ରଣ୍‌ଜୀ ଟ୍ରଫି: ଧୂପର ଶତକରୁ ବଞ୍ଚିତ; ଓଡ଼ିଶା ୨୭୧, ବରୋଦା ୧୨୭/୨

ବାରବାଟୀ ଷ୍ଟାଡିୟମ୍‌ରେ ବୁଧବାର ଆରମ୍ଭ ହୋଇଥିବା ରଣ୍‌ଜୀ ଟ୍ରଫିର ବରୋଦା ବିପକ୍ଷ ମ୍ୟାଚ୍‌ରେ ଗୁରୁବାର ଓଡ଼ିଶା ପ୍ରଥମ ପାଳିରେ ୧୧୬.୧ ଓଭର ଖେଳି ସମସ୍ତ ୱିକେଟ୍ ହରାଇ ୨୭୧ ରନ୍ କରିଛି।

dagddadg

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ବୁଧବାର ଆରମ୍ଭ ହୋଇଥିବା ରଣ୍‌ଜୀ ଟ୍ରଫିର ବରୋଦା ବିପକ୍ଷ ମ୍ୟାଚ୍‌ରେ ଗୁରୁବାର ଓଡ଼ିଶା ପ୍ରଥମ ପାଳିରେ ୧୧୬.୧ ଓଭର ଖେଳି ସମସ୍ତ ୱିକେଟ୍ ହରାଇ ୨୭୧ ରନ୍ କରିଛି। ଗୁରୁବାର ପ୍ରଥମ ପାଳି ଆରମ୍ଭ କରିଥିବା ବରୋଦା ଷ୍ଟମ୍ପ ଅପସାରଣ ସୁଦ୍ଧା ୬୧ ଓଭର ଖେଳି ୨ ୱିକେଟ୍ ହରାଇ ୧୨୭ ରନ୍ ସଂଗ୍ରହ କରିଛି। ସଂପ୍ରତି ପ୍ରଥମ ପାଳିରେ ବରୋଦା ୧୪୪ ରନ୍‌ରେ ପଛୁଆ ରହିଥିବା ବେଳେ ଶିବାଲିକ୍ ଶର୍ମା ୭୫* ଓ ସ୍ବୀକୃତ ପାଣ୍ଡେ ୩୨* ରନରେ ବ୍ୟାଟିଂ କରୁଥିଲେ। 

ଦ୍ବିତୀୟ ଦିବସରେ ୨୦୫/୫ରୁ ପାଳି ଆରମ୍ଭ କରିଥିବା ଓଡ଼ିଶାର ଆରମ୍ଭ ‌ସନ୍ତୋଷଜନକ ନ ଥିଲା। ୨୧୨ ବଲ‌୍‌ ଖେଳି ୭୬ ରନ୍‌ରେ ଅପରାଜିତ ରହିଥିବା ରାଜେଶ ଧୂପର ଦ୍ବିତୀୟ ଦିବସରେ ସ‌ାଥୀ ଖେଳାଳି ଆଶୀର୍ବାଦ ସ୍ବାଇଁଙ୍କ ସହ ବ୍ୟାଟିଂ ଆରମ୍ଭ କରିଥିଲେ। ଆଶୀର୍ବାଦଙ୍କ ସହ ୪୫ ରନ୍‌ର ଭାଗୀଦାର ଗଢ଼ିବା ବେଳେ ବରୋଦା ଅଧିନାୟକ ଅତୀତ ସେଠ୍‌ଙ୍କ ଦ୍ବାରା ଏଲ୍‌ବିଡବ୍ଲ୍ୟୁ ହୋଇ ରାଜେଶ (୯୪) ଶତକରୁ ବଞ୍ଚିତ ହୋଇଥିଲେ। ଏହାପରେ ଆଶୀର୍ବାଦ ସ୍ବାଇଁ (୨୨) ଅତୀତଙ୍କ ଦ୍ବାରା ଆଉଟ୍ ହୋଇଥିଲେ। ଆଶୀର୍ବାଦଙ୍କ ପରେ ଓଡ଼ିଶାର ଆଉ କୌଣସି ବ୍ୟାଟର ବେଶୀ ସମୟ ତିଷ୍ଠି ପାରି ନଥିଲେ। ରାଜେଶ ମହାନ୍ତି ୨୨ ବଲ୍‌ରୁ ୮, ସୁନୀଲ ରାଉଳ ୧୨ ବଲ୍‌ରୁ ୯ ରନ୍ କରି ଆଉଟ୍‌ ହୋଇଥିଲେ। ବାଦଲ ବିଶ୍ବାଳ ୮ ବଲ୍‌ରୁ ‌ଗୋଟିଏ ରନ୍ ଅପରାଜିତ ରହିଥିବା ବେଳେ ସୁମିତ ଶର୍ମା ଖାତା ଖୋଲି ପାରି ନ ଥିଲେ। ବରୋଦା ପକ୍ଷରୁ ଅତୀତ ୪, ରସିକ୍ ସଲାମ  ୩ ଏବଂ ଭାର୍ଗବ ଭଟ୍ଟ ୨ ୱିକେଟ୍ ଅକ୍ତିଆର କରିଛନ୍ତି। 

ଗୁରୁବାର ଦ୍ବିତୀୟ ଦିବସରେ ପ୍ରଥମ ପାଳି ଆରମ୍ଭ କରିଥିବା ବରୋଦାକୁ ପ୍ରଥମରୁ ଝଟକା ଲାଗିଥିଲା। ଦୁଇ ଓପନର ଜ୍ୟୋସ୍ନୀଲ ସିଂହ ଓ ଶିବାଲିକ୍ ଶର୍ମା ୩୭ ରନ୍‌ ଭାଗୀଦାରି କରିଥିଲେ। ଜ୍ୟୋସ୍ନୀଲ (୧୨)ଙ୍କୁ ଅନିଲ ପରିଡ଼ା ରନ୍ଆଉଟ୍ କରି ଦେବା ପରେ ଶାଶ୍ବତ ରାୱତ (୮) ଗୋବିନ୍ଦ ପୋଦାରଙ୍କ ବଲ୍‌ରେ ଆଶୀର୍ବାଦ ସ୍ବାଇଁଙ୍କ ହାତରେ ଧରାପଡ଼ି ପ୍ୟାଭିଲିୟନ୍‌କୁ ଫେରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe