ରଣଜୀ ଟ୍ରଫି: ଗୋବିନ୍ଦଙ୍କ ଅର୍ଦ୍ଧଶତକ ‌ଦେଲା ଆଶା

Advertisment

ଚଳିତ ରଣଜୀ ଟ୍ରଫିରେ ଜମ୍ମୁ କାଶ୍ମୀର ବିପକ୍ଷରେ ପାଳି ଅଗ୍ରଣୀ ପାଇବାକୁ ଓଡ଼ିଶା ସଂଘର୍ଷ କରୁଛି। ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ଏହି ଦ୍ବିତୀୟ ପର୍ଯ୍ୟାୟ ମୁକାବିଲାରେ ଜମ୍ମୁ କାଶ୍ମୀରର ୨୭୦ ରନ୍‌କୁ ପିଛା କରି ଓଡ଼ିଶା ଦ୍ବିତୀୟ ଦିନ ଷ୍ଟମ୍ପ୍ସ ସୁଦ୍ଧା ୫ ୱିକେଟ୍‌ ବିନିମୟରେ ୧୯୮ ରନ୍‌ ସଂଗ୍ରହ କରିଛି।

ଚଳିତ ରଣଜୀ ଟ୍ରଫିରେ ଜମ୍ମୁ କାଶ୍ମୀର ବିପକ୍ଷରେ ପାଳି ଅଗ୍ରଣୀ ପାଇବାକୁ ଓଡ଼ିଶା ସଂଘର୍ଷ କରୁଛି। ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ଏହି ଦ୍ବିତୀୟ ପର୍ଯ୍ୟାୟ ମୁକାବିଲାରେ ଜମ୍ମୁ କାଶ୍ମୀରର ୨୭୦ ରନ୍‌କୁ ପିଛା କରି ଓଡ଼ିଶା ଦ୍ବିତୀୟ ଦିନ ଷ୍ଟମ୍ପ୍ସ ସୁଦ୍ଧା ୫ ୱିକେଟ୍‌ ବିନିମୟରେ ୧୯୮ ରନ୍‌ ସଂଗ୍ରହ କରିଛି।

fshffhhfhfs

ଭୁବନେଶ୍ବର: ଚଳିତ ରଣଜୀ ଟ୍ରଫିରେ ଜମ୍ମୁ କାଶ୍ମୀର ବିପକ୍ଷରେ ପାଳି ଅଗ୍ରଣୀ ପାଇବାକୁ ଓଡ଼ିଶା ସଂଘର୍ଷ କରୁଛି। ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ଏହି ଦ୍ବିତୀୟ ପର୍ଯ୍ୟାୟ ମୁକାବିଲାରେ ଜମ୍ମୁ କାଶ୍ମୀରର ୨୭୦ ରନ୍‌କୁ ପିଛା କରି ଓଡ଼ିଶା ଦ୍ବିତୀୟ ଦିନ ଷ୍ଟମ୍ପ୍ସ ସୁଦ୍ଧା ୫ ୱିକେଟ୍‌ ବିନିମୟରେ ୧୯୮ ରନ୍‌ ସଂଗ୍ରହ କରିଛି। ଏବେବି ଘରୋଇ ଦଳ ୭୨ ରନ୍‌ ପଛୁଆ ରହିଥିଲା ବେଳେ ଶେଷ ବ୍ୟାଟିଂ ଯୋଡ଼ି ଅପରାଜିତ ଅଛନ୍ତି। ରକ୍ଷଣାତ୍ମକ ଖେଳୁଥିବା ଅଧିନାୟକ ଗୋବିନ୍ଦ ପୋଦ୍ଦାର ୮୭* ଓ ୱିକେଟ୍‌ରକ୍ଷକ ବ୍ୟାଟର୍‌ ଆଶୀର୍ବାଦ ସ୍ବାଇଁ ୨୫* ରନ୍‌ରେ ଅପରାଜିତ ଅଛନ୍ତି। 

ପ୍ରଥମ ଦିନର ସ୍କୋର ୧୫/୧ରୁ ଓଡ଼ିଶା ଖେଳିବା ଆରମ୍ଭ କରିଥିଲା ବେଳେ ଅନୁରାଗ ଷଡ଼ଙ୍ଗୀଙ୍କ ସହ ସନ୍ଦୀପ ପଟ୍ଟନାୟକ ଅର୍ଦ୍ଧଶତକୀୟ (୫୨) ଭାଗୀଦାରି ଗଢ଼ିବା ପରେ ଆଉଟ୍‌ ହୋଇଥିଲେ। ଅନୁରାଗ ଓ ଗୋବିନ୍ଦ ରକ୍ଷଣାତ୍ମକ ଖେଳିଥିଲେ ମଧ୍ୟ ଲମ୍ବା ସମୟ ରହି ନଥିଲେ। ୧୦୦ରୁ ଊର୍ଦ୍ଧ୍ବ ବଲ୍‌ ଖେଳିଥିବା ଅନୁରାଗଙ୍କୁ ଉମର ନାଜିର୍‌ ଆଉଟ୍‌ କରି ଦିନର ଦ୍ବିତୀୟ ଝଟ୍‌କା ଦେଇଥିଲେ। ଏଭଳି ସମୟରେ ଏକ ବଡ଼ ଭାଗୀଦାରିର ଆବଶ୍ୟକତା ରହୁଥିଲେ ମଧ୍ୟ ପୂର୍ବତନ ଅଧିନାୟକ ବିପ୍ଲବ ସାମନ୍ତରାୟ (୧) ଓ ଯୁବ ବ୍ୟାଟର୍‌ କାର୍ତ୍ତିକ ବିଶ୍ବାଳ (୪)ଙ୍କୁ ଆବିଦ୍‌ ମୁସ୍ତାକ ଏଲ୍‌ବିଡବ୍‌ଲ୍ୟୁ କରିବାରୁ ଓଡ଼ିଶା ୧୦୬ ରନ୍‌ରେ ଅଧା ୱିକେଟ୍‌ ହରାଇଥିଲା। ଏଥିମଧ୍ୟରେ ଅର୍ଦ୍ଧଶତକ ଅର୍ଜନ କରିସାରିଥିବା ଗୋବିନ୍ଦ ଧୀରେ ଧୀରେ ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଯୁବ ବ୍ୟାଟର୍‌ ଆଶୀର୍ବାଦ ତାଙ୍କୁ ଉଚିତ ସହଯୋଗ ପ୍ରଦାନ କରୁଛନ୍ତି।

ଷଷ୍ଠ ୱିକେଟ୍‌ରେ ଉଭୟଙ୍କ ମଧ୍ୟରେ ୧୭୩ ବଲ୍‌ରୁ ୯୨* ରନ୍‌ ଭାଗୀଦାରି ହେବାରୁ ଓଡ଼ିଶା ଏବେ ଅପେକ୍ଷାକୃତ ଭଲ ସ୍ଥିତିରେ ଅଛି। କିନ୍ତୁ ଏମାନଙ୍କ ପରେ ଆଉ ବିଶେଷଜ୍ଞ ବ୍ୟାଟର୍‌ ନଥିବାରୁ ତୃତୀୟ ଦିନରେ ଅଧିକ ସତର୍କତାର ସହ ବ୍ୟାଟିଂ କରିବାକୁ ପଡ଼ିବ। ତଥାପି ଦେବବ୍ରତ ପ୍ରଧାନ ଓ ସୂର୍ଯ୍ୟକାନ୍ତ ପ୍ରଧାନ ଆକ୍ରମଣାତ୍ମକ ବ୍ୟାଟିଂ କରିପାରିବାର ଦକ୍ଷତା ରଖୁଥିବାରୁ ଓଡ଼ିଶା ପାଳି ଅଗ୍ରଣୀ ପାଇବା ଆଶାରେ ରହିଛି।
ସଂକ୍ଷିପ୍ତ ସ୍କୋର: ଜମ୍ମୁ କାଶ୍ମୀର ପ୍ରଥମ ପାଳି: ୨୭୦ (ଅବଦୁଲ୍‌ ସମଦ-୧୨୭, ସୁମିତ ଶର୍ମା-୫/୭୯, ରାଜେଶ ମହାନ୍ତି-୨/୪୭, ସୂର୍ଯ୍ୟକାନ୍ତ ପ୍ରଧାନ-୨/୫୦)। ଓଡ଼ିଶା ପ୍ରଥମ ପାଳି: ୬୯.୧ ଓଭରରେ ୧୯୮/୫ (ଗୋବିନ୍ଦ ପୋଦ୍ଦାର-୮୭*, ଅନୁରାଗ ଷଡ଼ଙ୍ଗୀ-୩୫, ସନ୍ଦୀପ ପଟ୍ଟନାୟକ-୨୬, ଆଶୀର୍ବାଦ ସ୍ବାଇଁ-୨୫*, ଅବିଦ୍‌ ମୁସ୍ତାକ୍‌-୨/୫୨, ସାହିଲ ଲୋଟ୍ରା-୧/୨୫, ଅକିବ୍‌ ନବୀ-୧/୨୭)।

ଖାତା ଖୋଲି ପାରିଲେନି ଶୁଭ୍ରାଂଶୁ
ଓଡ଼ିଶା ଛାଡ଼ି ମଧ୍ୟପ୍ରଦେଶ ପାଇଁ ଖେଳୁଥିବା ପୂର୍ବତନ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ରଣଜୀ ଅଭିଯାନ ଏପର୍ଯ୍ୟନ୍ତ ନିରାଶାଜନକ ରହିଛି। ପ୍ରଥମ ମ୍ୟାଚ୍‌ରେ କର୍ଣ୍ଣାଟକ ବିପକ୍ଷରେ ୨୮ ରନ୍‌ କରିଥିବା ଶୁଭ୍ରାଂଶୁ ଶନିବାର ପଞ୍ଜାବ ବିପକ୍ଷରେ ଖାତା ଖୋଲି ନପାରି ଆଉଟ୍‌ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe