ରଣଜୀ ଟ୍ରଫି: ବାରବାଟୀରେ ବିଜୟ ଆଶା, ମହାରାଷ୍ଟ୍ରଠୁ ପ୍ରତିଶୋଧ ଲକ୍ଷ୍ୟରେ ଓଡ଼ିଶା

Advertisment

ଲଗାତାର ଦୁଇଟି ମ୍ୟାଚ୍‌ରେ ଲଜ୍ଜାଜନକ ଭାବେ ପାଳି ପରାଜୟର ସାମ୍ନା କରିବା ପରେ ଚଳିତ ରଣଜୀ ଟ୍ରଫିରେ ଓଡ଼ିଶା କ୍ରିକେଟ୍‌ ଦଳ ଘରୋଇ ମାଟିରେ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି।

ଲଗାତାର ଦୁଇଟି ମ୍ୟାଚ୍‌ରେ ଲଜ୍ଜାଜନକ ଭାବେ ପାଳି ପରାଜୟର ସାମ୍ନା କରିବା ପରେ ଚଳିତ ରଣଜୀ ଟ୍ରଫିରେ ଓଡ଼ିଶା କ୍ରିକେଟ୍‌ ଦଳ ଘରୋଇ ମାଟିରେ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି।

dgjjgdgdjgj

ଭୁବନେଶ୍ବର: ଲଗାତାର ଦୁଇଟି ମ୍ୟାଚ୍‌ରେ ଲଜ୍ଜାଜନକ ଭାବେ ପାଳି ପରାଜୟର ସାମ୍ନା କରିବା ପରେ ଚଳିତ ରଣଜୀ ଟ୍ରଫିରେ ଓଡ଼ିଶା କ୍ରିକେଟ୍‌ ଦଳ ଘରୋଇ ମାଟିରେ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି। ବୁଧବାରଠୁ ମହାରାଷ୍ଟ୍ର ବିପକ୍ଷରେ ପଞ୍ଚମ ପର୍ଯ୍ୟାୟ ରଣଜୀ ମ୍ୟାଚ୍‌ ଖେଳିବାକୁ ଯାଉଛି। ମହାରାଷ୍ଟ୍ର ସହିତ ଓଡ଼ିଶାର ରଣଜୀ ଫଳାଫଳ ପ୍ରାୟତଃ ବରାବର ସ୍ଥିତିରେ ରହିଛି। ଉଭୟ ଦଳ ମଧ୍ୟରେ ୧୯୯୩-୯୪ ଋତୁରୁ ଆରମ୍ଭ ହୋଇଥିବା ମୁହାଁମୁହିଁରେ ପ୍ରଥମ ୭ ମ୍ୟାଚ୍‌ ଅମୀମାଂସିତ ହୋଇଥିଲା। ଯେଉଁଥିରୁ ୪ ମ୍ୟାଚ୍‌ରେ ମହାରାଷ୍ଟ୍ରକୁ ପାଳି ଅଗ୍ରଣୀ ମିଳିଥିଲା ବେଳେ ୩ ମ୍ୟାଚ୍‌ରେ ଓଡ଼ିଶା ଆଗରେ ଥିଲା। ତେବେ ୨୦୧୬-୧୭ ଋତୁରେ ନିରପେକ୍ଷ ସ୍ଥାନରେ ମ୍ୟାଚ୍‌ ଖେଳାଯାଇଥିବାରୁ ପ୍ରଥମ ଥର ଓଡ଼ିଶା ୧୧୮ ରନ୍‌ ଓ ପାଳି ବ୍ୟବଧାନ ବିଜୟ ପାଇଥିଲା। କିନ୍ତୁ ୨୦୧୯-୨୦ ଋତୁରେ ହୋଇଥିବା ଶେଷ ମୁକାବିଲାରେ ମହାରାଷ୍ଟ୍ର ଏହାର ପ୍ରତିଶୋଧ ନେବା ସହ ୧୦ ୱିକେଟ୍‌ରେ ବିଜୟୀ ହୋଇଥିଲା। 

ଅନ୍ୟପକ୍ଷରେ ଚଳିତ ଋତୁରେ ଦୁଇଟି ପରାଜୟ ମ୍ୟାଚ୍‌ ପରେ ଓଡ଼ିଶା ଚୟନକର୍ତ୍ତାମାନେ ଯେଉଁଭଳି ଭାବେ କଡ଼ା ପଦକ୍ଷେପ ନେବେ ବୋଲି ଆଶା କରଯାଉଥିଲା, ସେପରି ହୋଇନାହିଁ। ଦୁଇ ବ୍ୟାଟର୍‌ ‌ଅନୁରାଗ ଷଡ଼ଙ୍ଗୀ ଓ ବିପ୍ଳବ ସାମନ୍ତରାୟଙ୍କୁ ବିଶ୍ରାମ ଦିଆଯାଇ ଦ୍ରୁତ ବୋଲର ତାପସ ଦାସଙ୍କୁ ଦଳରେ ସାମିଲ କରାଯାଇଛି। ହେଲେ ଏହି ପରିବର୍ତ୍ତନ ଦ୍ବାରା ଓଡ଼ିଶା ବୋଲିଂ କ୍ରମରେ କୌଣସି ଫରକ ଆସିବା ଭଳି ସମ୍ଭାବନା ନାହିଁ। କାରଣ ସୂର୍ଯ୍ୟକାନ୍ତ ପ୍ରଧାନ, ଦେବବ୍ରତ ପ୍ରଧାନ, ରାଜେଶ ମହାନ୍ତି, ସୁନିଲ ରାଉଳ ଓ ତରଣୀ ସା’ ଏବେବି ଦଳ ପାଖରେ ପୂର୍ଣ୍ଣ କ୍ଷମତାରେ ଉପଲବ୍ଧ ଅଛନ୍ତି। ବ୍ୟାଟର୍‌ଙ୍କ ମଧ୍ୟରେ ଅନୁରାଗଙ୍କ ସ୍ଥାନରେ ରାଜେଶ ଧୂପର ପାଳି ଆରମ୍ଭ କରିବା ସମ୍ଭାବନା ରହିଛି। ଶାନ୍ତନୁ ମିଶ୍ର ପ୍ରତ୍ୟାବର୍ତ୍ତନ କଲେ ଧୂପର ତାଙ୍କର ପ୍ରାରମ୍ଭିକ ସାଥୀ ହୋଇପାରିବେ। ନଚେତ୍‌ ଗୋବିନ୍ଦ ‌ପୋଦ୍ଦାର ପାଳି ଆରମ୍ଭ ପାଇଁ ଅନ୍ୟତମ ବିକଳ୍ପ ଅଛନ୍ତି। ଚଳିତ ଋତୁରେ ଧୂପର ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍‌ ଖେଳି ନାହାନ୍ତି। ଯୁବ ଖେଳାଳି ଆଶୀର୍ବାଦ ସ୍ବାଇଁ ୱିକେଟ୍‌ରକ୍ଷକ ଭାବେ ପ୍ରଥମ ୩ ମ୍ୟାଚ୍‌ରେ ଖେଳିଆସୁଛନ୍ତି। ସ୍ପିନରଙ୍କ ମଧ୍ୟରେ ସୁମିତ ଶର୍ମା ଏହି ପଡ଼ିଆରେ ଜମ୍ମୁ କଶ୍ମୀର ବିପକ୍ଷରେ ୫ ୱିକେଟ୍‌ ସଫଳତା ପାଇଥିବାରୁ ସେ ମଧ୍ୟ ଦଳକୁ ଫେରିବା ସମ୍ଭାବନା ଅଛି। 

ପଏଣ୍ଟ ଟେବୁଲ୍‌ରେ ଓଡ଼ିଶା ଉପରେ ରହିଛି ମହାରାଷ୍ଟ୍ର। ଏହାର ଏକମାତ୍ର କାରଣ ହେଉଛି ମେଘାଳୟକୁ ଏହି ଦଳ ୧୦ ୱିକେଟ୍‌ରେ ହରାଇ ବୋନସ୍‌ ପଏଣ୍ଟ ପାଇଥିଲା। ନଚେତ୍‌ ଏହି ଦଳର ପ୍ରଦର୍ଶନ ଓଡ଼ିଶାଠୁ ମଧ୍ୟ ଖରାପ ରହିଛି। ପ୍ରଥମ ମ୍ୟାଚ୍‌ରେ ସର୍ଭିସେସ୍‌ଠୁ ଓ ତୃତୀୟ ମ୍ୟାଚ୍‌ରେ ମୁମ୍ବାଇଠୁ ପରାସ୍ତ ହୋଇଥିଲା। ଜମ୍ମୁ କଶ୍ମୀର ସହିତ ଖେଳିଥିବା ଶେ‌ଷ ମ୍ୟାଚ୍‌ ଅମୀମାଂସିତ ଥିଲେ ମଧ୍ୟ ମାତ୍ର ୧ ପଏଣ୍ଟ ପାଇଥିଲା। ହାତଗଣତି କେତେଜଣ ଖେଳାଳିଙ୍କୁ ଛାଡ଼ିଦେଲେ ଅନ୍ୟ ଖେଳାଳିଙ୍କ ପ୍ରଦର୍ଶନ ଉତ୍ସାହଜନକ ନାହିଁ। ବ୍ୟାଟିଂରେ ଅଙ୍କିତ ବାୱନେ (୩୨୦ ରନ୍‌), ହର୍ଷଲ କାଟେ (୧୩୯ ରନ୍‌), ସିଦ୍ଦେଶ ବୀର୍‌ (୧୯୮ ରନ୍‌) ଓ ବୋଲିଂରେ ମୁକେଶ ଚୌଧୁରୀ (୧୪ ୱି‌କେଟ୍‌), ହିତେଶ ୱାଲୁଞ୍ଜ (୧୯ ୱି‌କେଟ୍‌) ସଫଳ ହୋଇଛନ୍ତି। ତେଣୁ ଓଡ଼ିଶା ଘରୋଇ ପଡ଼ିଆରେ ଏହି ଦଳ ଉପରେ ଚାପ ସୃଷ୍ଟି କରିପାରିଲେ ପୂର୍ବ ପରାଜୟର ପ୍ରତିଶୋଧ ନେବା ସହିତ ବିଜୟ ଧାରାକୁ ଫେରିପାରିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe