ବାରବାଟୀ ‘ଶୂନ’ରୁ ରଣଜୀ ଅଭିଯାନ: ପ୍ରଥମ ମ୍ୟାଚ୍‌ରେ ବରୋଦା ୭ ୱିକେଟ୍‌ରେ ବିଜୟୀ

ଦାୟିତ୍ବହୀନ ବ୍ୟାଟିଂ ଯୋଗୁଁ ଓଡ଼ିଶା ବରିଷ୍ଠ କ୍ରିକେଟ୍‌ ଦଳ ରଣଜୀ ଋତୁର ପ୍ରଥମ ମ୍ୟାଚ୍‌ରୁ ୧ ପଏଣ୍ଟ ହାତଛଡ଼ା କରିବା ସହ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ତୃତୀୟ....

fshfshhfsxbbvxbvbv

କଟକ: ଦାୟିତ୍ବହୀନ ବ୍ୟାଟିଂ ଯୋଗୁଁ ଓଡ଼ିଶା ବରିଷ୍ଠ କ୍ରିକେଟ୍‌ ଦଳ ରଣଜୀ ଋତୁର ପ୍ରଥମ ମ୍ୟାଚ୍‌ରୁ ୧ ପଏଣ୍ଟ ହାତଛଡ଼ା କରିବା ସହ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ତୃତୀୟ ଦିନରେ ପ୍ରଥମ ପାଳିରେ ଅଗ୍ରଣୀ ନେଇଥିବା ବରୋଦା ଶେଷ ଦିନକୁ ୭ ୱିକେଟ୍‌ରେ ମ୍ୟାଚ୍‌ ଜିତିନେଇଛି। ବରୋଦା ସମ୍ପୂର୍ଣ୍ଣ ୬ ପଏଣ୍ଟରୁ ଅଭିଯାନ ଆରମ୍ଭ କରିଥିବାବେଳେ ଓଡ଼ିଶା ‘ଶୂନ’ରୁ ସଂଘର୍ଷ କରିଛି। ଏଥି ସହିତ ବରୋଦା ବିପକ୍ଷରେ ଓଡ଼ିଶାର ଅଲୋଡ଼ା ବିଜୟଶୂନ୍ୟ ରେକର୍ଡ ବି ଆଗକୁ ବଢ଼ିଛି। ଦଶମ ମ୍ୟାଚ୍‌ରେ ଓଡ଼ିଶା ପଞ୍ଚମ ପରାଜୟ ବରଣ କରିଛି। ବାରବାଟୀ ମୁକାବିଲାରେ ଶତକ ଅର୍ଜନକାରୀ ଶିବାଲିକ ଶର୍ମା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ରେ ୨୫ ତାରିଖରୁ ଉତ୍ତରପ୍ରଦେଶ ବିପକ୍ଷରେ ଖେଳିବ।

ତୃତୀୟ ଦିନର ସ୍କୋର୍‌ ୪୧୩/୭ରେ ବରୋଦା ଶନିବାର ସକାଳେ ପାଳି ଘୋଷଣା କରିଦେଇଥିଲା। ଫଳରେ ମ୍ୟାଚ୍‌ ଅମୀମାଂସିତ ରଖିବାକୁ ଓଡ଼ିଶା ପାଖରେ ଭଲ ସୁଯୋଗ ଥିଲା। କେବଳ ଅଧିନାୟକ ଶୁଭ୍ରାଂଶୁ ସେନାପତି (୫୯* ରନ୍‌, ୧୧୪ ବଲ୍‌)ଙ୍କୁ ଛାଡ଼ିଦେଲେ ଅନ୍ୟ ସଭିଏଁ ନିରାଶ କରିଥିଲେ। ଶୀର୍ଷ ତିନିଜଣ ସ୍ବସ୍ତିକ ସାମଲ (୬), ପଦାର୍ପଣକାରୀ ଗୌରବ ଚୌଧୁରୀ (୨୮) ଓ ସନ୍ଦୀପ ପଟ୍ଟନାୟକ (୧୭) ଆରମ୍ଭ ଭଲ କରିପାରି ନଥିଲା ବେଳେ ବରିଷ୍ଠ ଖେଳାଳି ତଥା ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର (୬), ପ୍ରଥମ ପାଳିର ଅର୍ଦ୍ଧଶତକ ଅର୍ଜନକାରୀ ରାଜେଶ ଧୂପର (୩) ଦୁଇ ଅଙ୍କରେ ବି ପହଞ୍ଚିପାରି ନଥିଲେ। ଓଡ଼ିଶା ଖେଳାଳିଙ୍କ ଦାୟିତ୍ବହୀନ ବ୍ୟାଟିଂର ଫାଇଦା ଉଠାଇବାକୁ ଯାଇ ପ୍ରଥମ ପାଳିରେ ଆଦୌ ୱିକେଟ୍‌ ପାଇ ନଥିବା ମହେଶ ପିଠିୟା ୬ ୱିକେଟ୍‌ ଅକ୍ତିଆର କରିଥିଲେ। ଭାର୍ଗବ ଭଟ୍ଟ ୩ ଓ ରସିକ ସଲାମ ୧ ୱିକେଟ ନେଇଥିଲେ। ୧୭୪ ରନ୍‌ରେ ଓଡ଼ିଶା ଦ୍ବିତୀୟ ପାଳି ଶେଷ ହୋଇଯିବା ପରେ ବରୋଦା ସମ୍ମୁଖରେ ମାତ୍ର ୩୩ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଯାହାକୁ ଭ୍ରମଣକାରୀ ଦଳ ଜ୍ୟୋତ୍ସ୍ନିଲ୍‌ ସିଂହ (୦), ଶାଶ୍ବତ ରାୱତ (୧), ବିଷ୍ଣୁ ସୋଲୋଙ୍କୀ (୧)ଙ୍କ ୱିକେଟ୍‌ ହରାଇ ୭.୪ ଓଭରରେ ହାସଲ କରିନେଇଥିଲା। 

ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି-୨୭୧। ବରୋଦା ପ୍ରଥମ ପାଳି-୪୧୩/୭। ଓଡ଼ିଶା ଦ୍ବିତୀୟ ପାଳି-୧୭୪/୧୦ (ଶୁଭ୍ରାଂଶୁ ସେନାପତି-୫୯*, ଗୌରବ ଚୌଧୁରୀ-୨୮, ମହେଶ ପିଠିୟା-୬/୬୩)। ବରୋଦା ଦ୍ବିତୀୟ ପାଳି-୩୬/୩ (ଶିବାଲିକ ଶର୍ମା-୩୨*, ବାଦଲ ବିଶ୍ବାଳ-୨/୨୦, ‌ଗୋବିନ୍ଦ ପୋଦ୍ଦାର-୧/୧୬)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe