Advertisment

Ranji Trophey: ରଣଜୀ ଟ୍ରଫି ଫାଇନାଲ୍‌: ମାଇଲ୍‌ଖୁଣ୍ଟ ଦ୍ବାରରେ ଜମ୍ମୁ କାଶ୍ମୀର: କର୍ଣ୍ଣାଟକ ପ୍ରଥମ ପାଳିରେ ପଛୁଆ

Advertisment

ପ୍ରଥମ ଥର ରଣଜୀ ଟ୍ରଫି ଫାଇନାଲ୍‌ ଖେଳୁଥିବା ଜମ୍ମୁ କାଶ୍ମୀର ଟ୍ରଫି କରାୟତ୍ତ କରିବାର ନିକଟତର ହୋଇଛି। ହୁବଲିରେ ଚାଲିଥିବା ଶକ୍ତିଶାଳୀ କର୍ଣ୍ଣାଟକ ବିପକ୍ଷ ଫାଇନାଲ୍‌ରେ ଜମ୍ମୁ କାଶ୍ମୀର ପ୍ରଥମ ପାଳି ଅଗ୍ରଣୀ ନେଇ ଏହି ଆଶା ସଂଚାର କରିଛି

ପ୍ରଥମ ଥର ରଣଜୀ ଟ୍ରଫି ଫାଇନାଲ୍‌ ଖେଳୁଥିବା ଜମ୍ମୁ କାଶ୍ମୀର ଟ୍ରଫି କରାୟତ୍ତ କରିବାର ନିକଟତର ହୋଇଛି। ହୁବଲିରେ ଚାଲିଥିବା ଶକ୍ତିଶାଳୀ କର୍ଣ୍ଣାଟକ ବିପକ୍ଷ ଫାଇନାଲ୍‌ରେ ଜମ୍ମୁ କାଶ୍ମୀର ପ୍ରଥମ ପାଳି ଅଗ୍ରଣୀ ନେଇ ଏହି ଆଶା ସଂଚାର କରିଛି

27bbs_26_27022026_112

ହୁବଲି: ପ୍ରଥମ ଥର ରଣଜୀ ଟ୍ରଫି ଫାଇନାଲ୍‌ ଖେଳୁଥିବା ଜମ୍ମୁ କାଶ୍ମୀର ଟ୍ରଫି କରାୟତ୍ତ କରିବାର ନିକଟତର ହୋଇଛି। ହୁବଲିରେ ଚାଲିଥିବା ଶକ୍ତିଶାଳୀ କର୍ଣ୍ଣାଟକ ବିପକ୍ଷ ଫାଇନାଲ୍‌ରେ ଜମ୍ମୁ କାଶ୍ମୀର ପ୍ରଥମ ପାଳି ଅଗ୍ରଣୀ ନେଇ ଏହି ଆଶା ସଂଚାର କରିଛି। ମ୍ୟାଚ୍‌ ଆଉ ଗୋଟିଏ ଦିନ ଥିଲା ବେଳେ ଜମ୍ମୁ କଶ୍ମୀର ଦ୍ବିତୀୟ ପାଳିରେ ୪ ୱିକେଟ୍‌ ହରାଇ ୧୮୬ ରନ୍‌ରେ ବ୍ୟାଟିଂ ଜାରି ରଖିଛି। ଏଥିସହ ଦଳ ୪୭୭ ରନ୍‌ରେ ଆଗୁଆ ରହିଛି। କମରନ ଇକ୍‌ବାଲ (୯୪*) ଓ ସାହିଲ ‌ଲୋଟ୍‌ରା (୧୬*) ବ୍ୟାଟିଂ କରୁଛନ୍ତି।

ପ୍ରଥମେ ବ୍ୟାଟିଂ କରିଥିବା ଜମ୍ମୁ କାଶ୍ମୀର ପ୍ରଥମ ପାଳିରେ ୫୮୪ ରନ୍‌ କରିଥିଲା। ଜବାବରେ ଘରୋଇ କର୍ଣ୍ଣାଟକ ୨୯୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଗତକାଲିର ସ୍କୋର୍‌ ୨୨୦/୫ରୁ ଖେଳ ଆରମ୍ଭ କରିଥିବା କର୍ଣ୍ଣାଟକ ଶୁକ୍ରବାର ଏଥିରେ ମାତ୍ର ୭୩ ରନ୍‌ ଯୋଡ଼ି ଅବଶିଷ୍ଟ ୫ ୱିକେଟ୍‌ ହରାଇଥିଲା। ବୁଧବାର ୧୩୦ ରନ୍‌ରେ ବ୍ୟାଟିଂ କରୁଥିବା ମୟଙ୍କ ଅଗ୍ରୱାଲଙ୍କ ୧୬୦ ରନ୍‌ ଛଡ଼ା ଅନ୍ୟ କୌଣସି ବ୍ୟାଟର୍‌ ବଡ଼ ସ୍କୋର୍‌ କରି ନପାରିବାରୁ ଦଳ ୩୦୦ ଭିତରେ ସୀମିତ ରହିଥିଲା। ଜମ୍ମୁ କାଶ୍ମୀର ପକ୍ଷରୁ ଆକ୍ବିବ ନବି ୫ ୱିକେଟ୍‌ ସଫଳତା ପାଇଥିଲା ବେଳେ ସୁନୀଲ କୁମାର ଓ ଯୁଦ୍ଧବୀର ସିଂହ ୨ ଲେଖାଏଁ ୱିକେଟ୍‌ ନେଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଜମ୍ମୁ କାଶ୍ମୀର ପ୍ରଥମ ପାଳି ୧୭୩.୧ ଓଭରରେ-୫୮୪ (ଶୁଭମ ପୁନ୍ଦିର ୧୨୧, ୟାୱେର ହାସନ ୮୮, ସାହିଲ ‌ଲୋତ୍ରା ୭୨, ପାରସ ଡୋଗ୍ରା ୭୦, ଅବଦୁଲ ସମଦ ୬୧, ପ୍ରସିଦ୍ଧ କୃଷ୍ଣ ୫/୯୮, ବିଜୟକୁମାର ବୈଶାକ ୧/୭୫)। କର୍ଣ୍ଣାଟକ ପ୍ରଥମ ପାଳି ୯୩.୩ ଓଭରରେ-୨୯୩ (ମୟଙ୍କ ଅଗ୍ରୱାଲ ୧୬୦, କୃତିକ କୃଷ୍ଣ ୩୬, ଶ୍ରେୟସ୍ ଗୋପାଳ ୨୭, ଆକ୍ବିବ ନବି ୫/୫୪, ସୁନିଲ କୁମାର ୨/୫୧, ଯୁଦ୍ଧବୀର ସିଂହ ୨/୫୫)। ଜମ୍ମୁ କାଶ୍ମୀର ଦ୍ବିତୀୟ ପାଳି ୫୭ ଓଭରରେ-୧୮୬/୪ (କମରନ ଇକ୍‌ବାଲ ୯୪*, ଅବ୍‌ଦୁଲ ସମଦ ୩୨, ସାହିଲ ଲୋଟ୍‌ରା ୧୬*, ପ୍ରସିଦ୍ଧ କୃଷ୍ଣ ୨/୪୨)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe