ଡିସେମ୍ବରରେ ରଣଜୀ! ଏଥର ଈରାନୀ, ଦଲିପ୍‌ ଓ ଦେଓଧର ଟ୍ରଫି ହେବନି

Advertisment
ରଣଜୀ ଟ୍ରଫି ଫାଇନାଲ୍‌ରେ ବେଙ୍ଗଲ-ସୌରାଷ୍ଟ୍ର

www.cricwaves.com

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଗତଋତୁର ଏକାଧିକ ଘରୋଇ ପ୍ରତିଯୋଗିତା ବାତିଲ ହୋଇଯାଇଥିଲା ବେଳେ ଏଥର କିନ୍ତୁ ସେପ୍ଟେମ୍ବରରୁ ଘରୋଇ ଋତୁ ଆରମ୍ଭ କରିବାକୁ ଭାରତୀୟ କ୍ରିକେଟ୍‌ ନିୟଂତ୍ରଣ ବୋର୍ଡ (ବିସିସିଆଇ) ଯୋଜନା କରିଛି। ଗତ ଋତୁରେ କରୋନା ମହାମାରୀ ମଧ୍ୟରେ କେବଳ ସୟଦ୍‌ ମୁସ୍ତାକ ଅଲ୍ଲୀ ଟି-୨୦ ଓ ବିଜୟ ହଜାରେ ଟ୍ରଫି ଦିନିକିଆ ପ୍ରତିଯୋଗିତା ସାଙ୍ଗକୁ ଜାତୀୟ ମହିଳା ଦିନିକିଆ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏବେ ବି କରୋନା ମହାମାରୀର ଦ୍ବିତୀୟ ଲହର ଭୟଙ୍କର ରୂପ ନେଉଥିବା ସତ୍ତ୍ବେ ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫିରୁ ୨୦୨୧-୨୨ ଘରୋଇ ଋତୁକୁ ଆରମ୍ଭ କରିବାର ଆଶା ବିସିସିଆଇ ବାନ୍ଧିଥିଲା ବେଳେ ଗତ ଋତୁରେ ବାତିଲ ହୋଇଥିବା ପ୍ରମୁଖ ପ୍ରତିଯୋଗିତା ରଣଜୀ ଟ୍ରଫି ପାଇଁ ତିନି ମାସର ଦ୍ବାର ଖୋଲା ରଖିଛି।

୮୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବାତିଲ ହୋଇଥିବା ରଣଜୀ ଟ୍ରଫିକୁ ସମ୍ଭବତଃ ଚଳିତ ବର୍ଷ ଡିସେମ୍ବର‌ରେ ଆୟୋଜନ କରିବ ବୋଲି ଶୁକ୍ରବାର ବୋର୍ଡ ବୈଠକରେ ଆପାତତଃ ସ୍ଥିର ହୋଇଛି। ତେବେ ଦଲିପ ଟ୍ରଫି, ଦେଓଧର ଟ୍ରଫି ଓ ଈରାନୀ ଟ୍ରଫିକୁ ଚଳିତ ଋତୁରେ ପ୍ରସ୍ତୁତ କରିଥିବା ନିଜ କ୍ୟାଲେଣ୍ଡରରେ ବିସିସିଆଇ ସ୍ଥାନ ଦେଇନାହିଁ। ଫଳରେ ଏହି ତିନି ପ୍ରତିଯୋଗିତା ଏଥର ବି ବନ୍ଦ ହେବା ନିଶ୍ଚିତ ହୋଇଯାଇଛି। ଏଥି ସହିତ ୫ଟି ମହିଳା ପ୍ରତିଯୋଗିତା ମଧ୍ୟ ଏହି କ୍ୟାଲେଣ୍ଡରରୁ ବାଦ୍‌ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe