ରଣଜୀ କ୍ରିକେଟର୍‌ଙ୍କୁ ମିଳୁପାରୁନି କ୍ଷତିପୂରଣ

Advertisment
ରଣଜୀ ଟ୍ରଫି ଫାଇନାଲ୍‌ରେ ବେଙ୍ଗଲ-ସୌରାଷ୍ଟ୍ର

www.cricwaves.com

ନୂଆଦିଲ୍ଲୀ: ପ୍ରତିଶ୍ରୁତିର ଗୋଟିଏ ବର୍ଷ ପରେ ମଧ୍ୟ ଦେଶର ରଣଜୀ କ୍ରିକେଟର୍‌ମାନଙ୍କୁ ଅଦ୍ୟାବଧି‌ ସେମାନଙ୍କ ପାଉଣା ପ୍ରଦାନ କରାଯାଇପାରିନାହିଁ। କୋଭିଡ୍‌ ପରିସ୍ଥିତି ପାଇଁ ୨୦୨୦ ମସିହାର ରଣଜୀ ଟ୍ରଫି ଖେଳାଯାଇନଥିଲା। କିନ୍ତୁ ସମସ୍ତ ରାଜ୍ୟ ସଂଘଗୁଡିକ ନିଜ ନିଜ ପ୍ରସ୍ତାବ ଓ ଆବଶ୍ୟକୀୟ ଇନଭଏସ୍ ପ୍ରଦାନ କରିପାରିନଥିବାରୁ ଏହି ପାଉଣା ପ୍ରଦାନ କରାଯାଇ ପାରୁନାହିଁ ବୋଲି କହିଛନ୍ତି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୂମାଲ୍‌। ନିକଟରେ ବିସିସିଆଇ ମଧ୍ୟ ଏହାର ୨୦୨୦ ଟ୍ବେଣ୍ଟି-୨୦ ମହିଳା ବିଶ୍ବକପ୍‌ ଉପ ବିଜେତା ପୁରସ୍କାର ରାଶି ପାଇନଥିବା ‌ବ୍ରିଟେନ୍‌ର ଟେଲିଗ୍ରାଫ୍‌ ଖବରକାଗଜରେ ପ୍ରକାଶ ପାଇଥିଲା। ଏହା ସପ୍ତାହକ ମଧ୍ୟରେ ମିଳିବ ବୋଲି ମଧ୍ୟ ବିସିସିଆଇ ଆଶା ପ୍ରକାଶ କରିଛି। ତେବେ ଗତବର୍ଷ ରଣଜୀ ଟ୍ରଫି ଖେଳାଯାଇନଥିବାରୁ କେଉଁ ଫର୍ମୁଲାରେ କ୍ଷତିପୂରଣ ପାଉଣା ପ୍ରଦାନ କରାଯିବ ବିସିସିଆଇ ନିଷ୍ପତ୍ତିରେ ପହଞ୍ଚି ପାରିନାହିଁ। କୌଣସି ରାଜ୍ୟ ସଂଘ ମଧ୍ୟ କ୍ଷତିପୂରଣ ପାଉଣା ଲାଗି ପ୍ରସ୍ତାବ ରଖି ପାରିନାହାନ୍ତି।

ଗତବର୍ଷ ଅଇପିଏଲ୍‌ ବେଳେ ୭୩ ଜଣ ଅନ୍‌କ୍ୟାପ୍‌ଡ ଖେଳାଳି ୮ ଫ୍ରାଞ୍ଚାଇଜ୍‌ ଦଳରେ ସ୍ଥାନ ପାଇଥିଲେ। ସେମାନଙ୍କ ମଧ୍ୟରେ ବସିଲ୍‌ ଥମ୍ପି ଓ ଦୀପକ ହୁଦା ରହିଥିଲେ ଯେଉଁମାନେ ଭାରତୀୟ ଦଳର ଅଂଶବିଶେଷ ହୋଇପାରିଥିଲେ। ଫଳରେ ଏମାନେ ୧୦ରୁ ୨୦ ‌ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରିଥିଲେ। କିନ୍ତୁ ଆଇପିଏଲ୍‌ ଚୁକ୍ତିରେ ନ ଥିବା ଅନ୍ୟ ୭୦୦ ପାଖାପାଖି ଘରୋଇ କ୍ରିକେଟର୍‌ ୧୦ରୁ ୨୦ ଲକ୍ଷ ଟଙ୍କା ସମ୍ପୂର୍ଣ୍ଣ ଋତୁରୁ ପାଉଥିଲେ ମଧ୍ୟ ଏଥିରୁ ବଞ୍ଚିତ ହୋଇଛନ୍ତି। ରଣଜୀ ଟ୍ରଫି ମ୍ୟାଚ୍‌ ପିଛା ଏବେ ୧.୪ ଲକ୍ଷ ଟଙ୍କା ମିଳୁଛି। ଏହା ବାଦ୍‌ ପ୍ରଦାନ କରାଯାଉଥିବା ଜିଆର୍‌ଏସ୍ (ଗ୍ରସ୍‌ ରେଭେନ୍ୟୁ ସେୟାର୍‌) ଅଂଶ ମଧ୍ୟ ଖେଳାଳିଙ୍କ ପ୍ରଦାନ କରାଯାଇଥାଏ। ଯାହାକି କ୍ରିକେଟ୍ ପ୍ରଶାସନିକ ସମିତି (ସିଓଏ) ଗଠନ ପରଠାରୁ ୨୦୧୬-୧୭ ପରଠାରୁ ମିଳିନାହିଁ।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କୋଷାଧ୍ୟକ୍ଷ ଧୂମାଲଙ୍କ ସମସ୍ୟାକୁ ବୁଝିଥିଲେ ମଧ୍ୟ ବୋର୍ଡ ଚୂଡାନ୍ତ ନିଷ୍ପତ୍ତିରେ ପହଞ୍ଚି ପାରୁନାହିଁ। ‘କ୍ଷତିପୂରଣ ପାଇଁ ବିସିସିଆଇ ଘୋଷଣା କରିଥିଲା ସତ, କିନ୍ତୁ ଗୋଟିଏ ଋତୁରେ ଜଣେ ଖେଳାଳିଙ୍କୁ ୮ କି ୧୦ ମ୍ୟାଚ୍‌ ହିସାବରେ କ୍ଷତିପୂରଣ ଦିଆଯିବ ନିଷ୍ପତ୍ତି ହୋଇପାରିନି। ସଂରକ୍ଷିତ ଖେଳାଳିମାନେ ଅଧା ପାଇଥାନ୍ତି। ଏହାକୁ ନେଇ କିଭଳି ହିସାବ ହେବ ଦ୍ବନ୍ଦ୍ବ ରହିଛି। ସମସ୍ତଙ୍କୁ ଏକ ନିର୍ଦ୍ଧିଷ୍ଟ ପରିମାଣ ପ୍ରଦାନ କରିବା ସମ୍ଭବ ନୁହେଁ। ପ୍ରତି ରାଜ୍ୟକୁ ମୋଟାଅଙ୍କ ପରିମାଣ ପ୍ରଦାନ କରିବାର ଏକ ବିକଳ୍ପ ରହିଛି, ତେବେ ଏହାକୁ ମଧ୍ୟ କିଭଳି ବର୍ଗୀକରଣ କରାଯିବ ତାହାକୁ ପରିଚାଳନା କରୁଛୁ’ ବୋଲି ଗାଙ୍ଗୁଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe