ରଣଜୀ ଟ୍ରଫି: ଅଭିଷେକଙ୍କ ଅର୍ଧଶତକ: ଓଡ଼ିଶା ୧୭୭

Advertisment
ରଣଜୀ ଟ୍ରଫି: ଅଭିଷେକଙ୍କ ଅର୍ଧଶତକ: ଓଡ଼ିଶା ୧୭୭

କଟକ: ଦିଲ୍ଲୀର ଏୟାରଫୋର୍ସ କମ୍ପ୍ଲେକ୍ସ ପଡ଼ିଆରେ ଓଡ଼ିଶା ଓ ଦିଲ୍ଲୀ ମଧ୍ୟରେ ସପ୍ତମ ପର୍ଯ୍ୟାୟ ରଣଜୀ ମ୍ୟାଚ୍‌ ରବିବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିନ ଘରୋଇ ଦଳର ବୋଲରମାନେ ଓଡ଼ିଶା ପ୍ରଥମ ପାଳିକୁ ୧୭୭ ରନ୍‌ରେ ସଫା କରିଦେବା ପରେ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ସର୍ଭିସେସ୍‌ ବିନା ୱିକେଟ୍‌ରେ ୨ ରନ୍‌ କରିଛି। ଏହି ମ୍ୟାଚ୍‌ରେ ଓଡ଼ିଶା ଟସ୍‌ ଜିତି ପ୍ରଥମେ ବ୍ୟାଟି˚ କରିଥିଲା। ହେଲେ ପ୍ରାରମ୍ଭିକ ଯୋଡ଼ି ଅନୁରାଗ ଷଡ଼ଙ୍ଗୀ (୦) ଓ ଶାନ୍ତନୁ ମିଶ୍ର (୭) ଆରମ୍ଭରୁ ନିରାଶ କରିଥିଲେ। ଦେବାଶିଷ ସାମନ୍ତରାୟ କିଛି ସମୟ ପାଳି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ବି ମାତ୍ର ୨୬ ରନ୍‌ କରିଥିଲା ବେଳେ ରନ୍‌ ଆଉଟ ହୋଇଯାଇଥିଲେ। ଶୁଭ୍ରା˚ଶୁ ସେନାପତି (୩) ଓ ଗୋବିନ୍ଦ ପୋଦ୍ଦାର (୬) ମଧ୍ୟ ଶୀଘ୍ର ପାଭିଲିୟନ୍‌ ଫେରିଯାଇଥିଲେ। ଫଳରେ ଏକ ସମୟରେ ୫୫/୫ରେ ଓଡ଼ିଶା ସଂଘର୍ଷ କରିଥିଲା। ତେବେ ମଧ୍ୟକ୍ରମରେ ବିପ୍ଲବ ସାମନ୍ତରାୟ ଓ ଅଭିଷେକ ରାଉତ ଷଷ୍ଠ ଵିକେଟରେ ୮୨ ରନ୍‌ ଯୋଡ଼ି ସ୍ଥିତି କିଛିଟା ସୁଧାରି ନେଇଥିଲେ। ଅର୍ଧଶତକ (୫୬) ଅର୍ଜନ କରିସାରିବା ପରେ ଅଭିଷେକ ତାଙ୍କ ଵିକେଟ୍‌ ହରାଇଥିଲା ବେଳେ ଅର୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ବିପ୍ଲବ (୪୭) ୩ ରନ୍‌ ଦୂ‌ରରେ ଆଉଟ୍‌ ହୋଇଥିଲେ। ପି ରୋଶନ କୁମାର ପାଳି ସମ୍ଭାଳିବା ପାଇଁ ସମ୍ପୂର୍ଣ୍ଣ ଧୀମା ଖେଳିଥିଲେ (୯ ରନ୍‌, ୭୧ ବଲ୍‌) ବି ତଳ ଭାଗରେ ଆଉ ବିଶେଷ ଯୋଗଦାନ ନରହିବାରୁ ଓଡ଼ିଶା ୧୭୭ ରନ୍‌ରେ ସୀମିତ ରହିଥିଲା। ସର୍ଭିସେସ୍‌ର ଅରୁଣ ବମାଲ ୪, ସଚିଦାନନ୍ଦ ପାଣ୍ତେ ଓ ଦିବେଶ ପଠାନିଆ ଦୁଇଟି ଲେଖାଏଁ ଵିକେଟ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe