ରାମୋସ୍‌ ଓଡ଼ିଶା ଏଫସି ଗୋଲ୍‌ରକ୍ଷଣ ପ୍ରଶିକ୍ଷକ ନିଯୁକ୍ତ

Advertisment
ରାମୋସ୍‌ ଓଡ଼ିଶା ଏଫସି ଗୋଲ୍‌ରକ୍ଷଣ ପ୍ରଶିକ୍ଷକ ନିଯୁକ୍ତ

Sportstar - The Hindu

ଭୁବନେଶ୍ବର: ଭାରତୀୟ ଫୁଟ୍‌ବଲ୍ ଦଳର ପୂର୍ବତନ ବ୍ରାଜିଲୀୟ ଗୋଲ୍‌ରକ୍ଷଣ ପ୍ରଶିକ୍ଷକ ରୋଜେରିଓ ରାମୋସ ଆସନ୍ତା ଆଇଏସଏଲ୍ ଋତୁ ପାଇଁ ଓଡ଼ିଶା ଏଫ୍‌ସି ରକ୍ଷଣଭାଗ ସମ୍ଭାଳିବେ। ଭୁବନେଶ୍ବର ଦଳ ସହିତ ରାମୋସ ଗୁରୁବାର ଦୁଇ ବର୍ଷିଆ ଚୁକ୍ତି କରିନେଇଛନ୍ତି। ଭାରତୀୟ ଦଳର ଗୋଲ୍‌ରକ୍ଷଣ ପ୍ରଶିକ୍ଷକ ଦାୟିତ୍ବ ତୁଲାଇବା ସହିତ ପୂର୍ବରୁ ସେ ସୁଦାନ ଜାତୀୟ ଦଳ ସହ କାମ କରିଥିଲେ। ୪୬ ବର୍ଷୀୟ ଏହି ପେସାଦାର ପ୍ରଶିକ୍ଷକ ମଧ୍ୟ ବ୍ରାଜିଲର ଇସି ସାଣ୍ଟୋସ୍‌ ଆନ୍ଦ୍ରେ ଏସ୍‌ପି, ଇସି ନୋଭୋ ହାମ୍ବର୍ଗୋ ଆର୍‌ଏସ୍‌, ଭାରତର ମହିନ୍ଦ୍ରା ୟୁନାଇଟେଡ୍‌, ଭାସ୍କୋ ସ୍ପୋର୍ଟସ କ୍ଲବ୍‌, ଦକ୍ଷିଣ କୋରିଆର ୟଙ୍ଗ୍‌ ଇନ୍ ଏକାଡେମି ଏବଂ ସାଇପ୍ରସର ଏନଇଏ ସାଲାମିନା ଆଦି ଦଳ ସହ ଜଡ଼ିତ ରହିସାରିଛନ୍ତି।

ରାମୋସଙ୍କ ନିଯୁକ୍ତିକୁ ନେଇ ଓଡ଼ିଶା ଏଫ୍‌ସିର ମୁଖ୍ୟ ପ୍ରଶିକ୍ଷକ ଷ୍ଟୁଆର୍ଟ ବକ୍ସଟର୍‌ କହିଛନ୍ତି, 'ରାମୋସଙ୍କୁ ମୁଁ ଓଡ଼ିଶା ଏଫ୍‌ସି ପରିବାରକୁ ସ୍ବାଗତ କରୁଛି। ଆମ ପ୍ରଶିକ୍ଷଣ ଦଳରେ ସେ ନିଶ୍ଚିତ ଭଲ ସଂଯୋଗ ହେବ। ଭାରତରେ ସେ ପୂର୍ବରୁ କାମ କରିବାର ଅଭିଜ୍ଞତା ରଖିଛନ୍ତି। ଆମ ପାଇଁ ସେ ନିଶ୍ଚିତ ଫାଇଦା ସାବ୍ୟସ୍ତ ହେ‌ବେ'। ନିଜେ ରାମୋସ ମଧ୍ୟ ଖୁସି ହୋଇଛନ୍ତି। 'ଓଡ଼ିଶା ଏଫ୍‌ସି ଏବଂ ଆଇଏସ୍‌ଏଲ୍‌ ସହିତ ଜଡ଼ିତ ହୋଇଥିବାରୁ ମୁଁ ନିଜକୁ ଗୌରବାନ୍ବିତ ମନେ କରୁଛି' ବୋଲି ରାମୋସ ପ୍ରକାଶ କରିଛନ୍ତି। ଦଳଠାରୁ ଶ୍ରେଷ୍ଠ ଫଳାଫଳ ବାହାର କରିବାରେ ମୁଁ ସଫଳ ହେବି ବୋଲି ରାମୋସ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe