ରଣଜୀ ଟ୍ରଫି: ଓଡ଼ିଶା ବିପକ୍ଷରେ ବରୋଦା ବଡ଼ ଅଗ୍ରଣୀ ମୁହାଁ

Advertisment

ଓଡ଼ିଶା ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ଘରୋଇ ବରୋଦା ଦଳ ବଡ଼ ସ୍କୋର୍‌ ଓ ଅଗ୍ରଣୀ ଦିଗରେ ଅଗ୍ରସର ହୋଇଛି। ଓଡ଼ିଶାର ୧୯୩ ରନ୍‌ ଜବାବରେ ଘରୋଇ ବରୋଦା ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ୬ ୱିକେଟ୍‌ ହରାଇ ୩୫୪ ରନ୍‌ କରିଛି। ଅନ୍ତର୍ଜାତୀୟ ତାରକା କ୍ରୁନାଲ ପାଣ୍ଡ୍ୟା ୮୮* ରନ୍‌ରେ ବ୍ୟାଟିଂ କରୁଛନ୍ତି।

ଓଡ଼ିଶା ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ଘରୋଇ ବରୋଦା ଦଳ ବଡ଼ ସ୍କୋର୍‌ ଓ ଅଗ୍ରଣୀ ଦିଗରେ ଅଗ୍ରସର ହୋଇଛି। ଓଡ଼ିଶାର ୧୯୩ ରନ୍‌ ଜବାବରେ ଘରୋଇ ବରୋଦା ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ୬ ୱିକେଟ୍‌ ହରାଇ ୩୫୪ ରନ୍‌ କରିଛି। ଅନ୍ତର୍ଜାତୀୟ ତାରକା କ୍ରୁନାଲ ପାଣ୍ଡ୍ୟା ୮୮* ରନ୍‌ରେ ବ୍ୟାଟିଂ କରୁଛନ୍ତି।

fgffgsffsg

ଭୁବନେଶ୍ବର: ଓଡ଼ିଶା ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ଘରୋଇ ବରୋଦା ଦଳ ବଡ଼ ସ୍କୋର୍‌ ଓ ଅଗ୍ରଣୀ ଦିଗରେ ଅଗ୍ରସର ହୋଇଛି। ଓଡ଼ିଶାର ୧୯୩ ରନ୍‌ ଜବାବରେ ଘରୋଇ ବରୋଦା ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ୬ ୱିକେଟ୍‌ ହରାଇ ୩୫୪ ରନ୍‌ କରିଛି। ଅନ୍ତର୍ଜାତୀୟ ତାରକା କ୍ରୁନାଲ ପାଣ୍ଡ୍ୟା ୮୮* ରନ୍‌ରେ ବ୍ୟାଟିଂ କରୁଛନ୍ତି। 

ରବିବାର ସକାଳେ ୫୦/୧ରୁ ଖେଳ ଆରମ୍ଭ କରିଥିବା ବରୋଦା ଏଥିରେ ୩୩ ରନ୍‌‌ ଯୋଡ଼ି ପ୍ରଥମ ୱିକେଟ୍‌ ହରାଇଥିଲା। ଶାଶ୍ବତ ରାୱତ (୩୪)ଙ୍କୁ ଗୋବିନ୍ଦ ପୋଦ୍ଦାର ଆଉଟ କରି ଏହି ସଫଳତା ଦେଇଥିଲେ। ଅଭିମନ୍ୟୁ ରାଜପୁତ (୧୦)ଙ୍କୁ ସୁମିତ ଶର୍ମା ଏଲ୍‌ବିଡବ୍ଲୁ କରି ଦେବାରୁ ବରୋଦା ୧୦୦/୩ରେ ସଂଘର୍ଷ କରିଥିଲା। ଏହାପରେ ଶିବାଲିକ ଶର୍ମା (୯୬) ଓ ବିଷ୍ଣୁ ସୋଲାଙ୍କି ଚତୁର୍ଥ ୱିକେଟ୍‌ରେ ୧୨୧ ରନ୍‌ ଯୋଡ଼ିଥିଲେ। ଶିବାଲିକ ଆଉଟ୍‌ ପରେ ବିଷ୍ଣୁ ଓ ଅଧିନାୟକ କ୍ରୁନାଲଙ୍କ ସହ ଆଉ ଏକ ଭଲ ଭାଗୀଦାରି ଗଢ଼ି ଦଳୀୟ ସ୍କୋର୍‌ ୩୦୦ ପାର୍‌ କରିଥିଲେ। ବିଷ୍ଣୁ (୯୮)ଙ୍କୁ ହର୍ଷିତ ରାଥୋଡ଼ ପ୍ୟାଭିଲିୟନ୍‌ ପଠାଇ ଶତକରୁ ବଞ୍ଚିତ କରିଥିଲେ। ନିନାଦ ରଥୱା (୧୦*)ଙ୍କୁ ପୋଦ୍ଦାର ଆଉଟ କରି ୪ ୱିକେଟ୍‌ ସଫଳତା ପାଇଛନ୍ତି।

ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୧୯୩/୧୦ (ବିପ୍ଲବ ସାମନ୍ତରାୟ-୫୮, ଆଶୀର୍ବାଦ ସ୍ବାଇଁ-୩୭, ଶାନ୍ତନୁ ମିଶ୍ର-୨୩, ମହେଶ ପିଠିୟା-୫/୬୧, ଆକାଶ ସିଂହ-୨/୪୨, ଭାର୍ଗବ ଭଟ୍ଟ-୨/୪୪)। ବରୋଦା ପ୍ରଥମ ପାଳି: ୧୦୭ ଓଭରରେ ୩୫୪/୬ (ବିଷ୍ଣୁ ସୋଲାଙ୍କି-୯୮, ଶିବାଳିକ ଶର୍ମା-୯୬, କ୍ରୁନାଲ ପାଣ୍ଡ୍ୟା-୮୮*, ଗୋବିନ୍ଦ ପୋଦ୍ଦାର-୪/୯୬, ହର୍ଷିତ ରାଥୋଡ଼-୧/୩୪, ସୁମିତ ଶର୍ମା-୧/୫୧)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe