ରଣଜୀ ଟ୍ରଫି ସେମିରେ ନାଟକୀୟ ମୋଡ଼: କର୍ଣ୍ଣାଟକକୁ ଆବଶ୍ୟକ ୨୫୪ ରନ୍‌, ବେଙ୍ଗଲକୁ ୭ ଵିକେଟ୍‌

Advertisment
ରଣଜୀ ଟ୍ରଫି ବିଜେତାଙ୍କୁ ମିଳିବ ୫ କୋଟି: ଘରୋଇ ପ୍ରତିଯୋଗିତାଗୁଡ଼ିକର ପୁରସ୍କାର ରାଶି ବଢ଼ିଲା

News18.com

କଟକ: ଇଡେନ୍‌ ଗାର୍ଡେନ୍ସରେ ଚାଲିଥିବା ରଣଜୀ ଟ୍ରଫି ସେମି ଫାଇନାଲ୍‌ ମ୍ୟାଚ୍‌ ନାଟକୀୟ ମୋଡ଼ ନେଇଛି। ତୃତୀୟ ଦିନ ସୁଦ୍ଧା କର୍ଣ୍ଣାଟକକୁ ବିଜୟ ପାଇଁ ଆଉ ୨୫୪ ରନ୍‌ର ଆବଶ୍ୟକତା ରହିଥିଲାବେଳେ ଘରୋଇ ବେଙ୍ଗଲ ପାଇଁ ୭ ଵିକେଟ୍‌ ସନ୍ଧାନରେ ଅଛି। ଆଉ ଦୁଇ ଦିନ ଖେଳ ବାକିଥିବାରୁ ମ୍ୟାଚ୍‌ର ଫଳାଫଳ ବାହାରିବା ସ୍ପଷ୍ଟ ହୋଇଛି। କର୍ଣ୍ଣାଟକକୁ ୧୨୨ରନ୍‌ରେ ଆଉଟ କରି ବେଙ୍ଗଲ ପ୍ରଥମ ପାଳିରେ ଅଗ୍ରଣୀ ପାଇଥିଲାବେଳେ ଦ୍ବିତୀୟ ପାଳି ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା। ଘରୋଇ ଦଳ ୫୪.୪ ଓଭରରେ ମାତ୍ର ୧୬୧ ରନ୍‌ କରିଥିଲାବେଳେ ସମସ୍ତ ଵିକେଟ ହରାଇ‌ ଦେଇଥିଲା। ସୁଦୀପ ଚାଟାର୍ଜୀ ସର୍ବାଧିକ ୪୫, ଅନୁଷ୍ଟୁପ ମଜୁମଦାର ୪୧, ଶାହାବାଜ ଅହମ୍ମଦ ୩୧ ରନ୍‌ କରି ଆଉଟ ହୋଇଥିଲେ। ଦେବଦତ୍ତ ପାଡିକଲ ୬ ୱିକେଟ୍ ଏବଂ ଆର୍‌ ସମର୍ଥ ୨ ୱିକେଟ୍ ନେଇଥିଲେ। ଫଳରେ କର୍ଣ୍ଣାଟକ ସମ୍ମୁଖରେ ୩୫୨ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ତୃତୀୟ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ କର୍ଣ୍ଣାଟକ ୩ ଵିକେଟ ବିନିମୟରେ ୯୮ ରନ୍‌ ସ˚ଗ୍ରହ କରିଛି। କେଏଲ୍‌ ରାହୁଲ ଖାତା ଖୋଲିପାରି ନଥିଲାବେଳେ ଆର୍‌ ସମର୍ଥ ୨୭, କରୁଣ ନାୟର ୬ ରନ୍‌ କରି ଆଉଟ ହୋଇଛନ୍ତି। ଦେବଦତ୍ତ ପାଡ଼ିକଲ ୫୦* ଓ ମନୀଷ ପାଣ୍ତେ ୧୧* ରନ୍‌ରେ ଅପରାଜିତ ଅଛନ୍ତି।

ଗୁଜରାଟକୁ ଆଶା ଦେ‌େଲ ଗାଜା
ରାଜକୋଟରେ ଚାଲିଥିବା ପ୍ରଥମ ସେମିଫାଇନାଲର ତୃତୀୟ ଦିନରେ ଚିନ୍ତନ ଗାଜାଙ୍କ ଅଲରାଉଣ୍ତ ପ୍ରଦର୍ଶନ ଯୋଗୁଁ ଗୁଜରାଟର ରଣଜୀ ଟ୍ରଫି ଫାଇନାଲ୍‌ ଆଶା ଉଜ୍ବଳ ହୋଇଛି। ଦ୍ବିତୀୟ ପାଳିରେ ସୌରାଷ୍ଟ୍ର ବିପକ୍ଷରେ ଗୁଜରାଟ ବ୍ୟାଟି˚ ବିଫଳତାର ସମ୍ମୁଖୀନ ହୋଇଥିଲାବେଳେ ସୋମବାର ଦଶମ ସ୍ଥାନରେ ବ୍ୟାଟି˚ ଆସିଥିବା ଚିନ୍ତନ ୬୧ ରନ୍‌ର ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ। ଗୁଜରାଟ ୨୫୨ ରନ୍‌ରେ ସୀମିତ ରହିଥିଲା। ଯଦିଓ ଗୁଜରାଟ ପାଳି ପଛୁଆ ହୋଇଥିଲା, ତଥାପି ସୌରାଷ୍ଟ୍ରର ଦ୍ବିତୀୟ ପାଳିରେ ଅଧା ଵିକେଟ ଖସିସାରିଲାଣି। ସୌରାଷ୍ଟ୍ର ୨୯ ଓଭର ଖେଳିଥିଲାବେଳେ ୬୬ ରନ୍‌ ସ˚ଗ୍ରହ କରିଛି। ଚିନ୍ତନ ଏକାକି ସବୁ ଵିକେଟ ନେବାରେ ସଫଳ ହୋଇଥିଲେ। ହର୍ମିତ ଦେଶାଇ, କିଶନ ପାରମର, ସେଲଡନ୍‌ ଜ୍ୟାକସନ୍‌ ଖାତା ଖୋଲିପାରି ନଥିଲାବେଳେ ବିଶ୍ବରାଜ ସି˚ହ ଜାଦେଜା ୬, ଅଭି ବାରୋତ ୧ ରନ୍‌ରେ ଚିନ୍ତନଙ୍କ ଶିକାର ହୋଇଥିଲେ ଷ୍ଟମ୍ସ ଅପସାରଣ ବେଳକୁ ଚେତନ ସାକାରିଆ ୩୨* ଓ ଅର୍ପିତ ଭାସବଡ଼ା ୨୩* ରନ୍‌ରେ ଅପରାଜିତ ଅଛନ୍ତି। ତୃତୀୟ ଦିନ ସୁଦ୍ଧା ସୌରାଷ୍ଟ୍ର ଦ୍ବିତୀୟ ପାଳିରେ ୧୧୮ ରନ୍‌ରେ ଅଗ୍ରଣୀ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe