ରଣଜୀ ଟ୍ରଫି: ଓଡ଼ିଶାର ପାଳି ପରାଜୟ

Advertisment

ଚଳିତ ରଣଜୀ ଟ୍ରଫି ଋତୁରେ ରବିବାର ଓଡ଼ିଶା ପ୍ରଥମ ପରାଜୟର ସାମ୍ନା କରିଛି। ବଡ଼ୋଦରାର କୋଟାମ୍ବି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଘରୋଇ ବରୋଦାଠୁ ଏକ ପାଳି ଓ ୯୮ ରନ୍‌ରେ ଓଡ଼ିଶା ଲଜ୍ଜାଜନକ ଭାବେ ହାରିଯାଇଛି।

ଚଳିତ ରଣଜୀ ଟ୍ରଫି ଋତୁରେ ରବିବାର ଓଡ଼ିଶା ପ୍ରଥମ ପରାଜୟର ସାମ୍ନା କରିଛି। ବଡ଼ୋଦରାର କୋଟାମ୍ବି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଘରୋଇ ବରୋଦାଠୁ ଏକ ପାଳି ଓ ୯୮ ରନ୍‌ରେ ଓଡ଼ିଶା ଲଜ୍ଜାଜନକ ଭାବେ ହାରିଯାଇଛି।

sfhfsfhfhsfhs

ଭୁବନେଶ୍ବର: ଚଳିତ ରଣଜୀ ଟ୍ରଫି ଋତୁରେ ରବିବାର ଓଡ଼ିଶା ପ୍ରଥମ ପରାଜୟର ସାମ୍ନା କରିଛି। ବଡ଼ୋଦରାର କୋଟାମ୍ବି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଘରୋଇ ବରୋଦାଠୁ ଏକ ପାଳି ଓ ୯୮ ରନ୍‌ରେ ଓଡ଼ିଶା ଲଜ୍ଜାଜନକ ଭାବେ ହାରିଯାଇଛି। ଫଳରେ ବରୋଦା ବିପକ୍ଷରେ ଓଡ଼ିଶା ଖାତା ଖୋଲିବାରେ ଅସମର୍ଥ ହୋଇଥିଲା ବେଳେ ନବମ ମୁକାବିଲାରେ ଚତୁର୍ଥ ପରାଜୟ ବରଣ କରିଛି। ବରୋଦା ଏହି ମ୍ୟାଚ୍‌ରୁ ବୋନସ୍‌ ପଏଣ୍ଟ ପାଇବାରୁ ୩ ମ୍ୟାଚ୍‌ ସୁଦ୍ଧା ଦଳ ୧୯ ପଏଣ୍ଟ ପାଇ ଏଲିଟ୍‌ ଗ୍ରୁପ୍‌ ଏ’ର ଶୀର୍ଷରେ ରହିଛି। ଓଡ଼ିଶା (୪) ଷଷ୍ଠ ସ୍ଥାନକୁ ଖସିଆସିଛି। ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ ମୁମ୍ବାଇ ବିପକ୍ଷରେ ନଭେମ୍ବର ୬ ତାରିଖରୁ ଶରଦ ପାୱାର ଏକାଡେମି ପଡ଼ିଆରେ ଖେଳିବ।

ଓଡ଼ିଶାର ପ୍ରଥମ ପାଳି ସ୍କୋର ୧୯୩ କୁ ପଛରେ ପକାଇ ବରୋଦା ସୋମବାର ତୃତୀୟ ଦିନରେ ୪୫୬ ରନ୍‌ କରିଥିଲା। ଫଳରେ ଘରୋଇ ଦଳ ୨୬୩ ରନ୍‌ର ବଡ଼ ଅଗ୍ରଣୀ ପାଇଥିଲା। ଅଧିନାୟକ କ୍ରୁନାଲ ପାଣ୍ଡ୍ୟା ତୃତୀୟ ପ୍ରଥମ ଶ୍ରେଣୀ ଶତକ ଅର୍ଜନ କରିବା ସହିତ ୧୧୯ ରନ୍‌ କରିଥିଲେ। ଓଡ଼ିଶା ଅଧିନାୟକ ଗୋବିନ୍ଦ ପୋଦ୍ଦାର କ୍ରୁନାଲ୍‌ଙ୍କୁ ଆଉଟ୍‌ କରି ଦ୍ବିତୀୟ ୫ ୱିକେଟ୍‌ ସଫଳତା ପାଇଥିଲେ। ଦ୍ବିତୀୟ ପାଳି ଆରମ୍ଭରୁ ଓଡ଼ିଶା ସଂଘର୍ଷ କରିଥିଲା ଏବଂ ନିୟମିତ ଭାବେ ୱିକେଟ୍‌ ହରାଇ ୧୬୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଶାନ୍ତନୁ ମିଶ୍ର ଖାତା ଖୋଲିବା ଆଗରୁ ଆଉଟ୍‌ ହୋଇଥିଲା ବେଳେ ଦୁଇ ବରିଷ୍ଠ ଖେଳାଳି ଗୋବିନ୍ଦ (୫) ଓ ବିପ୍ଳବ ସାମନ୍ତରାୟ (୧) ଏକ ଅଙ୍କରେ ରହିଯାଇଥିଲେ। ଅନୁରାଗ ଷଡ଼ଙ୍ଗୀ (୪୯) ଓ ସନ୍ଦୀପ ପଟ୍ଟନାୟକ (୨୯) ଦ୍ବିତୀୟ ୱିକେଟ୍‌ରେ ୫୮ ରନ୍‌ର ଭାଗୀଦାରି ଗଢ଼ିଥିଲେ ମଧ୍ୟ ଏହା ବିଶେଷ ଫରକ ପକାଇନଥିଲା। ନିୟମିତ ଭାବେ ୱିକେଟ୍‌ ଖସୁଥିବା ସମୟରେ ମଧ୍ୟକ୍ରମରେ କାର୍ତ୍ତିକ ବିଶ୍ବାଳ ଦ୍ରୁତ ଖେଳି ୨୬ ବଲ୍‌ରୁ ୧୧‌ ଚୌକା ଓ ୧ ଛକା ସହାୟତାରେ ୫୩* ରନ୍‌ ସଂଗ୍ରହ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। ଘରୋଇ ଦଳର ନିନାଦ ରଠୱା ୬ ୱିକେଟ୍‌ ନେଇଥିଲେ।

ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୧୯୩/୧୦ (ବିପ୍ଲବ ସାମନ୍ତରାୟ-୫୮, ମହେଶ ପିଠିୟା-୫/୬୧)। ବରୋଦା ପ୍ରଥମ ପାଳି: ୧୨୮.୪ ଓଭରରେ ୪୫୬/୧୦ (କ୍ରୁନାଲ ପାଣ୍ଡ୍ୟା-୧୧୯, ବିଷ୍ଣୁ ସୋଲାଙ୍କି-୯୮, ଶିବାଳିକ ଶର୍ମା-୯୬, ଗୋବିନ୍ଦ ପୋଦ୍ଦାର-୫/୧୩୧, ସୁନୀଲ ରାଉଳ-୨/୯୨, ହର୍ଷିତ ରାଥୋଡ଼-୧/୩୪, କାର୍ତ୍ତିକ ବିଶ୍ବାଳ-୧/୪୧, ସୁମିତ ଶର୍ମା-୧/୭୫)। ଓଡ଼ିଶା ଦ୍ବିତୀୟ ପାଳି: ୩୪ ଓଭରରେ ୧୬୫/୧୦ (କାର୍ତ୍ତିକ ବିଶ୍ବାଳ-୫୩, ଅନୁରାଗ ଷଡ଼ଙ୍ଗୀ-୪୯, ନିନାଦ ରଠୱା-୬/୬୦, ଭାର୍ଗବ ଭଟ୍ଟ-୨/୩୮, ମହେଶ ପିଠିୟା-୨/୬୨)।

ଜାତୀୟ ମହିଳା ଟ୍ବେଣ୍ଟି-୨୦, ଓଡ଼ିଶାକୁ ଜିତାଇଲେ ମାଧୁରୀ, ସୁଶ୍ରୀ, ଶୁଭ୍ରା

କଟକ: ବଡ଼ୋଦରା ଇନ୍‌ଫ୍ରିପ୍ରୋ ସ୍ପୋର୍ଟସ୍ କ୍ଲବ୍ ପଡ଼ିଆରେ ଖେଳାଯାଇଥିବା ଜାତୀୟ ମହିଳା ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ଓଡ଼ିଶା ବିଜୟ ସହ ଲିଗ୍‌ ପର୍ଯ୍ୟାୟ ଶେଷ କରିଛି। ଏଥିସହ ଓଡ଼ିଶା ୭ ମ୍ୟାଚ୍‌ରୁ ୪ ବିଜୟ ଓ ୩ ପରାଜୟରୁ ୧୬ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଛି। ସୋମବାର ନିଜର ଶେ‌ଷ ଲିଗ୍‌ ମ୍ୟାଚ୍‌ରେ ଓଡ଼ିଶା ୩୦ ରନ୍‌ରେ ଆନ୍ଧ୍ର‌ପ୍ରଦେଶକୁ ପରାସ୍ତ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୫ ୱିକେଟ୍ ହରାଇ ୧୪୩ ରନ୍ କରିଥିଲା। ମାଧୁରୀ ମେହେଟ୍ଟା ଗୋଟିଏ ଛକା ଓ ୮ଟି ଚୌକା ସହାୟତାରେ ୬୪ ବଲ୍‌ରୁ ୭୬ ରନ୍ କରିଥିବା ବେଳେ ସୁଶ୍ରୀ ଦିବ୍ୟଦର୍ଶିନୀ ୨୮ ବଲ୍‌ରୁ ୩୪ ରନ୍ କରିଥିଲେ। ଆନ୍ଧ୍ରପ୍ରଦେଶର ବାସଭୀ ଅଖିଳ ଓ ସାରାୟୁ ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ଆନ୍ଧ୍ରପ୍ରଦେଶ ୧୮.୩ ଓଭରରେ ୧୧୩ ରନ୍ କରି ଅଲ୍ଆଉଟ୍ ହୋଇଥିଲା। ପି.ରାଙ୍ଗା ଲକ୍ଷ୍ମୀ ସର୍ବାଧିକ ୪୯ ରନ୍ କରିଥିବା ବେଳେ ଓଡ଼ିଶାର ଶୁଭ୍ରା ନିର୍ଝରିଣୀ ସ୍ବାଇଁ ୩ ଏବଂ ସୁଶ୍ରୀ, ରିମାଲକ୍ଷ୍ମୀ ଏକ୍କା ଓ ଡି ଜାନକି ରେଡ୍ଡୀ ୨ ଲେଖାଏଁ ୱିକେଟ୍ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe