ରଣଜୀ ଟ୍ରଫି: ବରୋଦାକୁ ଅନ୍ୟୂନ ୩ ପଏଣ୍ଟ୍‌ ନିଶ୍ଚିତ

ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ଓଡ଼ିଶା ବିପକ୍ଷ ରଣ୍‌ଜୀ ଟ୍ରଫି ମ୍ୟାଚ୍‌ରେ ବରୋଦା ପ୍ରଥମ ପାଳିରେ ୧୪୨ ରନ୍‌ର ଅଗ୍ରଣୀ ନେଇ ବ୍ୟାଟିଂ ଜାରି ରଖିଛି। ଓଡ଼ିଶାର ୨୭୧ ରନ୍‌ର ଜବାବରେ ବରୋଦା ତୃତୀୟ ଦିନର ଷ୍ଟମ୍ପ୍‌ସ ବେଳକୁ ୭ ୱିକେଟ୍‌ ହରାଇ ୪୧୩ ରନ୍‌ କରିଛି।

fsfsfxc

sambad.in

କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ଓଡ଼ିଶା ବିପକ୍ଷ ରଣ୍‌ଜୀ ଟ୍ରଫି ମ୍ୟାଚ୍‌ରେ ବରୋଦା ପ୍ରଥମ ପାଳିରେ ୧୪୨ ରନ୍‌ର ଅଗ୍ରଣୀ ନେଇ ବ୍ୟାଟିଂ ଜାରି ରଖିଛି। ଓଡ଼ିଶାର ୨୭୧ ରନ୍‌ର ଜବାବରେ ବରୋଦା ତୃତୀୟ ଦିନର ଷ୍ଟମ୍ପ୍‌ସ ବେଳକୁ ୭ ୱିକେଟ୍‌ ହରାଇ ୪୧୩ ରନ୍‌ କରିଛି। ମିତେଶ ପଟେଲ ୧୦୦* ଓ ରସିକ ସଲାମ ୪୫* ରନ୍‌ରେ ଅପରାଜିତ ଅଛନ୍ତି। ଶନିବାର ଚତୁର୍ଥ ତଥା ଶେଷ ଦିନ ହୋଇଥିବାରୁ ଭ୍ରମଣକାରୀ ବରୋଦା ଦଳ ଅନ୍ୟୂନ ୩ ପଏଣ୍ଟରୁ ଅଭିଯାନ ଆରମ୍ଭ କରିବା ସମ୍ଭାବନା ରହିଛି। ଡ୍ର’ ସହ ଗୋଟିଏ ପଏଣ୍ଟ୍ ପାଇଁ ଓଡ଼ିଶାକୁ ଶେଷ ଦିନରେ ଅଲ୍ଆଉଟ୍ ‌ନହେବାର ଆହ୍ବାନ ରହିଛି।

ଶିବାଲିକ ଓ ମହେଶଙ୍କ ଶତକ
ଓଡ଼ିଶା ୧୪୨ ରନ୍‌ରେ ପଛୁଆ
ସୁମିତ ଶର୍ମାଙ୍କୁ ୩ ୱିକେଟ୍

ଶୁକ୍ରବାର ତୃତୀୟ ଦିବସରେ ୧୨୭/୨ରୁ ‌ଖେଳ ଆରମ୍ଭ କରିଥିବା ବରୋଦା ଏଥିରେ ୨୮୬ ରନ୍‌ ଯୋଡ଼ି ଆଉ ୫ ୱିକେଟ୍‌ ହରାଇଥିଲା। ଶିବାଲିକ ଶର୍ମା ୭୫ ଓ ସ୍ବୀକୃତ ପାଣ୍ଡେ ୩୨ ରନ୍‌ରେ ବ୍ୟାଟିଂ ଆରମ୍ଭ କରିଥିଲେ। ଉଭୟ ୧୬୦ ରନ୍‌ର ଭାଗୀଦାର ଗଢ଼ିଥିଲେ। ଶିବାଲିକ ଶର୍ମା (୧୨୪)ଙ୍କୁ ବାଦଲ ବିଶ୍ବାଳ ଏଲ୍‌ବିଡବ୍ଲ୍ୟୁ କରି ଦେଇଥିଲେ। ଶିବାଲିକଙ୍କ ପରେ ସ୍ବୀକୃତ (୭୧)ଙ୍କୁ ବାଦଲ୍‌  ବୋଲ୍ଡ କରି ବରୋଦାକୁ ୧୧ ରନ୍‌ ମଧ୍ୟରେ ଦ୍ବିତୀୟ ଝଟ୍‌କା ଦେଇଥିଲେ। ବିଷ୍ଣୁ ସୋଲାଙ୍କୀ (୧୯ ରନ୍), ଅତୀତ ସେଠ୍‌ (୨୯) ଓ ମହେଶ ପିଠିଆ (୫)ଙ୍କୁ ସୁମିତ ଶର୍ମା ଆଉଟ୍‌ କରି ଘରୋଇ ଦଳକୁ ପ୍ରତ୍ୟାବର୍ତ୍ତନ ସୁଯୋଗ ଦେଇଥିଲେ। ୩୨୪/୭ରେ ସଂଘର୍ଷ କରୁଥିବା ଭ୍ରମଣକାରୀ ଦଳ ପାଇଁ ମିତେଶ ପଟେଲ୍‌ ଓ ରସିକ ସଲାମ ଅବିଭାଜିତ ଅଷ୍ଟମ ୱିକେଟ୍‌ରେ ୮୯* ଯୋଡ଼ି ସ୍ଥିତି ସମ୍ଭାଳିବା ସହ ବଡ଼ ଅଗ୍ରଣୀ ‌ଦିଗରେ ନେଇଛନ୍ତି। ଓଡ଼ିଶା ପକ୍ଷରୁ ସୁମିତ ଶର୍ମା ୩, ‌ବାଦଲ ବିଶ୍ବାଳ ୨ ଓ ଗୋବିନ୍ଦ ପୋଦାର ଗୋଟିଏ ୱିକେଟ୍ ଅକ୍ତିଆର କରିଛନ୍ତି।

ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୨୭୧ (ରାଜେଶ ଧୂପର-୯୪, ଶୁଭ୍ରାଂଶୁ ସେନାପତି-୭୯, ଅତୀତ ସେଠ୍‌-୪/୬୭, ରସିକ୍ ସଲାମ-୩/୬୬)। ବରୋଦା ପ୍ରଥମ ପାଳି: ୧୪୬ ଓଭରରେ ୪୧୩/୭ (ସୁମିତ ଶର୍ମା-୩/୧୦୪, ବାଦଲ ବିଶ୍ବାଳ-୨/୧୩୧, ଗୋବିନ୍ଦ ପୋଦ୍ଦାର-୧/୭୩)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe