ରଣଜୀ ଟ୍ରଫି: ମୁମ୍ବାଇଠୁ ଜିତିନି ଓଡ଼ିଶା

Advertisment

ଚଳିତ ରଣଜୀ ଋତୁରେ ପ୍ରଥମ ପରାଜୟର ସାମ୍ନା କରିବା ପରେ ଓଡ଼ିଶା କ୍ରିକେଟ୍‌ ଦଳ ପୂର୍ବତନ ବିଜେତା ମୁମ୍ବାଇ ବିପକ୍ଷରେ ବୁଧବାରଠୁ ଚତୁର୍ଥ ପର୍ଯ୍ୟାୟ ମ୍ୟାଚ୍‌ ଖେଳିବାକୁ ଯାଉଛି।

ଚଳିତ ରଣଜୀ ଋତୁରେ ପ୍ରଥମ ପରାଜୟର ସାମ୍ନା କରିବା ପରେ ଓଡ଼ିଶା କ୍ରିକେଟ୍‌ ଦଳ ପୂର୍ବତନ ବିଜେତା ମୁମ୍ବାଇ ବିପକ୍ଷରେ ବୁଧବାରଠୁ ଚତୁର୍ଥ ପର୍ଯ୍ୟାୟ ମ୍ୟାଚ୍‌ ଖେଳିବାକୁ ଯାଉଛି।

fhkhkhk

ଭୁବନେଶ୍ବର: ଚଳିତ ରଣଜୀ ଋତୁରେ ପ୍ରଥମ ପରାଜୟର ସାମ୍ନା କରିବା ପରେ ଓଡ଼ିଶା କ୍ରିକେଟ୍‌ ଦଳ ପୂର୍ବତନ ବିଜେତା ମୁମ୍ବାଇ ବିପକ୍ଷରେ ବୁଧବାରଠୁ ଚତୁର୍ଥ ପର୍ଯ୍ୟାୟ ମ୍ୟାଚ୍‌ ଖେଳିବାକୁ ଯାଉଛି। ମୁମ୍ବାଇର ଶରଦ ପାୱାର କ୍ରିକେଟ୍‌ ଏକାଡେମିରେ ଏହି ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଗୋବିନ୍ଦ ପୋଦ୍ଦାରଙ୍କ ନେତୃତ୍ବାଧୀନ ଦଳ ଗତ ଦୁଇଦିନ ହେବ ଜୋରଦାର ଅଭ୍ୟାସ କରିଛି। ମ୍ୟାଚ୍ ପାଇଁ ପ୍ରସ୍ତୁତ ଲାଲ ମାଟି ପିଚ୍‌ରେ ଘାସ ଥିବାରୁ ବୋଲର୍‌ଙ୍କୁ ଫାଇଦା ମିଳିବ। ତେଣୁ ଗତ ଦୁଇଟି ମ୍ୟାଚ୍‌ରେ ଅସ୍ଥିର ପ୍ରଦର୍ଶନ ଦେଉଥିବା ଓଡ଼ିଶା ବ୍ୟାଟିଂ ପାଇଁ ପୁଣି ଏକ ଆହ୍ବାନ ଅପେକ୍ଷା କରିଛି। ଅନ୍ୟତମ ଶକ୍ତିଶାଳୀ ଦଳ ମୁମ୍ବାଇର ରଣଜୀ ଟ୍ରଫି ଉପରେ ଅଧିକ ଦବ୍‌ଦବା ରହିଆସୁଥିବାରୁ ଓଡ଼ିଶା ଖେଳାଳିଙ୍କ ଉପରେ ଅତିରିକ୍ତ ମାନସିକ ଚାପ ପଡ଼ିବାକୁ ଯାଉଛି। ରଣଜୀ ଟ୍ରଫି ଇତିହାସରେ ମୁମ୍ବାଇଠୁ ଓଡ଼ିଶା ଆଦୌ ଜିତିପାରିନି। ଉଭୟଙ୍କ ମଧ୍ୟରେ ହୋଇଥିବା ୭ ମୁକାବିଲାରୁ ମୁମ୍ବାଇ ୫ଟିରେ ବିଜୟୀ ହୋଇଥିଲା ବେଳେ ଦୁଇଟି ଅମୀମାଂସିତ ରହିଛି। 

ଓଡ଼ିଶାର ପରାଜୟ ଗୁଡ଼ିକ ମଧ୍ୟରୁ ଅଧିକାଂଶ ଲଜ୍ଜାଜନକ ଥିଲା। ୧୯୯୮ରେ ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ପ୍ରଥମ ମୁକାବିଲା ସହିତ ୨୦୧୧ରେ ଡ୍ରିମ୍ସ ଓ ୨୦୨୨ରେ ଅହମଦାବାଦରେ ହୋଇଥିବା ଶେଷ ମୁକାବିଲାରେ ଓଡ଼ିଶାକୁ ପାଳି ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ୨୦୧୩ ମ୍ୟାଚ୍‌ ଅମୀମାଂସିତ ରହିଥିଲେ ମଧ୍ୟ ମୁମ୍ବାଇ ପାଳି ଅଗ୍ରଣୀ ନେଇଥିଲା। ଏହାପୂର୍ବରୁ ୨୦୦୯ରେ ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ମ୍ୟାଚ୍‌ ବର୍ଷା ଯୋଗୁଁ ପ୍ରଭାବିତ ହେବାରୁ ଫଳାଫଳ ଅମୀମାଂସିତ ରହିଥିଲା। ପ୍ରଥମ ଦୁଇ ଦିନ ଖେଳ ହୋଇପାରି ନଥିଲା ବେଳେ ଶେଷ ଦୁଇ ଦିନରେ ମୁମ୍ବାଇ ୩୦୭/୪ରେ ପାଳି ଘୋଷଣା କରିଥିଲା। ‌ଖେଳ ଶେଷ ହେବା ବେଳକୁ ଓଡ଼ିଶା ପ୍ରଥମ ପାଳି ସ୍କୋର ୨୪୩/୮ ହୋଇଥିଲା। ଫଳରେ ଉଭୟ ଦଳଙ୍କୁ ୧ ପଏଣ୍ଟ‌ ଲେଖାଏଁ ମିଳିଥିଲା। 
ଚଳିତ ଋତୁରେ ଓଡ଼ିଶାର ଅଭିଯାନ ସନ୍ତୋଷଜନ ହୋଇପାରିନି। ଓଡ଼ିଶା କେବଳ ଜମ୍ମୁ କଶ୍ମୀରଠୁ ୩ ପଏଣ୍ଟ ହାସଲ କରିବା ପରେ ବରୋଦାଠୁ ପରାସ୍ତ ହୋଇଛି। ପ୍ରଥମରୁ ତ୍ରିପୁରା ବିପକ୍ଷରେ ଖେଳ ସମ୍ଭବ ନହେବାରୁ ବିନା ପରିଶ୍ରମରେ ୧ ପଏଣ୍ଟ ହାତେଇଥିଲା ଓଡ଼ିଶା। ଓଡ଼ିଶା ଉଭୟ ବ୍ୟାଟିଂ ଓ ବୋଲିଂରେ ଆଶାନୁରୂପକ ପ୍ରଦର୍ଶନ କରିପାରିନି। ଅଧିନାୟକ ଗୋବିନ୍ଦଙ୍କୁ ଛାଡ଼ିଦେଲେ ଆଉ‌ କେହି ଶତକ କରିନାହାନ୍ତି। ଏପର୍ଯ୍ୟନ୍ତ କେବଳ ବିପ୍ଳବ ସାମନ୍ତରାୟ (୫୮), ସନ୍ଦୀପ ପଟ୍ଟନାୟକ (୫୫*) ଓ କାର୍ତ୍ତିକ ବିଶ୍ବାଳ (୫୩*) ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। କିନ୍ତୁ ପ୍ରାରମ୍ଭିକ ବ୍ୟାଟିଂ ସବୁବେଳେ ଚିନ୍ତାଜନକ ରହିଛି। ଅନୁରାଗ ଷଡ଼ଙ୍ଗୀ ଓ ଶାନ୍ତନୁ ମିଶ୍ର ପ୍ରାରମ୍ଭିକଙ୍କଠାରୁ ବଡ଼ ଭାଗୀଦାରିର ଅଭାବ ରହୁଥିବା ବେଳେ ମଧ୍ୟକ୍ରମ ମଧ୍ୟ ଦୁର୍ବଳ ରହୁଛି।  ୪ଟି ପାଳି ଭିତରେ ମାତ୍ର ଦୁଇ ଜଣ (ଗୋବିନ୍ଦ ୫୨.୬୬, ସନ୍ଦୀପ ୩୯.୬୬)ଙ୍କ ହାରାହାରି ରନ୍‌ ୩୦ ଉପରେ ରହିଛି। 

ଓଡ଼ିଶା ଦଳ ପାଖରେ ବିଶେଷଜ୍ଞ ସ୍ପିନର ଥିଲେ ମଧ୍ୟ ଗୋବିନ୍ଦ ସବୁଠୁ ଅଧିକ ବୋଲିଂ କରୁଛନ୍ତି। ଦୁଇଟି ମ୍ୟାଚ୍‌ରେ ଗୋବିନ୍ଦ ଏକାକି ୬୧ ଓଭର ବୋଲିଂ କରିଛନ୍ତି। ବଡ଼ୋଦରାରେ ହର୍ଷିତ ରାଠୋଡ଼ଙ୍କୁ ସ୍ପିନର ଭାବେ ସୁଯୋଗ ଦିଆଯାଇଥିଲେ ମଧ୍ୟ ସେ ମାତ୍ର ୧୦ ଓଭର ପକାଇଥିଲେ। ସୁମିତ ଶର୍ମା ୫୦ ଓଭର ବୋଲିଂ କରିଥିଲା ବେଳେ ପଦାର୍ପଣ ମ୍ୟାଚ୍‌ରେ ୫ ୱିକେଟ୍‌ ସଫଳତା ସହ ୭ ୱିକେଟ୍‌ ନେଇ ଶୀର୍ଷରେ ଅଛନ୍ତି। ଦ୍ରୁତ ବୋଲରଙ୍କ ଭିତରେ କେବଳ ସୂର୍ଯ୍ୟକାନ୍ତ ପ୍ରଧାନ (୫ ୱିକେଟ୍‌)  ୩୫.୨ ଓଭର ବୋଲିଂ କରିଛନ୍ତି। ତାଙ୍କ ତୁଳନାରେ ଦେବବ୍ରତ ପ୍ରଧାନ (୨୦.୩ ଓଭର, ୨ ୱିକେଟ୍‌) ଓ ରାଜେଶ ମହାନ୍ତି (୨୬ ଓଭର, ୨ ୱିକେଟ୍‌) ଜମ୍ମୁ ବିପକ୍ଷରେ ଖେଳିବା ପରେ ଦ୍ବିତୀୟ ମ୍ୟାଚ୍‌ରେ ଆଉ ସୁଯୋଗ ପାଇ ନାହାନ୍ତି। ତେଣୁ ମୁମ୍ବାଇ ଭଳି ଏକ ଶକ୍ତିଶାଳୀ ଓ ଆନ୍ତର୍ଜାତିକ ଅଭିଜ୍ଞ ଖେଳାଳିଙ୍କ ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ରଣନୀତିରେ ପରିବର୍ତ୍ତନ ଆଣିବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe