏକକ ମାନ୍ୟତାରେ ୨୦୬ରୁ ୧୮୫ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe