ରଣଜୀ ଟ୍ରଫି ମ୍ୟାଚ ସମୟରେ ମଦ୍ୟପ ଡ୍ରାଇଭର ପିଚ ଉପରକୁ ଗାଡି ମଡାଇବା ଘଟଣାରେ ଚାଳକ ଗିରଫ

Advertisment
ରଣଜୀ ଟ୍ରଫି ମ୍ୟାଚ ସମୟରେ ମଦ୍ୟପ ଡ୍ରାଇଭର ପିଚ ଉପରକୁ ଗାଡି ମଡାଇବା ଘଟଣାରେ ଚାଳକ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ପାଲାମ୍‌ ବିମାନ ବନ୍ଦର ଅଞ୍ଚଳରେ ଥିବା ଏୟାର ଫୋର୍ସ ଗ୍ରାଉଣ୍ଡରେ ଶୁକ୍ରବାର ଏକ ବଡ଼ ଧରଣର ଅଘଟଣା ଘଟିବାରୁ ଅଳ୍ପକେ ରକ୍ଷା ପାଇ ଯାଇଛି। ଦିଲ୍ଲୀ ଓ ଉତ୍ତର ପ୍ରଦେଶ ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ ସମୟରେ ଜଣେ ୩୦ବର୍ଷ ନିଶାସକ୍ତ ଯୁବକ ତୀବ୍ର ବେଗରେ କାର ଚଳାଇ ପଡ଼ିଆ ଭିତରକୁ ପଶି ଆସିଥିଲେ। ଏହି ଘଟଣା ପରେ ପୁଲିସ ତାଙ୍କୁ ଅଟକ ରଖି ପଚାର ଉଚରା ଜାରି ରଖିଥିଲା। ଏକ ଘଟଣାକୁ ନେଇ ଏକ ସାଧାରଣ ଅଭିଯୋଗ ପରେ ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ଯୁବକଙ୍କ ନାମ ଗିରିଶ ଶର୍ମା ବୋଲି ଜଣାପଡ଼ିଛି।

publive-image

ଉଲ୍ଲେଖଯୋଗ୍ୟ କି, ଦିଲ୍ଲୀ ଓ ଉତ୍ତର ପ୍ରଦେଶ ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ । ଏହି ମ୍ୟାଚକୁ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳି ଗୌତମ ଗମ୍ଭୀର, ଇଶାନ୍ତ ଶର୍ମା, ଋଷଭ ପନ୍ଥ ପ୍ରମୁଖ ଏଇ ମ୍ୟାଚ ଖେଳୁଥିଲେ। ଖେଳ ଚାଲିଥିବା ବେଳେ ଅପରାହ୍ନ ୪,୪୦ ବେଳକୁ ହଠାତ୍‌ ଏକ କାର ଖୁବ୍‌ ବେଗରେ ଅତର୍କିତ ଭାବେ ପଡ଼ିଆ ଭିତରକୁ ମାଡି ଆସିଥିଲା। ଫଲରେ ଫଲଡିଂ କରୁଥିବା ଖେଳାଳୀମାନେ ପ୍ରାଣ ବିକଳରେ ଏଣେତେଣ ଦୌଡ଼ିଥିଲେ। ଚାଳକ ସିଧା ଗାଡ଼ି ଆଣି ପିଚ୍‌ ଉପରେ ରଖି ଦେଇଥିଲା। ଏହି ସମୟରେ ଗାଡ଼ି ନିଶାସକ୍ତ ଚାଳକଙ୍କୁ କେହି ସୁରକ୍ଷା କର୍ମୀ ଅଟକାଇାବାକୁ ନଥିବାରୁ ସେ ସିଧା ତାଙ୍କ ମାରୁତି ଓ୍ଵାଗନ୍‌ ଆର୍‌ କାରକୁ ପିଚ ଉପରେ ଚଳାଇଥିଲେ।

publive-image

ମିଳିଥିବା ସୂଚନା ମୁତାବକ, ଏହାପରେ ତାଙ୍କୁ ଏୟାରଫୋର୍ସ ପୁଲିସ ଅଟକ ରଖି ପଚରାଉଚରା କରିବା ପରେ ଗିରୀଶ ମଦ୍ୟପାନ କରିଥିବା ମଧ୍ୟ ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ତାଙ୍କୁ ଦିଲ୍ଲୀ ପୁଲିସ ଜିମା ଦିଆଯାଇଥିଲା। ଶୁକ୍ରବାର ମଧ୍ୟରାତିରେ ତାଙ୍କୁ ଗିରଫ କରାଯାଇଛି। ଗରୀଶଙ୍କୁ ଏହି ଘଟଣା ପରେ ଡାକ୍ତରି ଚିକିତ୍ସା କରାଯାଇଥିଲା। ଗିରୀଶ ଶାରୀରିକ ଓ ମାନସିକସ୍ତରରେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ବୋଲି ଡାକ୍ତର କହିଥିଲେ। ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଗିରୀଶଙ୍କ ବିରୋଧରେ ୪୪୭ ଧାରା ଅନୁଯାୟୀ ମାମଲା ରୁଜୁ ହୋଇ ତିନିମାସ ଜେଲଦଣ୍ଡ ସହିତ ଜରିମାନାର ଶୁଣାଣି କରାଯାଇଛି।
ଗରିଶ ଶର୍ମା ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସ୍‌ରେ (ଟିସିଏସ୍‌)ରେ କାମ କରୁଥିଲେ। ସମ୍ପ୍ରତି ସେ ବେରୋଜଗାର ଥିଲେ। ତାଙ୍କ ଘର ବୁଦ୍ଧ ବିହାର ବୋଲି ଜଣାପଡ଼ିଥିଲା। ଗରିଶଙ୍କ ପିତା ପବ୍ଲିକ୍‌ ସେକ୍ଟର ବ୍ୟାଙ୍କରେ କନସଲଟାଣ୍ଟ ଭାବେ କାମ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe