ରଣଜୀ ଟ୍ରଫି: ସ୍ବସ୍ତିକଙ୍କ ଶତକ ସତ୍ତ୍ବେ ସୁଯୋଗ ହାତଛଡ଼ା

Advertisment

ଚଳିତ ରଣଜୀ ଟ୍ରଫିରେ ଲଗାତାର ଦୁଇ ପରାଜୟ ପରେ ଓଡ଼ିଶା ପ୍ରଥମ ଥର ପାଳି ଅଗ୍ରଣୀ ପାଇଛି। ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌-ଏ’ ମ୍ୟାଚ୍‌ରେ ମହାରାଷ୍ଟ୍ର ବିପକ୍ଷରେ ଓଡ଼ିଶା ପ୍ରଥମ ପାଳିରେ ମହତ୍ତ୍ବପୂର୍ଣ୍ଣ ୩୮ ରନ୍‌ର ଅଗ୍ରଣୀ ପାଇଛି।

ଚଳିତ ରଣଜୀ ଟ୍ରଫିରେ ଲଗାତାର ଦୁଇ ପରାଜୟ ପରେ ଓଡ଼ିଶା ପ୍ରଥମ ଥର ପାଳି ଅଗ୍ରଣୀ ପାଇଛି। ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌-ଏ’ ମ୍ୟାଚ୍‌ରେ ମହାରାଷ୍ଟ୍ର ବିପକ୍ଷରେ ଓଡ଼ିଶା ପ୍ରଥମ ପାଳିରେ ମହତ୍ତ୍ବପୂର୍ଣ୍ଣ ୩୮ ରନ୍‌ର ଅଗ୍ରଣୀ ପାଇଛି।

gjgdjggjjg

ଭୁବନେଶ୍ବର: ଚଳିତ ରଣଜୀ ଟ୍ରଫିରେ ଲଗାତାର ଦୁଇ ପରାଜୟ ପରେ ଓଡ଼ିଶା ପ୍ରଥମ ଥର ପାଳି ଅଗ୍ରଣୀ ପାଇଛି। ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌-ଏ’ ମ୍ୟାଚ୍‌ରେ ମହାରାଷ୍ଟ୍ର ବିପକ୍ଷରେ ଓଡ଼ିଶା ପ୍ରଥମ ପାଳିରେ ମହତ୍ତ୍ବପୂର୍ଣ୍ଣ ୩୮ ରନ୍‌ର ଅଗ୍ରଣୀ ପାଇଛି। ସ୍ବସ୍ତିକ ସାମଲଙ୍କ ପ୍ରଥମ ଶତକ ସହାୟତାରେ ଓଡ଼ିଶା ଦ୍ବିତୀୟ ଦିନରେ ୨୦୦ ରନ୍‌ କରିବା ପରେ ଅଲ୍‌ଆଉଟ୍‌ ହୋଇଥିଲା। ଷ୍ଟମ୍ପ୍ସ ବେଳକୁ ମହାରାଷ୍ଟ୍ର ଦ୍ବିତୀୟ ପାଳିରେ ୩ ୱିକେଟ୍‌ ହରାଇ ୭୮ ରନ୍‌ ସଂଗ୍ରହ କରିଛି। ଫଳରେ ଭ୍ରମଣକାରୀ ଦଳ ଏବେ ୪୦ ରନ୍‌ରେ ଆଗୁଆ ହୋଇଛି।

ପ୍ରଥମ ଦିନରେ ଓଡ଼ିଶା ବ୍ୟାଟିଂକୁ ସମ୍ଭାଳି ନେଇଥିବା ଦୁଇ ବ୍ୟାଟର୍‌ ସ୍ବସ୍ତିକ ଓ ସନ୍ଦୀପ ପଟ୍ଟନାୟକ ଦ୍ବିତୀୟ ଦିନରେ କିନ୍ତୁ ବିଫଳ ହୋଇଥିଲେ। ଦିନର ପ୍ରଥମ ବଲ୍‌ରେ ସନ୍ଦୀପ ଆଉଟ୍‌ ହେବାରୁ ଘରୋଇ ଦଳକୁ ବଡ଼ ଝଟ୍‌କା ଲାଗିଥିଲା। ଏହା ପରଠୁ କେବଳ ଆଶୀର୍ବାଦ ସ୍ବାଇଁ (୧୫) ଓ ରାଜେଶ ଧୂପର (୧୧) ଦୁଇ ଅଙ୍କରେ ପହଞ୍ଚିପାରିଥିଲେ। ମଧ୍ୟାହ୍ନଭୋଜନ ସୁଦ୍ଧା ଓଡ଼ିଶା ୧୬୩ ରନ୍‌ ସଂଗ୍ରହ କରିଥିଲେ ମଧ୍ୟ ୬ ୱିକେଟ୍‌ ହରାଇସାରିଥିଲା। ସ୍ବସ୍ତିକ କିନ୍ତୁ ରକ୍ଷଣାତ୍ମକ ଖେଳ ଜାରି ରଖି ବିରତି ପରେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ପ୍ରଥମ ଶତକ ଅର୍ଜନ କରିଥିଲେ। ଏହି ଶତକୀୟ ପାଳିରେ ସେ ୨୪୦ ବଲ୍‌ର ସାମ୍ନା କରି ୯ ଚୌକା ଓ ୨ ଛକା ସହାୟତାରେ ୧୧୮ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ। ଚା’ପାନ ବିରତିର ପାଖାପାଖି ଅଧଘଣ୍ଟା ପୂର୍ବରୁ ଓଡ଼ିଶା ଦ୍ବିଶତକରେ ପହଞ୍ଚିବା ପରେ ଅଲ୍‌ଆଉଟ୍‌ ହୋଇଥିଲା। ପ୍ରତିପକ୍ଷର ରାମକ୍ରିଷ୍ଣା ଘୋଷ (୩/୫୦) ଅଲ୍‌ରାଉଣ୍ଡ ପ୍ରଦର୍ଶନ କରିଥିଲା ବେଳେ ରଜନୀଶ ଗୁର୍ବାନି (୩/୩୮) ଙ୍କ ସହ ମିଶି ଅଧାରୁ ଅଧିକ ୱିକେଟ୍‌ ଖସାଇଥିଲେ।

ଚା’ପାନ ବିରତି ପରେ ଦ୍ବିତୀୟ ପାଳିରେ ମହାରାଷ୍ଟ୍ର ପାଇଁ ସଚିନ ଧାସ୍‌ ଓ ଅର୍ଶିନ କୁଲକର୍ଣ୍ଣି ଭଲ ଆରମ୍ଭ କରିଥିଲେ। ପ୍ରଥମ ୱିକେଟ୍‌ରେ ଉଭୟ ୫୭ ରନ୍‌ ଯୋଡ଼ିବା ପରେ ତରଣୀ ସା’ ଓଡ଼ିଶାକୁ ବିଳମ୍ବିତ ସଫଳତା ଦେଇଥିଲେ। ଗୋଟିଏ ଓଭର ବ୍ୟବଧାନରେ ପ୍ରଥମେ ଅର୍ଶିନ (୨୫) ଓ ପରେ ୟଶ କ୍ଷୀରସାଗର (୮)ଙ୍କୁ ତରଣୀ ଆଉଟ୍‌ କରିଥିଲେ। ପିଚ୍‌ରେ ଜମି ଆସୁଥିବା ସଚିନ (୩୮)ଙ୍କୁ ଗୋବିନ୍ଦ ପୋଦ୍ଦାର ନିଜ ସ୍ପିନ୍‌ ଜାଲରେ ଫସାଇ ଷ୍ଟମ୍ପିଂ କରାଇଥିଲେ। ଦିନର ଖେଳ ବନ୍ଦ ହେବା ବେଳକୁ ଅଧିନାୟକ ଅଙ୍କିତ ବାୱନେ ୭* ଓ ପ୍ରଶାନ୍ତ ସୋଲାଙ୍କି ୦*ରେ ଅପରାଜିତ ଅଛନ୍ତି।

ସଂକ୍ଷିପ୍ତ ସ୍କୋର: ମହାରାଷ୍ଟ୍ର ପ୍ରଥମ ପାଳି ୫୪ ଓଭରରେ ୧୬୨/୧୦ (ରାମକ୍ରିଷ୍ଣା ଘୋଷ-୮୦, ଅଙ୍କିତ ବାୱାନେ-୩୪, ସଚିନ ଧାସ୍‌-୨୦, ସୁମିତ ଶର୍ମା-୪/୩୯, ଗୋବିନ୍ଦ ପୋଦ୍ଦାର-୩/୧୦, ତରଣୀ ସା’-୨/୪୪)। ଓଡ଼ିଶା ପ୍ରଥମ ପାଳି ୮୨.୨ ଓଭରରେ ୨୦୦/୧୦ (ସ୍ବସ୍ତିକ ସାମଲ-୧୧୮, ସନ୍ଦୀପ ପଟ୍ଟନାୟକ-୪୧, ରାଜନୀଶ ଗୁର୍ବାନି-୩/୩୮, ରାମକ୍ରିଷ୍ଣା ଘୋଷ-୩/୫୦, ସତ୍ୟଜିତ ବଛାଭ-୨/୫୦)। ମହାରାଷ୍ଟ୍ର ଦ୍ବିତୀୟ ପାଳି ୨୭ ଓଭରରେ ୭୮/୩ (ସଚିନ ଧାସ୍‌-୩୮, ଅର୍ଶିନ କୁଲକର୍ଣ୍ଣି-୨୫, ତରଣୀ ସା’-୨/୨୭, ଗୋବିନ୍ଦ ପୋଦ୍ଦାର-୧/୧୭)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe