ରଣଜୀ ଟ୍ରଫି: ଓଡ଼ିଶା ପାଳି ଓ ୧୩୧ ରନ୍‌ରେ ପରାସ୍ତ

Advertisment

ବାରବାଟୀରେ ପୁଣି ବେଙ୍ଗଲ ବିଜୟୀ, ବିକାଶ ମ୍ୟାଚ୍‌ ଅମୀମାଂସିତ

ବାରବାଟୀରେ ପୁଣି ବେଙ୍ଗଲ ବିଜୟୀ, ବିକାଶ ମ୍ୟାଚ୍‌ ଅମୀମାଂସିତ

ରଣଜୀ ଟ୍ରଫି ବିଜେତାଙ୍କୁ ମିଳିବ ୫ କୋଟି: ଘରୋଇ ପ୍ରତିଯୋଗିତାଗୁଡ଼ିକର ପୁରସ୍କାର ରାଶି ବଢ଼ିଲା

News18.com

ଭୁବନେଶ୍ବର: ରଣଜୀ ଟ୍ରଫିରେ ରବିବାର ଓଡ଼ିଶାକୁ ସୌରାଷ୍ଟ୍ର ଏକ ପାଳି ଓ ୧୩୧ ରନ୍ ବ୍ୟବଧାନରେ ହରାଇ ଦେଇଛି। ଏହି ମ୍ୟାଚ୍‌ରୁ ସୌରାଷ୍ଟ୍ର ୭ ପଏଣ୍ଟ ଅର୍ଜନ କରି କ୍ବାର୍ଟର ଫାଇନାଲ୍‌ ଆଶାକୁ କାଏମ ରଖିଥିବା ବେଳେ ଓଡ଼ିଶାର ଆଶା ମଉଳିଯାଇଛି। ଏଲିଟ୍‌ ‘ଡି’ରୁ ନକ୍‌ ଆଉଟ୍‌ ଦୌଡ଼ରେ ମୁମ୍ବାଇ (୯ ପଏଣ୍ଟ) ଏବଂ‌ ସୌରାଷ୍ଟ୍ର (୮ ପଏଣ୍ଟ) ରହିଲେ। ମାର୍ଚ୍ଚ ୩ ତାରିଖରୁ ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ରାଉଣ୍ଡ୍‌ ମୁକାବିଲାରେ ଉଭୟଙ୍କ ଭାଗ୍ୟ ନିର୍ଣ୍ଣୟ ହେବ। ଏହି ରାଉଣ୍ଡରେ ମୁମ୍ବାଇ-ଓଡ଼ିଶା ଓ‌ ସୌରାଷ୍ଟ୍ର-ଗୋଆ ମୁକାବିଲା ହେବ।

ଅହମଦାବାଦର ସର୍ଦ୍ଦାର ବଲ୍ଲଭ ପଟେଲ୍ (ବି) ଷ୍ଟାଡିୟମ୍‌ରେ ରବିବାର ସକାଳେ ଓଡ଼ିଶା ଫଲୋଅନ୍‌ ପାଳିରେ ୧୧୫/୫ରୁ ‌ଖେଳ ଆରମ୍ଭ କରିବା ବେଳେ ପରାଜୟ ଏକ ପ୍ରକାର ନିଶ୍ଚିତ ଥିଲା। ସୌରାଷ୍ଟ୍ର ବୋଲରମାନେ ମଧ୍ୟ ଏହାକୁ ହାସଲ କରିନେଇଥିଲେ। ବାମହାତୀ ସ୍ପିନର ଧର୍ମେନ୍ଦ୍ର ସିଂହ ଜାଦେଜା ଏକା ୭ ୱିକେଟ୍ ଅକ୍ତିଆର କରି ଓଡ଼ିଶାକୁ ଅନ୍ୟୁନ ଡ୍ର’ କରିବାକୁ ଦେଇନଥିଲେ। ପୂର୍ବଦିନରୁ ଶାନ୍ତନୁ ମିଶ୍ର ଏକମାତ୍ର ଅର୍ଦ୍ଧଶତକ (୬୫) ହାସଲ କରିଥିବା ବେଳେ ରବିବାର ଅଭିଷେକ ଯାଦବ (୪୧, ୬୮ ବଲ୍‌, ୩‌ ଚୌକା, ୨ ଛକା) ଏବଂ ରାଜେଶ ମହାନ୍ତି (୨୧*, ୩୪ ବଲ୍‌, ୨ ଚୌକା, ୧ ଛକା) ସାମୟିକ ଲଢ଼ିଥିଲେ। ଓଡ଼ିଶା ଦ୍ବିତୀୟ ପାଳି ୨୦୫ ରନ୍‌ରେ ଶେଷ ହୋଇଯାଇଥିଲା। ୧୬ତମ ଥର ପାଇଁ ୫ ୱିକେଟ୍ ସଫଳତା ପାଇଥିବା ‌ଧର୍ମେନ୍ଦ୍ର ସିଂହ ଜାଦେଜା ମଧ୍ୟ ପ୍ରଥମ ‌ଶ୍ରେଣୀ କ୍ରିକେଟ୍‌ରେ ୨୫୦ ୱିକେଟ୍‌ ପୂର୍ଣ୍ଣ କରିଥିଲେ। ତେବେ ପ୍ରଥମ ପାଳିରେ ୨୩୫ ରନ୍‌ର ମାରାଥନ ପାଳି ଖେଳିଥିବା ଚିରାଗ ଜାନି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ।

ସଂକ୍ଷିପ୍ତ ସ୍କୋର: ସୌରାଷ୍ଟ୍ର ପ୍ରଥମ ପାଳି: ୫୦୧ (ଚିରାଗ ଜାନି-୨୩୫, ସେଲଡନ୍ ଜ୍ୟାକସନ୍‌-୭୫, ଜୟନ୍ତ ବେହେରା-୪/୧୪୮)। ଓଡ଼ିଶା ପ୍ରଥମ ପାଳି: ୧୬୫ (ରାଜେଶ ଧୂପର-୫୧, ‌ଧର୍ମେନ୍ଦ୍ର ସିଂହ ଜାଦେଜା-୪/୪୮, ଜୟଦେବ ଉନାଦକତ୍‌-୪/୫୦) ଏବଂ ଦ୍ବିତୀୟ ପାଳି ୨୦୫ (ଶାନ୍ତନୁ ମିଶ୍ର-୬୫, ଶୁଭ୍ରାଂଶୁ ସେନାପତି-୨୫, ରାଜେଶ ମହାନ୍ତି-୨୧*, ଧର୍ମେନ୍ଦ୍ର ସିଂହ ଜାଦେଜା-୭/୮୮, ଜୟଦେବ ଉନାଦକତ୍‌-୨/୪୨, ଚେତନ ସାକାରିଆ-୧/୨୮)।

ବାରବାଟୀରେ ପୁଣି ବେଙ୍ଗଲ ବିଜୟୀ
ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ରଣଜୀ ଟ୍ରଫିର ଏଲିଟ୍‌-ବି ଅନ୍ତର୍ଗତ ଏକ ମ୍ୟାଚ୍‌ରେ ବେଙ୍ଗଲ ୭୨ ରନ୍‌ରେ ହାଇଦ୍ରାବାଦକୁ ପରାସ୍ତ କରି ଲଗାତାର ବିଜୟ ହାସଲ କରିଛି। ପୂର୍ବ ମ୍ୟାଚ୍‌ରେ ଚମତ୍କାର ପ୍ରତ୍ୟାବର୍ତନ କରି ବରୋଦାକୁ ହରାଇଥିବା ଅଭିମନ୍ୟୁ ଈଶ୍ବରନଙ୍କ ଦଳ ଏଥି ସହ କ୍ବାର୍ଟରଫାଇନାଲ୍ ଯିବା ଏକପ୍ରକାର ନିଶ୍ଚିତ କରିଛି। ବେଙ୍ଗଲ ଉଭୟ ପାଳିରେ ୨୪୨ ଓ ୨୦୧ ରନ୍‌ କରିଥିଲା। ହାଇଦ୍ରାବାଦ ୨୦୫ ଓ ୧୬୬ ରନ୍‌ରେ ସୀମିତ ରହିଯାଇଥିଲା। ଅଲରାଉଣ୍ଡ୍ ପ୍ରଦର୍ଶନ କରିଥିବାରୁ ସାହାବାଜ ଅହମ୍ମଦ (ଉଭୟ ପାଳିରେ ୯୧ ରନ୍‌ ଓ ୪ ୱିକେଟ୍‌) ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦୁଇଟି ମ୍ୟାଚ୍‌ରୁ ୧୨ ପଏଣ୍ଟ ସହ ବେଙ୍ଗଲ ଏଲିଟ୍‌-ବିରେ ଶୀର୍ଷରେ ରହିଛି।

ବିକାଶ ମ୍ୟାଚ୍‌ ଅମୀମାଂସିତ
ଭୁବନେଶ୍ବର ଉପକଣ୍ଠ ବିକାଶ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ଚଣ୍ଡିଗଡ଼-ବରୋଦା ମୁକାବିଲା ବିନା ହାରଜିତ୍‌ରେ ଶେଷ ହୋଇଛି। ପ୍ରଥମ ପାଳିରେ ଅଗ୍ରଣୀ ନେଇଥିବାରୁ ବରୋଦା ୩ ପଏଣ୍ଟରେ ସନ୍ତୁଷ୍ଟ ହୋଇଥିଲେ ମଧ୍ୟ ଏହି ଗ୍ରୁପ୍‌ରେ ଦୁଇ ଦଳର ଅଭିଯାନ ଶେଷ ଲିଗ୍ ପୂର୍ବରୁ ଶେଷ ହୋଇଯାଇଛି। ଚଣ୍ଡିଗଡ଼ ପ୍ରଥମ ପାଳିରେ ୧୬୮ ରନ୍‌ କରିବା ପରେ ବରୋଦା ୫୧୭ ରନ୍‌ କରିଥିଲା। ଚଣ୍ଡିଗଡ଼ କିନ୍ତୁ ଦ୍ବିତୀୟ ପାଳିରେ ଲଢ଼ୁଆ ଖେଳି ୪୭୩/୭ରେ ସୀମିତ ରହିବାରୁ ମ୍ୟାଚ୍‌ ଅମୀମାଂସିତ ରହିଥିଲା। ଅଭିମନ୍ୟୁ ରାଜପୁତ (୭ ୱିକେଟ୍‌ ଓ ୩୮ ରନ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe