ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲ୍‌ : ଆଜିଠୁ ଓଡ଼ିଶା-ବେଙ୍ଗଲ ଅଗ୍ନିପରୀକ୍ଷା

Advertisment

ଡ୍ରିମ୍ସରେ ପୁଣି ହସିବେ ବୋଲର

ଡ୍ରିମ୍ସରେ ପୁଣି ହସିବେ ବୋଲର

ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲ୍‌ : ଆଜିଠୁ ଓଡ଼ିଶା-ବେଙ୍ଗଲ ଅଗ୍ନିପରୀକ୍ଷା

କଟକ : ତିନି ଋତୁ ପରେ ନକ୍‌ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଥିବା ଓଡ଼ିଶା ଗୁରୁବାରଠୁ ବେଙ୍ଗଲ ବିପକ୍ଷରେ ଡ୍ରିମ୍ସ ପଡ଼ିଆରେ ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲ ମ୍ୟାଚ୍‌ ଖେଳିବ। ଉଭୟ ଦଳଙ୍କ ମଧ୍ୟରେ ଖେଳାଯିବାକୁ ଥିବା ଏହି ଗୁରୁତ୍ବପୂର୍ଣ୍ଣ ମୁକାବିଲା ପାଇଁ ବୋଲରଙ୍କୁ ସୁହାଇଲା ଭଳି ପିଚ୍‌ ପ୍ରସ୍ତୁତ କରାଯାଇଛି। ଯେହେତୁ ବର୍ତ୍ତମାନ ସୁଦ୍ଧା ବୋଲରମାନେ ଦୁଇ ଦଳଙ୍କୁ ନକ୍‌ଆଉଟ ପର୍ଯ୍ୟନ୍ତ ପହଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛନ୍ତି ସେଥିପାଇଁ ଡ୍ରିମ୍ସରେ ହେବାକୁଥିବା ମ୍ୟାଚ୍‌ରେ ବୋଲରଙ୍କ ପ୍ରଭାବ ଅଧିକମାତ୍ରାରେ ଦେଖିବାକୁ ମିଳିପାରିବ।

ଓଡ଼ିଶା ପାଇଁ ଡ୍ରିମ୍ସ ପଡ଼ିଆ ସବୁବେଳେ ଶୁଭ ସାବ୍ୟସ୍ତ ହୋଇପାରିଛି। ଚଳିତ ଋତୁରେ ଏଠାରେ ଓଡ଼ିଶା ୪ ମ୍ୟାଚ୍‌ ଖେଳିଥିଲା ବେଳେ ସେଥିରୁ ୩ ମ୍ୟାଚ୍‌ରେ ବିଜୟୀ ହୋଇସାରିଛି। ଏପରିକି ସମସ୍ତ ବିଜୟ ମ୍ୟାଚ୍‌ରୁ ଘରୋଇ ଦଳକୁ ବୋନସ ପଏଣ୍ଟ ମିଳିଛି। କେବଳ ଜମ୍ମୁ କାଶ୍ମୀର ବିପକ୍ଷରେ ଓଡ଼ିଶା ପରାସ୍ତ ହୋଇଥିଲା। ପୂର୍ବ ଋତୁମାନଙ୍କରେ ମଧ୍ୟ ଡ୍ରିମ୍ସ ପଡ଼ିଆରେ ବିଜୟ ସ˚ଖ୍ୟା ଅଧିକ ରହୁଥିଲା। ଓଡ଼ିଶା କ୍ବାର୍ଟର ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିବା ପରେ ପ୍ରାଥମିକ ପର୍ଯ୍ୟାୟରେ ବାରବାଟୀ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବାକୁ ସ୍ଥିର ହୋଇଥିଲା। କିନ୍ତୁ ପୁରୁଣା ତଥ୍ୟକୁ ନଜରରେ ରଖି ଦଳର ସଦସ୍ୟମାନେ ଡ୍ରିମ୍ସରେ ଖେଳିବାକୁ ସ୍ଥିର କରିଥିଲେ।

ଏହି ମୁକାବିଲା ପାଇଁ ଓଡ଼ିଶାକୁ ସି’ ଗ୍ରୁପ୍‌ରେ ସ˚ଘର୍ଷ କରି ଉପରକୁ ଉଠିବାକୁ ପଡ଼ିଥିଲା। କିନ୍ତୁ ଏବେ ବେଙ୍ଗଲ ଭଳି ଶକ୍ତିଶାଳୀ ଦଳକୁ ସାମ୍ନା କରିବା ପାଇଁ ଓଡ଼ିଶା ସ˚ପୂର୍ଣ୍ଣରୂପେ ପ୍ରସ୍ତୁତ ହୋଇଛି। ଋତୁ ଆରମ୍ଭରୁ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଚିନ୍ତାଜନକ ରହିଥିଲା। କେହି ବି ସ୍ଥିର ପ୍ରଦର୍ଶନ ଦେଇପାରୁନଥିଲେ। କିନ୍ତୁ ଶେଷ ଦୁଇ ମ୍ୟାଚ୍‌ରେ ଗୋବିନ୍ଦ ପୋଦ୍ଦାର, ଅନୁରାଗ ଷଡ଼ଙ୍ଗୀ, ଶାନ୍ତନୁ ମିଶ୍ର, ରାଜେଶ ଧୂପର, ଦେବାଶିଷ ସାମନ୍ତରାୟ ଯେଉଁଭଳି ଭାବେ ଲୟକୁ ଫେରିଛନ୍ତି, କ୍ବାର୍ଟର ଫାଇନାଲ୍‌ରେ ସେଭଳି ପ୍ରଦର୍ଶନ ବଜାୟ ରଖିବାକୁ ହେବ। ବିଶେଷକରି ଅଧିନାୟକ ଶୁଭ୍ରା˚ଶୁ ସେନାପତିଙ୍କ ଶେଷ ମ୍ୟାଚ୍‌ ଶତକ ସମସ୍ତଙ୍କୁ ଆଶ୍ବସ୍ତି ଦେଇଛି। ମଧ୍ୟକ୍ରମରେ ବିପ୍ଲବ ସାମନ୍ତରାୟ ପାଳି ସମ୍ଭାଳିବାର ସାମର୍ଥ୍ୟ ରଖିଛନ୍ତି। ବୋଲରମାନେ ପ୍ରତି ମ୍ୟାଚ୍‌ରେ ଵିକେଟ୍‌ ବାହାର କରୁଥିବାରୁ ଏହି କ୍ରମ ଉପରେ ଆଲୋଚନାର ଆବଶ୍ୟକତା ରହିବନି। ତଥାପି ଆହତ ରାଜେଶ ମହାନ୍ତିଙ୍କ ସ୍ଥାନରେ ଯୁବ ତାରକା ପ୍ରୀତ୍‌ସି˚ହ ଚୌହାନ ଦଳରେ ସାମିଲ ହୋଇଥିବାରୁ ତାଙ୍କ ଉପରେ ଅଧିକ ନଜର ରହିବ। ୨୩ ବର୍ଷରୁ କମ୍‌ ଦଳର ଵିକେଟ୍‌ ଦଖଲକାରୀଙ୍କ ମଧ୍ୟରେ ଜାତୀୟସ୍ତରର ଦ୍ବିତୀୟ ସ୍ଥାନରେ ଥିବା ପ୍ରୀତ୍‌ସି˚ହ ରଣଜୀ ପଦାର୍ପଣ କରିବା ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଅଭିମନ୍ୟୁ ଈଶ୍ବରନ୍‌ଙ୍କ ନେତୃତ୍ବାଧୀନ ଦଳକୁ ଇଶାନ ପୋରେଲ୍‌ ପ୍ରତ୍ୟାବର୍ତ୍ତନ କରିଥିବାରୁ ବେଙ୍ଗଲ ଫାଇଦାରେ ରହିବ। ନିକଟରେ ଭାରତ ଏ’ ପକ୍ଷରୁ ନ୍ୟୁଜିଲାଣ୍ତ ଗ୍ରସ୍ତ ଶେଷ କରି ସେ ଫେରିଛନ୍ତି। ତେଣୁ ଘାସୁଆ ପିଚ୍‌ରେ ସେ ଉପଯୋଗୀ ସାବ୍ୟସ୍ତ ହେବେ। ଅଶୋକ ଦିଣ୍ତାଙ୍କ ଅନୁପସ୍ଥିତିରେ ମୁକେଶ କୁମାର, ନୀଳକଣ୍ଠ ଦାସଙ୍କ ରୂପରେ ଦୁଇ ଜଣ ବିଶେଷଜ୍ଞ ଦ୍ରୁତ ବୋଲର ଦଳରେ ସାମିଲ ହୋଇଛନ୍ତି। ଏହାବାଦ୍‌ ଦଳରେ ଅଭିମନ୍ୟୁଙ୍କ ସହ ଅଭିଷେକ ରମଣ, ଅର୍ଣ୍ଣବ ନନ୍ଦୀ, ଶ୍ରେୟାନ ଚକ୍ରବର୍ତ୍ତୀ, ମନୋଜ ତିଵାରୀ, ଶାହାବାଜ ଅହମ୍ମଦ ସ୍ପିନ୍‌ ବୋଲି˚ କରିବେ। କିନ୍ତୁ ଏମାନଙ୍କ ମଧ୍ୟରୁ ଚୂଡ଼ାନ୍ତ ଦଳରେ କିଏ ଖେଳିବ ତାହାକୁ ଅପେକ୍ଷା କରିବାକୁ ହେବ। ବ୍ୟାଟି˚ରେ କେବଳ ମନୋଜ ତିଵାରୀ (୬୪୧)ଙ୍କୁ ଛାଡ଼ିଦେଲେ ଅନ୍ୟମାନେ ପ୍ରଭାବୀ ପ୍ରଦର୍ଶନ ଦେଇପାରିନାହାନ୍ତି। ମନୋଜ ହାଇଦ୍ରାବାଦ ବିପକ୍ଷରେ ୩୦୩* ରନ୍‌ର ଅପରାଜିତ ପାଳି ଖେଳିଥିଲା ବେଳେ ପ୍ରତିଯୋଗିତାରେ ୩ ଅର୍ଧଶତକ ମଧ୍ୟ ଅର୍ଜନ କରିଛନ୍ତି। ତାଙ୍କଛଡ଼ା ଅଭିଷେକଙ୍କ ନାମରେ ଦୁଇଟି ଶତକ ରହିଛି। ଏମାନଙ୍କ ବାଦ୍‌ ଅନସ୍ତୁପ ମଜୁମଦାର ଓ ଶ୍ରୀବତ୍ସ ଗୋସ୍ବାମୀ ଓଡ଼ିଶା ବୋଲରଙ୍କ ନଜରରେ ରହିବେ। ତେଣୁ ଖେଳାଳିଙ୍କ ପ୍ରଦର୍ଶନକୁ ବିଚାରକଲେ ଉଭୟ ଦଳ ସମାନ ସ୍ଥିତିରେ ଅଛନ୍ତି।

ଓଡ଼ିଶା ଦଳ
ର˚ଜିତ ସି˚ହ, ଦେବାଶିଷ ସାମନ୍ତରାୟ, ଅନୁରାଗ ଷଡ଼ଙ୍ଗୀ, ଶୁଭ୍ରା˚ଶୁ ସେନାପତି (ଅଧିନାୟକ), ବିପ୍ଲବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର, ଶାନ୍ତନୁ ମିଶ୍ର, ସୁଜିତ ଲେଙ୍କା, ସୂର୍ଯ୍ୟକାନ୍ତ ପ୍ରଧାନ, ବସନ୍ତ ମହାନ୍ତି, ଦେବବ୍ରତ ପ୍ରଧାନ, ପପୁ ରାଏ, ରାଜେଶ ଧୂପର, ଅଙ୍କିତ ଯାଦବ, ଅଭିଷେକ ରାଉତ, ପ୍ରୀତ୍‌ ସି˚ହ ଚୌହାନ।

ବେଙ୍ଗଲ ଦଳ
ଅଭିମନ୍ୟୁ ଈଶ୍ବରନ୍‌ (ଅଧିନାୟକ), ଅଭିଷେକ ରମଣ, ଆକାଶଦୀପ, ଅନସ୍ତୁପ ମଜୁମଦାର, ଅର୍ଣ୍ଣବ ନନ୍ଦୀ, ଗୁଲାମ ମୁସ୍ତାଫା, ଇଶାନ ପୋରେଲ, ଶ୍ରେୟାନ ଚକ୍ରବର୍ତ୍ତୀ, ସୁଦୀପ ଚାଟାର୍ଜୀ, କୌଶିକ ଘୋଷ, ମନୋଜ ତିଵାରୀ, ମୁକେଶ କୁମାର, ନୀଳକଣ୍ଠ ଦାସ, ଶାହାବାଜ ଅହମ୍ମଦ, ଶ୍ରୀବତ୍ସ ଗୋସ୍ବାମୀ, ଅଗ୍ନିଭ ପାନ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe