Advertisment

Hockey: ଏଚ୍‌ଆଇଏଲ୍‌ ଫାଇନାଲ୍‌ରେ ରାଞ୍ଚି ରୟାଲ୍ସ-କଳିଙ୍ଗ ଲାନ୍‌ସର୍ସ

Advertisment

ଚଳିତ ଏଚ୍‌ଆଇଏଲ୍‌ର ଫାଇନାଲ୍‌ରେ ସୋମବାର ରାଞ୍ଚି ରୟାଲ୍ସ ଭେଟିବ ଘରୋଇ କଳିଙ୍ଗ ଲାନ୍‌ସର୍ସକୁ। ରବିବାର ଅନୁଷ୍ଠିତ କ୍ବାଲିଫାୟାର-୨ରେ ରାଞ୍ଚି ରୟାଲ୍ସ ୩-୨ ଗୋଲ୍‌ରେ ହାଇଦ୍ରାବାଦ ତୁଫାନ୍ସକୁ ପରାସ୍ତ କରିଛି। ଫଳରେ ଟ୍ରଫି ପାଇଁ କଳିଙ୍ଗ ଲାନସର୍ସ ସହ ମୁହାଁମୁିଁ ହେବାକୁ ଯାଉଛି।

25bbs_117_25012026_112

ଭୁବନେଶ୍ବର: ଚଳିତ ଏଚ୍‌ଆଇଏଲ୍‌ର ଫାଇନାଲ୍‌ରେ ସୋମବାର ରାଞ୍ଚି ରୟାଲ୍ସ ଭେଟିବ ଘରୋଇ କଳିଙ୍ଗ ଲାନ୍‌ସର୍ସକୁ। ରବିବାର ଅନୁଷ୍ଠିତ କ୍ବାଲିଫାୟାର-୨ରେ ରାଞ୍ଚି ରୟାଲ୍ସ ୩-୨ ଗୋଲ୍‌ରେ ହାଇଦ୍ରାବାଦ ତୁଫାନ୍ସକୁ ପରାସ୍ତ କରିଛି। ଫଳରେ ଟ୍ରଫି ପାଇଁ କଳିଙ୍ଗ ଲାନସର୍ସ ସହ ମୁହାଁମୁିଁ ହେବାକୁ ଯାଉଛି।

ରବିବାର ପ୍ରଥମ କ୍ବାର୍ଟରରେ ହିଁ ରୟାଲ୍ସ ଅଗ୍ରଣୀ ନେଇଯାଇଥିଲା। ପଞ୍ଚମ ମିନିଟ୍‌ରେ ଜ୍ୟାକବ୍‌ ଆଣ୍ଡରସନ୍‌ ତୁଫାନ୍ସକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। କିନ୍ତୁ ଟମ୍‌ ବୁନ୍‌ ୧୩ ଓ ୧୫ ମିିନିଟ୍‌ରେ ଦୁଇ ଗୋଲ୍ ଦେଇ ରୟାଲ୍ସକୁ ପ୍ରତ୍ୟାବର୍ତନ କରାଇଥିଲେ। ଦ୍ବିତୀୟ ଓ ଚତୁର୍ଥ କ୍ବାର୍ଟର‌ ଗୋଲ୍‌ଶୂନ୍ୟ ବିତିଥିବାବେଳେ ତୃତୀୟ କ୍ବାର୍ଟରର ୩୪ତମ ମିନିଟ୍‌ରେ ବୁନ୍‌ ନିଜ ତୃତୀୟ ଗୋଲ୍ ଦେଇ ହ୍ୟାଟ୍ରିକ୍‌ କରିଥିଲେ। ଓଡ଼ିଆ ପୁଅ ଅମନଦୀପ ଲାକ୍ରା ୩୮ତମ ମିନିଟ୍‌ରେ ଗୋଟିଏ ଗୋଲ୍‌ ଦେଇ ବ୍ୟବଧାନକୁ କମାଇଥିଲେ। ଶେଷରେ ବୁନ୍‌ଙ୍କ ହ୍ୟାଟ୍ରିକ୍‌ ନିର୍ଣ୍ଣାୟକ ହୋଇଥିଲା। ସୋମବାର ଫାଇନାଲ୍‌ ମ୍ୟାଚ୍‌ ରାତି ୭.୩୦ରେ ଖେଳାଯିବ। ଏହା ପୂର୍ବରୁ ଅପରାହ୍ଣ ୫.୦୦ରେ ହାଇଦ୍ରାବାଦ ତୁଫାନ୍ସ ସହ ହିଲ୍‌ ଜିସି ମଧ୍ୟରେ ତୃତୀୟ/ଚତୁର୍ଥ ସ୍ଥାନ ମୁକାବିଲା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe